୫ ଗ୍ରାମ୍ୟରାସ୍ତାର ହେବ ଉନ୍ନତୀକରଣ

ଭୁବନ, ୭।୩(ଡି.ଏନ.ଏ.) – ଢେଙ୍କାନାଳ ଜିଲା ଭୁବନ ବ୍ଲକ ସଭାଗୃହରେ ପଞ୍ଚାୟତ ସମିତିର ସ୍ବତନ୍ତ୍ର ଅଧିବେଶନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଅଧ୍ୟକ୍ଷତା କରିଥିଲେ। ଖୁବ୍‌ଶୀଘ୍ର ବ୍ଲକର ୫ ବ୍ୟସ୍ତବହୁଳ ଗ୍ରାମ୍ୟରାସ୍ତାର ଉନ୍ନତୀକରଣ କରାଯିବ। ଫଳରେ ୫୫ନଂ. ଜାତୀୟ ରାଜପଥକୁ ଯୋଗାଯୋଗ ଅଧିକ ସୁଗମ ହୋଇପାରିବ। ଏଥିସହ ଚାଷୀ ଏବଂ ଚାଷର ବିକାଶ ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବ୍ଲକ ଅଧ୍ୟକ୍ଷ ଗୁରୁତ୍ୱାରୋପ କରିଥିଲେ।
ବ୍ଲକର ବିଭିନ୍ନ ପଞ୍ଚାୟତରୁ ୫୩ନଂ. ଜାତୀୟ ରାଜପଥକୁ ଗ୍ରାମ୍ୟ ସଡ଼କ ସଂଯୋଗ କରିଛି। ଏହା ଉପରେ ହଜାର ହଜାର ଜନସାଧାରଣ ନିର୍ଭର କରୁଛନ୍ତି। ସେଥିମଧ୍ୟରୁ ମଠକରଗୋଳା-ଜିରାଳ, ଟିପିଲେଇ ଛକ-ପାଟପୁର, ଗଡ଼ନୃସିଂହପ୍ରସାଦ-କୃଷ୍ଣପୁର, ବାଲିଝାଟି ଛକ-ଜୟପୁର ଏବଂ ଶ୍ୟାମଳ-ସେନନ୍ଦା ରାସ୍ତା ଅନ୍ୟତମ। ଏସବୁ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ଓ୍ବାଇ)ରେ ସାମିଲ କରାଯିବ। ଫଳରେ ବ୍ଲକବାସୀ ଉପକୃତ ହୋଇପାରିବେ। ସେହିପରି ଅଧାପନ୍ତରିଆ ହୋଇ ପଡ଼ିଥିବା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ର ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବା, କୃଷି ଏବଂ କୃଷକର ବିକାଶ ଲାଗି ରହିଥିବା ଯୋଜନାର ସଫଳ ରୂପାୟନ ଦିଗରେ ଯତ୍ନବାନ ଦେବାକୁ ବିଡିଓ ଆଶୀର୍ବାଦ ପରିଡ଼ା ପରାମର୍ଶ ଦେଇଥିଲେ।
ଏହି ଅବସରରେ ପଞ୍ଚାୟତର ଲୋକପ୍ରତିନିଧିମାନେ ନିଜ ଅଞ୍ଚଳର ସମସ୍ୟା ଉପସ୍ଥାପନ କରିଥିଲେ। ବ୍ଲକ ଉପାଧ୍ୟକ୍ଷ ସୁଭଦ୍ରା ପାତ୍ର, ସହକାରୀ ଯନ୍ତ୍ରୀ ଶ୍ରୀମନ୍ତ ନାରାୟଣ ଆଚାର୍ଯ୍ୟ, ନିର୍ବାଚିତ ପ୍ରତିନିଧିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri