Odisha Elections 2024

୯୦ ଦିନର ଫୁଡ୍‌ ଚ୍ୟାଲେଞ୍ଜ

କୋଲକାତା: ସାରା ଦେଶରେ ଏବେ ଲକ୍‌ଡାଉନ୍‌ ପାଇଁ ଦେଶର ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇଛି। ଆଗକୁ ହୁଏତ ଖାଦ୍ୟ ସଙ୍କଟ ଦେଖା ଦେଇପାରେ। ତେଣୁ ଏବେଠାରୁ ସମସ୍ତେ ସତର୍କ ରହିବା ଏବଂ କେହି ହେଲେ ଖାଦ୍ୟ ନଷ୍ଟ କରିବା ନାହିଁ। ଯେତିକି ଖାଦ୍ୟ ଖାଇବା ସେତିକି ହିଁ ଥାଳିରେ ନେବା। ଏଭଳି ଏକ ଅଭ୍ୟାସ ନେଇ ଚାଲେଞ୍ଜ କରିଛନ୍ତି ଭାରତୀୟ ସେନାର ଅବସରପ୍ରାପ୍ତ କର୍ଣ୍ଣେଲ ଜୀବନ କୁମାର।
ଏଭଳି ଏକ ମେସେଜ୍‌ ଦେଇ ସେ ଭାରତର ଜନସାଧାରଣଙ୍କ ଆଗରେ ‘ନାଇନ୍‌ଟି ଡେଜ୍‌ ଫୁଡ୍‌ ଚ୍ୟାଲେଞ୍ଜ’ ଆରମ୍ଭ କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସମୟରେ ପୂରା ଦେଶରେ ଯେଉଁଭଳି ସ୍ଥିତି ସୃଷ୍ଟି ହୋଇଛି ତା ପ୍ରଭାବରେ ଭବିଷ୍ୟତରେ ଖାଦ୍ୟସଙ୍କଟ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଏବେଠାରୁ ସବୁ ସ୍ତରରେ ଲୋକେ ସଚେତନ ହେବା ନିହାତି ଆବଶ୍ୟକ। ଏଭଳି ଏକ ଚ୍ୟାଲେଞ୍ଜ ଦେଇ ସେ ସମସ୍ତଙ୍କୁ ନିଜ ନିଜର ଖାଇବା ଥାଳିର ଭିଡିଓ କରି ତାଙ୍କ ପାଖକୁ ପଠଇବାକୁ କହିଛନ୍ତି। ଯୁଟ୍ୟୁବ୍‌ ଚ୍ୟାନେଲ୍‌ ‘ନେସନ୍‌ ବିଫୋର ସେଲ୍ପ’ରେ ଏହି ଭିଡିଓକୁ ଅପ୍‌ଲୋଡ୍‌ କରି ଅନ୍ୟମାନଙ୍କ ଆଗରେ ରୋଲ୍‌ ମଡେଲ୍‌ ଭଳି ପ୍ରଦର୍ଶନ କରାଯିବ ବୋଲି ସେ କହିଛନ୍ତି।
କର୍ଣ୍ଣେଲଙ୍କର ଏହି ଫୁଡ୍‌ ଚ୍ୟାଲେଞ୍ଜକୁ ପ୍ରାୟ ସବୁ ଦେଶର ଲୋକେ ସ୍ବାଗତ କରିଛନ୍ତି। ଆଉ ଖାଇ ସାରିବା ପରେ ନିଜ ନିଜର ଖାଲି ପ୍ଲେଟର ଭିଡିଓ କରି ସେୟାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଅଧା ରହିଗଲା ମୁଖ୍ୟମନ୍ତ୍ରୀଙ୍କ ପ୍ରେମ କାହାଣୀ

ବେଙ୍ଗାଲୁରୁ,୨୫।୫: କନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିକଟରେ ତାଙ୍କ ପ୍ରେମ କାହାଣୀକୁ ମନେ ପକାଇ ଅନେକ ରହସ୍ୟ ପ୍ରକାଶ କରିଛନ୍ତି। ଯାହା ଅନେକ ଲୋକଙ୍କୁ ଚକିତ କରି...

ଜାହାଜର ୧୦ ଟଙ୍କିଆ ନୋଟ୍‌ ନିଲାମ ହେବ

ନୂଆଦିଲ୍ଲୀ: ୧୯୧୮ରେ ବ୍ରିଟିଶ୍‌-ଭାରତୀୟ ମୁଦ୍ରା, ଗୋଳାବାରୁଦ ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ବମ୍ବେରୁ ଲଣ୍ଡନ ଯାଉଥିବା ଏସ୍‌ଏସ୍‌ ଶିରାଲା ନାମକ ଜାହାଜ ଜର୍ମାନ ୟୁ-ବୋଟ୍‌ରୁ ଛଡ଼ାଯାଇଥିବା...

ଆଖି ବୁଜିଲା କାବୋସୁ,ମେମେ ଜଗତରେ ପକାଇଥିଲା ଚହଳ

ସୋସିଆଲ ମିଡିଆରେ ଲୋକପ୍ରିୟ ଜାପାନୀ କୁକୁର ‘କାବୋସୁ’ର ମୃତ୍ୟୁ ହୋଇଛି। ତାକୁ ୧୯ ବର୍ଷ ହୋଇଥିଲା। ଏକ ବ୍ଲଗ୍‌ ପୋଷ୍ଟରେ ତାର ମୃତ୍ୟୁକୁ ନେଇ ମାଲିକ...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓସ୍‌ମା ବିନ୍‌ ବିୟର, ଦାମ୍‌ ରହିଛି…

ଲଣ୍ଡନ,୨୩ା୫: ଭାରତର ଅନ୍ୟତମ କୁଖ୍ୟାତ ଆତଙ୍କବାଦୀ ନେତା ଓସ୍‌ମା ବିନ୍‌ ଲାଡେନଙ୍କ ନାମରେ ଏକ ବିୟର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ବିୟର ସୋସିଆଲ...

ଜଳବାୟୁ ପରିବର୍ତ୍ତନ ଆଣୁଛି ଭୟଙ୍କର ଟର୍ବୁଲେନ୍ସ, ବିମାନ ଭିତରେ ନିଜ ସିଟ୍‌ରୁ ଉଡ଼ିବାରେ ଲାଗୁଛନ୍ତି ଯାତ୍ରୀ…

ନୂଆଦିଲ୍ଲୀ,୨୩।୫:  ଯାତ୍ରାବେଳେ ଉଚ୍ଚ ଆକାଶରେ ବିମାନ ଟର୍ବୁଲେନ୍ସକୁ ସାମ୍ନା କରିବା ସ୍ବାଭାବିକ। କିନ୍ତୁ ଯାତ୍ରୀ ମୃତାହତ ହେବା ଭଳି ସିଭିଅର୍‌ ଟର୍ବୁଲେନ୍ସ ବିରଳ। ଏହି କାରଣରୁ...

ଜୁନ୍‌ ୩ରେ ଆକାଶରେ ଧାଡ଼ିବାନ୍ଧିବେ ୬ ଗ୍ରହ, ଭୋରରେ ଦେଖିହେବ ଏହି ବିରଳ ଜାଗତିକ ଦୃଶ୍ୟ

ଜୁନ୍‌ ୩ରେ ସୌରଜଗତର ୬ ଗ୍ରହ ଗୋଟିଏ ଧାଡ଼ିରେ ଦୃଶ୍ୟ ହେବେ। ସେଦିନ ଭୋର ସମୟର ଆକାଶରେ ଏହି ବିରଳ ଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ...

ଜାଣନ୍ତୁ କାହିଁକି ପାଳନ କରାଯାଏ ବିଶ୍ୱ କଇଁଛ ଦିବସ…

ବିଶ୍ୱ କଇଁଛ ଦିବସ ପ୍ରତିବର୍ଷ ମେ’ ୨୩ରେ ପାଳନ କରାଯାଇଥାଏ। କଇଁଛ ପୃଥିବୀର ଦୀର୍ଘଦିନ ବଞ୍ଚୁଥିବା ଜୀବ ଅଟେ। ମାତ୍ର ଏବେ ଏହାର ଅନେକ ପ୍ରଜାତି...

ବାପା ମନାକଲେ, ଆଉ ବ୍ଲଗ୍‌ କରିବିନି

ଇସ୍‌ଲାମାବାଦ: ପାକିସ୍ତାନର ବେଶ୍‌ ପରିଚିତ ଶିଶୁ ୟୁଟ୍ୟୁବର ମହମ୍ମଦ ଶିରାଜ(୬) ତାଙ୍କର ଶେଷ ବ୍ଲଗ୍‌ ଶେୟାର କରିଛନ୍ତି। ସେ ଏହି ବ୍ଲଗରେ ତାଙ୍କ ପ୍ରଶଂସକ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri