୯୦ ଦିନର ଫୁଡ୍‌ ଚ୍ୟାଲେଞ୍ଜ

କୋଲକାତା: ସାରା ଦେଶରେ ଏବେ ଲକ୍‌ଡାଉନ୍‌ ପାଇଁ ଦେଶର ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇଛି। ଆଗକୁ ହୁଏତ ଖାଦ୍ୟ ସଙ୍କଟ ଦେଖା ଦେଇପାରେ। ତେଣୁ ଏବେଠାରୁ ସମସ୍ତେ ସତର୍କ ରହିବା ଏବଂ କେହି ହେଲେ ଖାଦ୍ୟ ନଷ୍ଟ କରିବା ନାହିଁ। ଯେତିକି ଖାଦ୍ୟ ଖାଇବା ସେତିକି ହିଁ ଥାଳିରେ ନେବା। ଏଭଳି ଏକ ଅଭ୍ୟାସ ନେଇ ଚାଲେଞ୍ଜ କରିଛନ୍ତି ଭାରତୀୟ ସେନାର ଅବସରପ୍ରାପ୍ତ କର୍ଣ୍ଣେଲ ଜୀବନ କୁମାର।
ଏଭଳି ଏକ ମେସେଜ୍‌ ଦେଇ ସେ ଭାରତର ଜନସାଧାରଣଙ୍କ ଆଗରେ ‘ନାଇନ୍‌ଟି ଡେଜ୍‌ ଫୁଡ୍‌ ଚ୍ୟାଲେଞ୍ଜ’ ଆରମ୍ଭ କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସମୟରେ ପୂରା ଦେଶରେ ଯେଉଁଭଳି ସ୍ଥିତି ସୃଷ୍ଟି ହୋଇଛି ତା ପ୍ରଭାବରେ ଭବିଷ୍ୟତରେ ଖାଦ୍ୟସଙ୍କଟ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଏବେଠାରୁ ସବୁ ସ୍ତରରେ ଲୋକେ ସଚେତନ ହେବା ନିହାତି ଆବଶ୍ୟକ। ଏଭଳି ଏକ ଚ୍ୟାଲେଞ୍ଜ ଦେଇ ସେ ସମସ୍ତଙ୍କୁ ନିଜ ନିଜର ଖାଇବା ଥାଳିର ଭିଡିଓ କରି ତାଙ୍କ ପାଖକୁ ପଠଇବାକୁ କହିଛନ୍ତି। ଯୁଟ୍ୟୁବ୍‌ ଚ୍ୟାନେଲ୍‌ ‘ନେସନ୍‌ ବିଫୋର ସେଲ୍ପ’ରେ ଏହି ଭିଡିଓକୁ ଅପ୍‌ଲୋଡ୍‌ କରି ଅନ୍ୟମାନଙ୍କ ଆଗରେ ରୋଲ୍‌ ମଡେଲ୍‌ ଭଳି ପ୍ରଦର୍ଶନ କରାଯିବ ବୋଲି ସେ କହିଛନ୍ତି।
କର୍ଣ୍ଣେଲଙ୍କର ଏହି ଫୁଡ୍‌ ଚ୍ୟାଲେଞ୍ଜକୁ ପ୍ରାୟ ସବୁ ଦେଶର ଲୋକେ ସ୍ବାଗତ କରିଛନ୍ତି। ଆଉ ଖାଇ ସାରିବା ପରେ ନିଜ ନିଜର ଖାଲି ପ୍ଲେଟର ଭିଡିଓ କରି ସେୟାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ହାତୀ ନଦୀରେ ବନ୍ୟା: ଧୋଇନେଲା ରାସ୍ତା, ଜୁନାଗଡ଼-କଲମପୁର ଯାତାୟାତ ବିଚ୍ଛିନ୍ନ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ୨ ଦିନ ଧରି ଲଗାଣବର୍ଷା ଯୋଗୁ ନଦୀଗୁଡିକର ଜଳସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାର ମଧ୍ୟଭାଗରେ ପ୍ରବାହିତ ହେଉଥିବା…

କେରଳ ସୁନ୍ଦରୀ କୈଜିଆ ଲିଜ ମାଜ୍ଜୋ ହେଲେ ମିସ ଇଣ୍ଡିଆ ୟୁନିଭର୍ସ 2026, ମୁକୁଟ ପିନ୍ଧାଇଲେ ମନିକା ବିଶ୍ୱକର୍ମା

ନୂଆଦିଲ୍ଲୀ,୨୪।୮: ମିସ ୟୁନିଭର୍ସ ଇଣ୍ଡିଆ ୨୦୨୬ ହେଉଛି ମିସ ୟୁନିଭର୍ସ ଇଣ୍ଡିଆ ପ୍ରତିଯୋଗିତାର ତୃତୀୟ ସଂସ୍କରଣ, ଯାହା ୨୩ ଅଗଷ୍ଟ, ୨୦୨୬ରେ ରାଜସ୍ଥାନର ଜୟପୁରର ଜୀ ଷ୍ଟୁଡିଓରେ…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

୬୩ ବର୍ଷ ତଳେ ପେଟ୍ରୋଲ ଦର ଥିଲା ୭୨ ପଇସା, ରସିଦ୍‌ ପ୍ରଦାନ କରି ଅବସରପ୍ରାପ୍ତ ଏସ୍‌ବିଆଇ ଅଧିକାରୀ କହିଲେ…

କଟକ ସଦର,୨୪ା୮(ସୁଶାନ୍ତ କୁମାର ଜେନା): ବର୍ତ୍ତମାନ ପେଟ୍ରୋଲ ଦର ସ୍ଥାନ ବିଶେଷରେ ୧୧୦ ଟଙ୍କାରେ ପହଞ୍ଚିଲାଣି। ଦର ବଢ଼ିବା ସହିତ ଚାହିଦା ମଧ୍ୟ ଦିନକୁ ଦିନ ବୃଦ୍ଧି…

ରାଜ୍ୟରୁ ୨୪ ହଜାର ଶିଶୁ ନିଖୋଜ: ୨୦୨୪ରେ ସର୍ବାଧିକ ୬,୨୨୩ ନିଖୋଜ, ୮୭% ଝିଅ

ଭୁବନେଶ୍ୱର,୨୪।୮(ତ୍ରିନାଥ ମହାନ୍ତି ): ଯାଜପୁର ଜିଲାର ପିହୁ ହେଉ ଅବା ନୟାଗଡ଼ର ପରୀ। ରାଜ୍ୟର ବିଭିନ୍ନ ଜିଲାରୁ କୋମଳମତି ଶିଶୁ ନିଖୋଜ ହୋଇଯାଉଛନ୍ତି। ସେମାନଙ୍କୁ ଖୋଜିବା ପାଇଁ…

ପିଆଜ ଦର ବୃଦ୍ଧି ଉପରେ ସରକାରଙ୍କ ବଡ଼ ଆକ୍ସନ, ଏବେ ଏଇଠୁ ଆସିଲା ପରେ ମିଳିବ ଶସ୍ତା ପିଆଜ

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବୃଦ୍ଧିରେ ପୁଣି ଥରେ ଚେପା ହେଲେଣି ସାଧାରଣ ପରିବାରର। ଦେଶର ଅନେକ ସ୍ଥାନରେ ଦର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ବୃଦ୍ଧିକୁ…

ଏଆଇ ସାହାଯ୍ୟରେ ପ୍ଲାଣ୍ଟ ଇମ୍ୟୁନିଟି ସିଷ୍ଟମ୍‌ ପ୍ରସ୍ତୁତ କଲେ ଚାଇନା ଗବେଷକ

ବେଜିଂ, ୨୪ା୮: ଫସଲକୁ ସାଂଘାତିକ ରୋଗ ଏବଂ ଜୀବାଣୁ, ଭୂତାଣୁ ଓ କବକ ଆକ୍ରମଣରୁ ରକ୍ଷା କରିବା ପାଇଁ ଚାଇନା ଗବେଷକମାନେ କୃତ୍ରିମ ପ୍ରତିରୋଧକ ବ୍ୟବସ୍ଥା ବିକଶିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri