୮୦ ବର୍ଷ ବୟସ୍କା ୫୫ ଦିନରେ ଲେଖିଲେ ୪୫ଟି ପ୍ରେମପତ୍ର

କଥାରେ ଅଛି ପ୍ରେମ କି ଜାଣେ ଜାତି ଅଜାତି ପ୍ରେମ କି ଜାଣେ ବାଧାବିଘ୍ନ। ଯେତେ ବଡ଼ ବିପଦ ଆସୁନା କାହିଁକି ସଚ୍ଚୋଟ ପ୍ରେମ ଆଗରେ ସବୁ ହାର ମାନିଥାଏ। ଏହାରି ଭିତରେ କରୋନା ଭାଇରସ୍‌କୁ ମଧ୍ୟ ହରାଇଦେଇଛି ପ୍ରେମ। ଏହି କାହାଣୀ ହେଉଛି ଚାଇନା ହାଙ୍ଗଝଉ ସହରରେ ରହୁଥିବା ଜଣେ ବୃଦ୍ଧ ଦମ୍ପତିଙ୍କର। ଉକ୍ତ ସହରରେ ୯୦ ବର୍ଷୀୟ ମିଷ୍ଟର ସନ୍‌ ତାଙ୍କ ୮୪ ବର୍ଷୀୟ ପତ୍ନୀ ହୁଆଙ୍ଗ୍‌ ଗୁଓକିଙ୍କ ସମେତ ପରିବାର ଲୋକ ବସବାସ କରନ୍ତି। ଗତ ଏକ ବର୍ଷରୁ ମିଷ୍ଟର ସନ୍‌ଙ୍କୁ ନିଶ୍ୱାସ ନେବାରେ ସମସ୍ୟା ଓ ଡିମୋଶିଆ ରୋଗରେ ପୀଡିତ ହେବାରୁ ହାଙ୍ଗଝାଉର ଏକ ହସ୍ପିଟାଲରେ ଭର୍ତ୍ତି ହୋଇ ସେ ଚିକିତ୍ସିତ ହେଉଛନ୍ତି। ମିଷ୍ଟର ସନ୍‌ ହସ୍ପିଟାଲରେ ଭର୍ତ୍ତି ହେବା ପରେ ପତ୍ନୀ ହୁଆଙ୍ଗ ପ୍ରତିଦିନ ତାଙ୍କୁ ଦ୍ୱିପ୍ରହର ୨ଟାରେ କିଓ୍ବି ଫଳ ନେଇ ଭେଟିବାକୁ ଯାଇଥାନ୍ତି।

ବୃଦ୍ଧ ଦମ୍ପତିିଙ୍କ ଏଭଳି ପ୍ରେମକୁ ଦେଖି ହସ୍ପିଟାଲର ସବୁ ଷ୍ଟାଫ୍‌ ତାଙ୍କୁ ‘ଦାଦି ହୁଆଙ୍ଗ’ ଓ ‘ଦାଦା ସନ୍‌’ ବୋଲି କହି ଡାକିଥାନ୍ତି। କିନ୍ତୁ କିଛି ମାସ ପୂର୍ବରୁ କରୋନା ଭାଇରସ୍‌ ସଂକ୍ରମଣ ବ୍ୟାପିବାରୁ ଉକ୍ତ ସହରରେ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ଲକ୍‌ଡାଉନ୍‌ ଯୋଗୁ ଲୋକଙ୍କ ଘରୁ ବାହାରିବା ବନ୍ଦ ହୋଇଯାଇଥିବା ବେଳେ ହସ୍ପିଟାଲର ଆଇସିୟୁରେ ମଧ୍ୟ ଭିଜିଟର୍ସଙ୍କ ଯିବାଆସିବା ବନ୍ଦ ହୋଇଗଲା। ସେହି ସମୟରେ ହୁଆଙ୍ଗ୍‌ କିଭଳି ତାଙ୍କ ସ୍ବାମୀଙ୍କୁ ଭେଟିବେ ସେନେଇ ତାଙ୍କୁ ଭାଳେଣି ପଡ଼ିଯାଇଥିଲା। ହେଲେ ଲକ୍‌ଡାଉନ୍‌ ବି ପ୍ରେମ ଆଗରେ ହାର ମାନିଥିଲା। ଏହି ସମୟରେ ବି ଦାଦି ହୁଆଙ୍ଗ ପ୍ରତିଦିନ ଦ୍ୱିପ୍ରହର ୨ଟାରେ ମିଷ୍ଟର ସନ୍‌ଙ୍କ ପସନ୍ଦର ଫଳ ସହ ହାତରେ ଗୋଟିଏ ଚିଠି ନେଇ ସାଙ୍ଗରେ ହସ୍ପିଟାଲକୁ ଯାଉଥିଲେ। ଫଳ ଓ ପ୍ରେମପତ୍ରକୁ ଆଇସିୟୁ ବାହାରେ କୌଣସି ଷ୍ଟାଫ୍‌ଙ୍କୁ ଦେଇ ଚାଲିଯାଇଥାନ୍ତି।

ଏହି ଘଡିସନ୍ଧି ମୁହୂର୍ତ୍ତରେ ରୋଗ ସହ ଲଢ଼େଇ କରିବା ପାଇଁ ତୁମକୁ ଦୃଢ଼ ହେବାକୁ ପଡ଼ିବ। ଘରେ ସମସ୍ତେ ଭଲ ଅଛନ୍ତି ଏବଂ ଡାକ୍ତର ଓ ନର୍ସଙ୍କ କଥା ମାନି ଚଳିବ ବୋଲି ହୁଆଙ୍ଗ ସେହି ୪୫ଟି ଚିଠିରେ ଲେଖିଥିଲେ। ମିଷ୍ଟର ସନ୍‌ ମଧ୍ୟ ପତ୍ନୀଙ୍କ ସେହି ସବୁ ଚିଠିକୁ ଶ୍ରଦ୍ଧାରେ ପଢ଼ିଥାନ୍ତି। ତେବେ ଗତ ଗୁରୁବାର ସହରରୁ ଲକ୍‌ଡାଉନ୍‌ ହଟିବା ପରେ ଦାଦି ହୁଆଙ୍ଗ ହସ୍ପିଟାଲରେ ପହଞ୍ଚି ସ୍ବାମୀଙ୍କୁ ଭେଟି କିଓ୍ବି ଫଳ ଖୁଆଇଥିବା ଜଣାପଡ଼ିଛି। ବର୍ତ୍ତମାନେ ସମୟରେ ସାମାନ୍ୟ ମନମାଳିନ୍ୟ ପାଇଁ ଯେଉଁଠାରେ ଦମ୍ପତିଙ୍କ ସମ୍ପର୍କ ଭାଙ୍ଗିଯାଉଛି ସେଠାରେ ଦାଦି ହୁଆଙ୍ଗ ଓ ଦାଦା ସନ୍‌ଙ୍କ ପ୍ରେମ ସମସ୍ତଙ୍କ ପାଇଁ ଏକ ପ୍ରେରଣାଦାୟକ ସାଜିଛି।


Enter your email to get our daily news in your inbox.

All Right Reserved By Dharitri.Com

କେଜ୍‌ରିଓ୍ବାଲଙ୍କ ବଡ଼ ଘୋଷଣା, ୪ରେ ବାହାରିବେ ପଦଯାତ୍ରା

ନୂଆଦିଲ୍ଲୀ,୧ା୮: ଖାଣ୍ଟି ପେଟ୍ରୋଲ ଏବଂ ଇ୨୦ (୨୦% ଇଥାନଲ ମିଶ୍ରିତ ପେଟ୍ରୋଲ) ମଧ୍ୟରୁ ଗ୍ରାହକ ଗୋଟିଏକୁ ବାଛିବା ନିମନ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ସରକାର ବିକଳ୍ପ ବ୍ୟବସ୍ଥା ରଖିବାକୁ…

ଘାସ, ଲତାରେ ଲୁଚିଗଲାଣି ୨ ମହଲା ପାଠାଗାର

ବଉଳା,୧ା୮(ଦୁର୍ଗାପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ହାଟଡ଼ିହୀ ପଞ୍ଚାୟତ ମଠଡାହିଠାରେ ନିର୍ମିତ ବ୍ଲକ୍‌ସ୍ତରୀୟ ପାଠାଗାର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଘାସ, ଲତାରେ ୨…

୭ ବର୍ଷର ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ…

ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ା: ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼

ପାଟଣା,୧।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ କିଆପଡା ନିକଟସ୍ଥ ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ାର ଏକ ମନୋରମ ଓ ରୋମାଞ୍ଚକର…

କାହିଁକି ହକି ଦଳର ଜର୍ସି ରଙ୍ଗ ବଦଳାଗଲା, ପ୍ରଶ୍ନ ଉଠାଇଲା ଖାର୍ଗେ

ନୂଆଦିଲ୍ଲୀ,୧ା୮: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ଗେରୁଆ କରାଯିବା ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସଭାପତି ମଲିକାର୍ଜୁନ…

ଜୁଆ ଆଡ୍ଡାରେ ପୋଲିସ ଚଢାଉ ବେଳେ ପୋଲିସ ଅଧିକାରୀଙ୍କୁ ଆକ୍ରମଣ: ହତ୍ୟା ଉଦ୍ୟମ ମାମଲା ରୁଜୁ କଲା…

ଦିଗପହଣ୍ଡି,୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଏସ.ଆଇ ରାଜ କିଶୋର ପାତ୍ର ସଦଳବଳେ ଲଙ୍ଗଳ ଦେଇ, ଅନନ୍ତେଇ ଇଲାକାରେ ଶୁକ୍ରବାର ସାନ୍ଧ୍ୟକାଳୀନ ପାଟ୍ରୋଲିଂ ସାରି…

ଟେଷ୍ଟ କ୍ରିକେଟକୁ ଫେରିବେ ବେନ ଷ୍ଟୋକ୍ସ; ପରବର୍ତ୍ତୀ ଆଶେସ ସିରିଜରେ ଖେଳିବେ!

ନୂଆଦିଲ୍ଲୀ,୧।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ବେନ ଷ୍ଟୋକ୍ସ ସମ୍ପ୍ରତି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି, କିନ୍ତୁ ସମ୍ଭାବ୍ୟ ପୁନରାଗମନ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ କ୍ରିକେଟ…

ମୋଦିଙ୍କ ଭିଡ଼ିଓକୁ ନେଇ କଡ଼ା ଟାର୍ଗେଟ କଲେ ରୋହଣୀ

ନୂଆଦିଲ୍ଲୀ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ ଜାରି କରି କହିଛନ୍ତି ଯେ ସେ ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବା ପିଲାମାନଙ୍କୁ କ୍ଷମା କରିଦେଇଛନ୍ତି। ସାମ୍ପ୍ରତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri