୫ ଦିନରେ୧୫୨୩ ଗ୍ରାହକ ଉଠାଇଛନ୍ତି ୬୭.୧୭ ଲକ୍ଷ ଟଙ୍କା

ବ୍ରହ୍ମପୁର ଅଫିସ,୧୬ା୫-ଚଳିତ ମାସ ପ୍ରଥମ ସପ୍ତାହରେ ଘଟିଥିବା ସାମୁଦ୍ରିକ ବାତ୍ୟା ଫନୀ ପୁରୀ ଜିଲାକୁ ବିଶେଷ ପ୍ରଭାବିତ କରିଛି । ଫଳରେ ବ୍ୟାଙ୍କ ସେବା ବିପର୍ଯ୍ୟସ୍ତ ହୋଇଯାଇଛି । ତେଣୁ ମୋବାଇଲ ଏଟିଏମ୍‌ ଦ୍ୱାରା ଗ୍ରାହକଙ୍କୁ ସେବା ଯୋଗାଇବା ବ୍ୟବସ୍ଥା କରିଛି ବ୍ରହ୍ମପୁର ସମବାୟ କେନ୍ଦ୍ର (ବିସିସି) ବ୍ୟାଙ୍କ । ଗତ ୧୦ରୁ ଆରମ୍ଭ ହୋଇଥିବା ଏହି ସେବା ୧୪ ତାରିଖ ସୁଦ୍ଧା ୫ ଦିନରେ ପୁରୀ ସହର ସମେତ ସେହି ଜିଲାର ବିଭିନ୍ନ ସ୍ଥାନରେ ୧୫୨୩ ଗ୍ରାହକଙ୍କୁ ୬୭.୧୭ ଲକ୍ଷ ଟଙ୍କା ଦିଆଯାଇଛି । ବ୍ୟାଙ୍କ ମୁଖ୍ୟ ପ୍ରଶାସନିକ ଅଧିକାରୀ ତଥା ପରିଚାଳନା ବୋର୍ଡ ସମ୍ପାଦକ ଚିତ୍ତରଞ୍ଜନ ପାଣିଗ୍ରାହୀ ବୁଧବାର ଏହି ସୂଚନା ଦେଇଛନ୍ତି । ଆବଶ୍ୟକ ସ୍ଥଳେ ଅଧିକ ଟଙ୍କା ଯୋଗାଇ ଦିଆଯିବାର ସେ ଦର୍ଶାଇଛନ୍ତି ।   ସୂଚନାଯୋଗ୍ୟ, ବିସିସି ବ୍ୟାଙ୍କ ଅଧୀନରେ ଗଜପତି ଜିଲାର ଅନେକ ଦୁର୍ଗମ ମାଳ ଅଞ୍ଚଳ ରହିଛି । ଆଦିବାସୀ ବହୁଳ ଗଁା ଗଣ୍ଡା ଓ ହାଟଗୁଡିକରେ ଗ୍ରାହକମାନେ ସୁବିଧାରେ ଟଙ୍କା ଉଠାଣ ଏଭଳିକି ବିିଭିନ୍ନ ଋଣ ବାବଦ ଅର୍ଥ ମଧ୍ୟ ମୋବାଇଲ ଏଟିଏମରୁ ଉଠାଇବାର ବ୍ୟବସ୍ଥା ହୋଇଛି। ଗତ ୩ ବର୍ଷ ତଳୁ ମୋବାଇଲ ଏଟିଏମ ଭ୍ୟାନ ପ୍ରଚଳିତ ହୋଇ ଆର.ଉଦୟଗିରି ବ୍ୟାଙ୍କ ଶାଖା ଅଧୀନରେ ରଖାଯାଇଛି। ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ (ଓଏସସିବି) ନିର୍ଦ୍ଦେଶରେ ବିସିସି ବ୍ୟାଙ୍କ ବାତ୍ୟା ଦ୍ୱାରା ପ୍ରଭାବିତ ପୁରୀକୁ ମୋବାଇଲ ଭ୍ୟାନ ପଠାଉଛି । ଏଟିଏମରୁ ଟଙ୍କା ସରିବା ମାତ୍ରେ ଅନଲାଇନ ଦ୍ୱାରା ପୁଣି ଭର୍ତ୍ତି କରାଯାଉଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଧାର ଟଙ୍କା ମାଗିବାରୁ ଆକ୍ରମଣ

ବ୍ରହ୍ମପୁର,ତା୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସଦର ଥାନା ବାଳକୃଷ୍ଣପୁର ଗ୍ରାମରେ ଧାର ଟଙ୍କା ମାଗିବାରୁ ମମତା ପାତ୍ର ନାମ୍ନୀ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ତାଙ୍କ...

ଆସିକା ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କଲେ ରଞ୍ଜିତା

ଛତ୍ରପୁର,୨ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ନାମାଙ୍କନପତ୍ର ଦାଖଲର ୫ମ ଦିନରେ ଆସିକା ଲୋକ ସଭା ଆସନ ନିମନ୍ତେ ବିଜୁ ଜନତା ଦଳର ଏମ୍‌ପି ପ୍ରାର୍ଥିନୀ ରଞ୍ଜିତା...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଯୁବକଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍‌ (ଏଡିଜେ-୧) ଡ. ଇନ୍ଦୁ ଶର୍ମା ବୁଧବାର ଏକ ହତ୍ୟା ମାମଲାର ୧୯ ବର୍ଷ ପରେ ଚୂଡ଼ାନ୍ତ...

ଗାଡ଼ି ଚଳାଉଥିବା ବେଳେ ରାସ୍ତାରେ ହେଲା ହାର୍ଟ ଆଟାକ୍‌, ଚାଲିଗଲା ଜୀବନ

ବୁଗୁଡ଼ା,୧ା୫(କାଳିଚରଣ ଦାଶ): ଗାଡ଼ି ଚଳାଇ ଆସୁଥିବା ବେଳେ ଅଧା ରାସ୍ତାରେ ହୋଇଗଲା ହାର୍ଟ ଆଟାକ୍‌। ଆଉ ଗାଡ଼ି ଭିତରେ ହିଁ ଚାଲିଗଲା ଜୀବନ ଏମିତି ଏକ...

ଡବଲ ଇଞ୍ଜିନ୍‌ ଭୋଟ୍‌ ପାଇଁ କାମ କରେ, କାହିଁକି ଏମିତି କହିଲେ ପାଣ୍ଡିଆନ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଛତ୍ରପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର। ସାଧାରଣ ସଭାରେ କାର୍ତ୍ତିକ ପାଣ୍ଡିଆନଙ୍କ ଉଦ୍‌ବୋଧନ ଦେଇ କହିଛନ୍ତି, ଡବଲ ଇଞ୍ଜିନ୍‌ ବୋଲି କିଛି ଲୋକ...

ଖଲ୍ଲିକୋଟ ଆସନ ଲାଗି ବିଜେଡିରୁ ହଟିଲା ସସ୍‌ପେନ୍ସ: ସୂର୍ଯ୍ୟମଣିଙ୍କୁ ମିଳିଲା ଟିକେଟ

ପୁରୁଷୋତ୍ତମପୁର,୧।୫(ସୀମାଞ୍ଚଳ ମିଶ୍ର): ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର ୨ଦିନ...

ନିର୍ବାଚନକୁ ନେଇ ଯାଞ୍ଚ କଡ଼ାକଡ଼ି

ଛତ୍ରପୁର,୧।୫(ସନ୍ତୋଷ ପାଢ଼ୀ)- ଗଞ୍ଜାମ ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଅବାଧ, ମୁକ୍ତ କରିବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଜୋରଦାର ଚାଲିଛ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri