Posted inଫୁରସତ

୨୩ ବର୍ଷରେ ହରାଇ ବସିଥିଲେ ଦୃଷ୍ଟିଶକ୍ତି, କୁକୁର ଲାଗି ଫେରିପାଇଲେ ଫିଟ୍‌ନେସ

ଲଣ୍ଡନ: ବ୍ରିଟେନ୍‌ର ପୋର୍ଟସ୍‌ମାଉଥ୍‌ରେ ରହୁଥିବା ଇୟାନ ମୋରିସ୍‌ ଯେତେବେଳେ ୨୩ ବର୍ଷର ହୋଇଥିଲେ, ସେତେବେଳେ ସେ ଦୃଷ୍ଟିଶକ୍ତି ହରାଇଥିଲେ। ତଥାପି ହାରି ନ ଥିଲେ। ଫିଟ୍‌ନେସ ପ୍ରତି ତାଙ୍କର ବହୁ ଦୁର୍ବଳତା ଥିଲା। ଏଥିରେ ତାଙ୍କୁ ପଥ ପ୍ରଦର୍ଶକ ଭାବେ ସାଥ୍‌ ଦେଇଥିଲା ଗାଇଡ୍‌ ଡଗ୍‌ ମିଲ୍‌ସି। ଇୟାନ ପ୍ରତିଦିନ ମିଲ୍‌ସି ସହିତ ଜିମ୍‌ ଯାଉଥିଲେ। ଯାହା ଅନ୍ୟମାନଙ୍କ ପାଇଁ ଏବେ ପ୍ରେରଣା ପାଲଟିଛି।
୫୦ ବର୍ଷୀୟ ଇୟାନ କୁହନ୍ତି, ଦୃଷ୍ଟିଶକ୍ତି ଚାଲିଯିବା ପରେ ସେ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ। ଜିମ୍‌ଠାରୁ ଦୂରେଇ ରହିବା ତାଙ୍କୁ ବହୁତ କଷ୍ଟ ଦେଇଥିଲା। ଏପରିକି ସେ କରିଥିବା ଚାକିରି ମଧ୍ୟ ତାଙ୍କୁ ହରେଇବାକୁ ପଡ଼ିଥିଲା। ପରେ ସେ ମନବଳ ଦୃଢ଼ କରିଥିଲେ। ପ୍ରଥମେ ପ୍ରଥମେ ବ୍ୟାୟାମ କରିବା କଷ୍ଟକର ହେଉଥିଲା। ସେ ବ୍ଲାଇଣ୍ଡ୍‌ କ୍ରିକେଟ୍‌ ଟିମ୍‌ରେ ଭାଗ ନେବା ପରେ ଆତ୍ମବିଶ୍ୱାସ ଆହୁରି ବଢ଼ିଗଲା। ପରେ ସେ ଗାଇଡ୍‌ ଡଗ୍‌ ୟୁକେ ଚାରିଟିରେ ଯୋଗ ଦେଇଥିଲେ। ଏଠାରେ ଥିବା ଗାଇଡ୍‌ ଡଗ୍‌ ମିଲ୍‌ସି ତାଙ୍କୁ ପ୍ରତିଦିନ ସାହାଯ୍ୟ କରୁଥିଲା। ଇୟାନ୍‌ଙ୍କୁ ମିଲ୍‌ସି ସେଠାରେ ଗାଇଡ୍‌ କରେ। ମିଲ୍‌ସି ଯୋଗୁ ସେ ଏବେ ମାନସିକ, ଶାରୀରିକ ଭାବେ ସୁସ୍ଥ ହେବାରେ ଲାଗିଛନ୍ତି ବୋଲି କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

ମୁଖ୍ୟମନ୍ତ୍ରୀ ହେବା ପରେ ଦିଲ୍ଲୀରେ ମୋଦିଙ୍କୁ ସାକ୍ଷାତ କଲେ ବିଜୟ, ୨୦ ମିନିଟରେ କଲେ…..

ନୂଆଦିଲ୍ଲୀ,୨୭।୫: ଜୋସେଫ ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତ କରିଥିଲେ। ଏଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହା ତାମିଲନାଡୁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri