୪କୋଟି ଆନ୍ତଃରାଜ୍ୟ ପ୍ରବାସୀ ପ୍ରଭାବିତ

ନୂଆଦିଲ୍ଲୀ,୨୪ା୪(ପି.ଟି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୫ରେ ଦେଶବ୍ୟାପୀ ଲକ୍‌ଡାଉନ ଲାଗୁ କରିଛନ୍ତି। ଏହା ମେ’୩ ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ ଏହି ଲକ୍‌ଡାଉନ ଯୋଗୁ ଦେଶରେ ପ୍ରାୟ ୪କୋଟି ଆନ୍ତଃରାଜ୍ୟ ପ୍ରବାସୀ ପ୍ରଭାବିତ ହୋଇଛନ୍ତି। ଯେଉଁଥିପାଇଁ ଗତ କିଛିଦିନ ମଧ୍ୟରେ ପ୍ରାୟ ୫୦ରୁ ୬୦ହଜାର ପ୍ରବାସୀ ସହରାଞ୍ଚଳରୁ ଗ୍ରାମାଞ୍ଚଳ ଅର୍ଥାତ୍‌ ନିଜ ଭିଟାମାଟି ମୁହଁା ହୋଇଛନ୍ତି ବୋଲି ବିଶ୍ୱ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ କୋଭିଡ୍‌-୧୯ ସଂକ୍ରମଣ ରୋକିବା ପାଇଁ ଘୋଷଣା କରାଯାଇଥିବା ଲକ୍‌ଡାଉନ ଯୋଗୁ ଭିଟାମାଟି ଛାଡ଼ି ବାହାର ରାଜ୍ୟରେ ରହୁଥିବା ଲୋକମାନେ ଏବେ କାମଧନ୍ଦା ପାଉ ନ ଥିବାରୁ ଖାଇବାକୁ ଠିକ୍‌ରେ ପାଉନାହାନ୍ତି। ତେଣୁ ସେମାନେ ସମସ୍ତେ ଭିଟାମାଟିକୁ ଫେରିବାକୁ ଚେଷ୍ଟା କରୁଛନ୍ତି। ଅନ୍ୟଦେଶରେ ରହୁଥିବା ପ୍ରବାସୀଙ୍କଠାରୁ ଆନ୍ତଃରାଜ୍ୟ ପ୍ରବାସୀଙ୍କ ସଂଖ୍ୟା ଅଢ଼େଇଗୁଣ। ରେଳ ଓ ବସ୍‌ ଚଳାଚଳ ସବୁ ବନ୍ଦ ରହିଥିବାରୁ ସେମାନେ ମାଳମାଳ ହୋଇ ଗ୍ରାମାଞ୍ଚଳ ମୁହଁା ହେଉଛନ୍ତି। ଫଳରେ ସାମାଜିକ ଦୂରତା ରକ୍ଷା କରିବା କଷ୍ଟକର ହୋଇପଡ଼ୁଛି। ଏହି ଅବସ୍ଥା କରୋନା ସଂକ୍ରମଣ ବ୍ୟାପିବାର ଆଉ ଏକ ସୁଯୋଗ ସୃଷ୍ଟି କରୁଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଆନ୍ତଃରାଜ୍ୟ ପ୍ରବାସୀଙ୍କ ଏଭଳି ସମସ୍ୟା ଦୂର କରିବା ପାଇଁ ସରକାର ପଦକ୍ଷେପ ନେବା ଆବଶ୍ୟକ। ସେମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ସହ ଆର୍ଥିକ ସହଯୋଗ ଏବଂ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଜରିଆରେ ସେମାନଙ୍କୁ ସୁରକ୍ଷା ଦେବା ଆବଶ୍ୟକ। କରୋନା ଭାଇରସ୍‌ର ବିପଦ ବିଶେଷକରି ଦକ୍ଷିଣ ଏସୀୟ ଅଞ୍ଚଳରେ ରହୁଥିବା ଉଭୟ ଆନ୍ତଃରାଜ୍ୟ ଏବଂ ଅନ୍ତଃରାଷ୍ଟ୍ରୀୟ ପ୍ରବାସୀଙ୍କ ଉପରେ ପ୍ରଭାବ ପକାଇଛି। କରୋନା ଭାଇରସ ସଂକ୍ରମଣ ପ୍ରଭାବର ପ୍ରାଥମିକ ପର୍ଯ୍ୟାୟରେ ଯେତେବେଳେ ଯାତାୟାତ କଟକଣା ଲାଗି ନ ଥିଲା, ସେତେବେଳେ ଗଲ୍ଫ ବା ଉପସାଗରୀୟ ରାଷ୍ଟ୍ରରୁ ଭାରତ, ପାକିସ୍ତାନ ଏବଂ ବାଂଲାଦେଶକୁ ବହୁ ପ୍ରବାସୀ ଫେରି ଆସିଥିଲେ। ଏପରିକି ଚାଇନା ଏବଂ ଇରାନ ଭଳି କିଛି ରାଷ୍ଟ୍ର ସେଠାରେ ଥିବା ପ୍ରବାସୀଙ୍କୁ ତାଙ୍କ ନିଜ ଦେଶକୁ ପଠାଇଦେଇଥିଲେ। ୨୦୧୯ରେ ଭାରତ ଓ ପାକିସ୍ତାନରୁ ଉପସାଗରୀୟ ରାଷ୍ଟ୍ରଗୁଡ଼ିକୁ ଦେଶାନ୍ତର ହେବାରେ ଅଣକୁଶଳୀ ଶ୍ରମିକଙ୍କ ସଂଖ୍ୟା ପୂର୍ବବର୍ଷଗୁଡ଼ିକ ଅପେକ୍ଷା ଅଧିକ ରହିଥିଲା। ମାତ୍ର ୨୦୨୦ରେ କରୋନା ମହାମାରୀ ଏବଂ ଉପସାଗରୀୟ ରାଷ୍ଟ୍ରରେ ତୈଳ ଆମଦାନୀ ହ୍ରାସ ଯୋଗୁ ଏହି ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇବ ବୋଲି ଆକଳନ କରାଯାଉଛି। ୨୦୧୯ରେ ଭାରତରେ ପୂର୍ବାପେକ୍ଷା ୮ପ୍ରତିଶତ ବୃଦ୍ଧି ପାଇ ୩,୬୮,୦୪୮ଜଣ ଅଣକୁଶଳୀ ଶ୍ରମିକଙ୍କୁ ଉପସାଗରୀୟ ରାଷ୍ଟ୍ରକୁ ଯିବା ପାଇଁ ଅନୁମତି ମିଳିଥିଲା। ସାମ୍ପ୍ରତିକ ପରିସ୍ଥିତିକୁ ଦେଖି ଏବେ ଦେଶାନ୍ତରଙ୍କ ସଂଖ୍ୟା କମିବାରେ ଲାଗିବ। ଅପରପକ୍ଷରେ ଗମନାଗମନର ସୁବିଧା ନ ଥିବାରୁ ନିକଟ ଭବିଷ୍ୟତରେ ବାହାରେ ରହୁଥିବା ପ୍ରବାସୀଙ୍କ ସଂଖ୍ୟାରେ ମଧ୍ୟ ହ୍ରାସ ଘଟିବ ନାହିଁ ବୋଲି ବିଶ୍ୱବ୍ୟାଙ୍କ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନ: ମଇଦାନରେ ୨୩ ପ୍ରାର୍ଥୀ, ଜଣଙ୍କ ପ୍ରାର୍ଥିପତ୍ର ନାକଚ

ପୁରୁଷୋତ୍ତମପୁର, ୯/୧୦ (ସବିତା ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁରସ୍ଥିତ ତାରାତାରିଣୀ କଲେଜରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା…

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

୨୨ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ: କ୍ୟାମ୍ପସ୍‌ରେ ରାଜନୈତିକ ଉଷ୍ମତା

ପାଟଣା, ୯/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ସ୍ୱାମପାଟଣାସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ଶେଷ ହୋଇଛି। ନାମାଙ୍କନ…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

ବାଲିଯାତ୍ରାରେ ରକ୍ତପାତ: ଛୁରାମାଡ଼ରେ ଜଣେ ମୃତ, ଅନ୍ୟଜଣେ ଗୁରୁତର

କଲ୍ୟାଣସିଂହପୁର, ୯।୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିଖରପାଇ ବାଲିଯାତ୍ରାରେ ଘଟିଛି ଏକ ଅଭାବନୀୟ ଘଟଣା। ସାମାନ୍ୟ ବଚସାକୁ କେନ୍ଦ୍ର କରି…

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?