୩୦୦ ଶ୍ରମିକଙ୍କୁ ବେଆଇନ ଛଟେଇ ଅଭିଯୋଗ: ଲେବର କଣ୍ଟ୍ରାକ୍ଟରଙ୍କ ବିରୋଧରେ ବିକ୍ଷୋଭ

ଢେଙ୍କାନାଳ ଅଫିସ, ୮।୧- ଢେଙ୍କାନାଳ ଜିଲା ଟାଟା ଷ୍ଟିଲ ବିଏସ୍‌ଏଲ୍‌ରେ ଲେବର କଣ୍ଟ୍ରାକ୍ଟରଙ୍କ ମନମୁଖି କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଛି ଟାଟା ବିଏସ୍‌ଏଲ୍‌ ଇଣ୍ଡଷ୍ଟ୍ରିଜ୍‌ ଶ୍ରମିକ ୟୁନିୟନ। ଏହାର ପ୍ରତିବାଦରେ ମଙ୍ଗଳବାର ମଧ୍ୟାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଶ୍ରମିକମାନେ ଶୋଭାଯାତ୍ରାରେ ଦକ୍ଷିଣକାଳୀ ରୋଡ୍‌ସ୍ଥିତ ସଂଘ କାର୍ଯ୍ୟାଳୟରୁ ବାହାରି ଜିଲା କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ ବିକ୍ଷୋଭ କରିଥିଲେ।
ଅଭିଯୋଗ ଅନୁଯାୟୀ, ଟାଟା ଷ୍ଟିଲ ବିଏସ୍‌ଏଲ୍‌ରେ କାର୍ଯ୍ୟରତ ଠିକାଦାର ସଂସ୍ଥା ବର୍ଷା ଇଣ୍ଟରପ୍ରାଇଜର୍ସ ବିନା ନୋଟିସରେ ଗତ ବର୍ଷ ଜୁଲାଇରେ ୩୦୦ ଶ୍ରମିକଙ୍କୁ ଛଟେଇ କରିଛି। ଆଇନ ଅନୁଯାୟୀ ରିଟ୍ରେଞ୍ଜମେଣ୍ଟ କ୍ଷତିପୂରଣ ଦେବାକୁ ସେମାନେ କମ୍ପାନୀ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଥିଲେ। ଏହାସତ୍ତ୍ୱେ କୌଣସି ପଦକ୍ଷେପ ନିଆଗଲାନାହିଁ। ଏ ନେଇ ଶ୍ରମିକମାନେ ସେମାନଙ୍କ ଉପଦେଷ୍ଟା ଇଂ. ଦେବାଶିଷ ହୋତାଙ୍କ ସହ ଜିଲା ଶ୍ରମ ଅଧିକାରୀଙ୍କୁ ଭେଟି ୬୩ ଲକ୍ଷ ୬୨ ହଜାର ୭୫୦ ଟଙ୍କାର କ୍ଷତିପୂରଣ ଦାବି କରିଥିଲେ। ହେଲେ ଜିଲା ଶ୍ରମ ଅଧିକାରୀ ମାମଲାକୁ ବନ୍ଦ କରି ଭୁବନେଶ୍ୱର ଇଷ୍ଟ୍ରଷ୍ଟିଆଲ୍‌ ଟ୍ରିବ୍ୟୁନାଲକୁ ପଠାଇଦେବାକୁ କହିଥିଲେ। ଜିଲା ଶ୍ରମ କାର୍ଯ୍ୟାଳୟରୁ ନିରାଶ ହେବା ପରେ ଶ୍ରମିକମାନେ ମଙ୍ଗଳବାର ବିକ୍ଷୋଭ କରି ହକ୍‌ଦାବି କରିଛନ୍ତି। ଲେବର କଣ୍ଟ୍ରାକ୍ଟର, ଦାୟିତ୍ୱରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଛଟେଇ ଶ୍ରମିକଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ସେମାନେ ଲିଖିତ ଭାବେ ଦାବି କରିଛନ୍ତି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଧାରଣାସ୍ଥଳକୁ ଆସି ଶ୍ରମିକଙ୍କ ଦାବିପତ୍ର ଗ୍ରହଣ କରିଥିଲେ। ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସଷ୍ଟାଣ୍ଡକୁ ଯାଉଥିବାବେଳେ ଧକ୍କା ଦେଇଥିଲା ବାଇକ, ଆଜି ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଯୁଧିଷ୍ଠିରଙ୍କ ଜୀବନ

ଦିଗପହଣ୍ଡି,୩।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ବ୍ୟକ୍ତି ଏଚ.ଯୁଧିଷ୍ଠିର ରେଡ୍ଡୀ(୫୪) ଗତ ମେ ୨୪ ତାରିଖ ସନ୍ଧ୍ୟାରେ ବାଇକ ଧକ୍କାରେ ଗୁରୁତର…

ପୁଣି କୋଟିଆରେ ଉପସ୍ଥିତି ଜାହିର କଲା ଆନ୍ଧ୍ର: ପଛଘୁଞ୍ଚା ନଦେଇ ଅନୁପ୍ରବେଶ କଲେ ଅଧିକାରୀ

ପଟ୍ଟାଙ୍ଗି, ୩।୬ (ଶରତ କୁମାର ଧଳ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନରେ ଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମଗୁଡିକରେ ପୁଣିଥରେ ପଡୋଶୀ ଆନ୍ଧ୍ର ପ୍ରଦେଶର ପଦାଧିକାରୀମାନେ…

ବିଜେଡି ଛାଡ଼ିଲେ ପୂର୍ବତନ କର୍ପୋରେଟର, ନବୀନଙ୍କୁ ଇସ୍ତଫାପତ୍ର ପଠାଇ କହିଲେ…

କଟକ,୩ା୬: ଜଣଙ୍କ ପରେ ଜଣେ ନେତା ବିଜେଡିର ହାତ ଛାଡୁଛନ୍ତି। ଦେବାଶିଷଙ୍କ ପରେ ଏବେ ବିଜେଡି ଛାଡ଼ିଛନ୍ତି କଟକର ପୂର୍ବତନ କର୍ପୋରେଟର ରଞ୍ଜନ ବିଶ୍ୱାଳ। ସେ ତାଙ୍କର…

ଦିଅର ମାଡ଼ରେ ଚାଲିଗଲା ଭାଉଜଙ୍କ ଜୀବନ: ପାରିବାରିକ କଳହ ସାଜିଲା କାଳ

ଧର୍ମଶାଳା, ୩।୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ସାରୋଇ ଗ୍ରାମରେ ଦିଅର ମାଡ଼ରେ ତାଙ୍କ ଭାଉଜଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ପାରିବାରିକ…

ବିଡିଓଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ, ଏହି ସବୁ ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ

ବାରିପଦା,୩।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ନିର୍ବାଚନମଣ୍ଡଳୀର ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଏଇଆରଓ) ତଥା ବଡ଼ସାହି ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡ଼ିଓ) ସ୍ମୃତିମୟୀ ବନଜା…

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଆସିଲା ସାଂଘାତିକ ତଥ୍ୟ: କଲ୍‌ କରି ଆମ୍ବୁଲାନ୍ସ ଫେରାଇ ଦେଇଥିଲେ ଜଣେ ବ୍ୟକ୍ତି

ଭୁବନେଶ୍ୱର,୩ା୬: ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ମାମଲାରେ ସାମ୍ନାକୁ ଆସିଛି ଏକ ସାଂଘାତିକ ତଥ୍ୟ। ମେ’ ୭ରେ ଅଡ଼ଶପୁର ମେଡିକାଲର ଆମ୍ବୁଲାନ୍ସକୁ ଜଣେ ବ୍ୟକ୍ତି କଲ୍‌…

ହଜିଯାଉଛି ‘ବୋଉ’ ଶବ୍ଦ: ଆନ୍ତରିକତାକୁ ପୁନର୍ଜୀବିତ କରିବାକୁ ପ୍ରୟାସ

ଭଞ୍ଜନଗର,୩।୬(ବାବୁଲା ପ୍ରଧାନ):ଆଧୁନିକ ଜୀବନଧାରା ପ୍ରବାହରେ ବୋଉ ଶବ୍ଦଟି କ୍ରମଶଃ ହଜିବାରେ ଲାଗିଛି। ଏହି ପଛରେ ଥିବା ଆତ୍ମୀୟ ପରମ୍ପରା ଓ ସମର୍ପିତ ଆନ୍ତରିକତାକୁ ପୁନର୍ଜୀବିତ ଉଦ୍ଦେଶ୍ୟରେ ଲୋହରାଖଣ୍ଡି…

ସୌମ୍ୟ ମୃତ୍ୟୁ ମାମଲା: ଯୁବତୀ ଓ ଆମ୍ବୁଲାନ୍ସ ଡ୍ରାଇଭର NHRCରେ ହାଜର

ଭୁବନେଶ୍ୱର,୩।୬: ବାଲିଅନ୍ତାରେ ଘଟିଥିବା ଚର୍ଚ୍ଚିତ ବର୍ବରତା ଘଟଣାକୁ ନେଇ ନୂଆ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣାରେ ଅଭିଯୋଗ କରିଥିବା ଯୁବତୀ ଏବଂ ଘଟଣା ସମୟରେ ଫେରିଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri