୨୨ ହଜାର ଟପିଲା କରୋନା ମୃତ୍ୟୁ

ନୂଆଦିଲ୍ଲୀ, ୨୭ା୩: ବିଶ୍ୱବ୍ୟାପୀ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ବିଭିନ୍ନ ପ୍ରଶାସନିକ କଟକଣା ସତ୍ତ୍ୱେ ଏହାକୁ ରୋକିବା କଷ୍ଟକର ହୋଇପଡ଼ିଛି। ଅଦ୍ୟାବଧି କରୋନାରେ ମୃତ୍ୟୁସଂଖ୍ୟା ୨୨,୦୬୭ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୪,୮୮,୪୨୬କୁ ବୃଦ୍ଧିପାଇଛି। ୧ ଲକ୍ଷ ୧୭ ହଜାରରୁ ଅଧିକ ସଂକ୍ରମିତ ବ୍ୟକ୍ତି ସୁସ୍ଥହୋଇ ଫେରିଥିବା ଜଣାପଡ଼ିଛି। ପ୍ରାଣଘାତୀ ଏହି ଭୂତାଣୁ ଚାଇନା ପରେ ଏବେ ଇଟାଲୀ ଓ ସ୍ପେନ୍‌ରେ ତାଣ୍ଡବ ରଚୁଛି। ଚାଇନାରେ କରୋନା ମୃତ୍ୟୁସଂଖ୍ୟା ୩,୨୮୭ ରହିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୮୧ ହଜାରରୁ ଅଧିକ ଅଛନ୍ତି। ହେଲେ ମୃତ୍ୟୁସଂଖ୍ୟା ପୂର୍ବାପେକ୍ଷା ଏଠାରେ କମିଛି। ଅପର ପକ୍ଷରେ ୟୁରୋପୀୟ ଦେଶଗୁଡ଼ିକ କରୋନା ଦ୍ୱାରା ଆତଙ୍କିତ ହୋଇପଡ଼ିଛନ୍ତି। ଇଟାଲୀରେ କରୋନା ମୃତ୍ୟୁସଂଖ୍ୟା ୭,୫୦୩ରେ ପହଞ୍ଚି ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୭୪, ୩୭୬ରେ ପହଞ୍ଚିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ କାହାର ମୃତ୍ୟୁ ହୋଇ ନ ଥିବା ଜଣାପଡ଼ିଛି। ସ୍ପେନ୍‌ରେ ଏହି ମୃତ୍ୟୁସଂଖ୍ୟା ୪,୦୮୯କୁ ବଢ଼ିଛି। ଗୋଟିଏ ଦିନରେ ଏଠାରେ ୪୪୨ ଜଣ ପ୍ରାଣ ହରାଇଛନ୍ତି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୫୬, ୧୮୮ ରହିଛି। ଆମେରିକାରେ ମୃତ୍ୟୁସଂଖ୍ୟା ୧,୦୩୬ ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୬୮, ୬୦୦ରେ ପହଞ୍ଚିଛି। ଇରାନରେ କରୋନା ମୃତ୍ୟୁସଂଖ୍ୟା ୨,୨୩୪କୁ ବୃଦ୍ଧିପାଇଛି। ସଂକ୍ରମିତଙ୍କ ସଂଖ୍ୟା ଏଠାରେ ୨୯, ୪୦୬କୁ ବୃଦ୍ଧିପାଇଛି। ଫ୍ରାନ୍ସରେ ୧,୩୩୧ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେଳେ ଜର୍ମାନୀରେ ୨୨୨, ସ୍ବିଜରଲାଣ୍ଡରେ ୧୭୧, ବ୍ରିଟେନରେ ୪୬୫, ଦକ୍ଷିଣ କୋରିଆରେ ୧୩୧, ନେଦରଲାଣ୍ଡ୍ସରେ ୩୫୬, ବେଲଜିୟମ୍‌ରେ ୨୨୦, ବ୍ରାଜିଲ, ସ୍ବୀଡେନ, ତୁର୍କୀ ଓ ପର୍ତ୍ତୃଗାଲରେ ୬୦ ଲେଖାଏ, ଡେନ୍‌ମାର୍କରେ ୪୩ ବ୍ୟକ୍ତି ପ୍ରାଣ ହରାଇଥିବା ଜଣାପଡ଼ିଛି। ଭାରତରେ ମୃତ୍ୟୁସଂଖ୍ୟା ୧୪ରେ ପହଞ୍ଚି ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୬୯୭କୁ ବୃଦ୍ଧି ପାଇଛି। ବିଶ୍ୱର ୧୯୭ ଦେଶକୁ କରୋନା ସଂକ୍ରମିତ ହୋଇଥିବା ବେଳେ ବିଭିନ୍ନ ଦେଶ ପକ୍ଷରୁ ବ୍ୟାପକ କଟକଣା ଲଗାଯାଇଛି।

ଭାରତରେ ଗଲାଣି ୧୬ ଜୀବନ

ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ଭାବେ ୭୮ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। କରୋନା ଭୂତାଣୁ (କୋଭିଡ୍‌-୧୯) ସଂକ୍ରମଣରେ ଜମ୍ମୁ-କଶ୍ମୀର ଓ ରାଜସ୍ଥାନରେ ପ୍ରଥମ ମୃତ୍ୟୁ ଘଟଣା ପଦାକୁ ଆସିଛି। କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କର ଗୁରୁବାର ଶ୍ରୀନଗର ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି। ସେ ଚେଷ୍ଟ ଡିଜିଜ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର ଉଚ୍ଚ ରକ୍ତଚାପ, ମଧୁମେହ ଓ ମେଦବହୁଳତା ଆଦି ସମସ୍ୟା ଥିଲା। ଏହା ବ୍ୟତୀତ ରାଜସ୍ଥାନରେ ନାରାୟଣ ସିଂ(୭୩) ନାମକ ଜଣେ ବ୍ୟକ୍ତି କରୋନା ଦ୍ୱାରା ଗୁରୁବାର ପ୍ରାଣ ହରାଇଛନ୍ତି। ସେ କିଡ୍‌ନୀ, ରକ୍ତଚାପ ସହ ନିଃଶ୍ୱାସ ପ୍ରଶ୍ୱାସ ନେବାର କଷ୍ଟ ଅନୁଭବ କରୁଥିଲେ ବୋଲି ରାଜସ୍ଥାନ ସ୍ବାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ପ୍ରକାଶ କରିଛନ୍ତି। ସ୍ଥାନୀୟ ବଙ୍ଗଦ ହସ୍ପିଟାଲରେ ବ୍ରେନ୍‌ଷ୍ଟ୍ରୋକ ହେବା ପରେ ଏହି ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା।
ମିଶାଇ ଭାରତରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୬ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୭୧୮ ହୋଇଛି। ସେଥିରୁ ୬୫୯ଟି ସକ୍ରିୟ ମାମଲା ଥିବାବେଳେ ୪୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୧୨୮ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ସେଠାରେ ୪ ଜଣଙ୍କ ମୃତ୍ୟୁ ଘଟିଲାଣି। ଦେଶ ୨୧ ଦିନ ଲାଗି ଲକ୍‌ଡାଉନରେ ରହିଥିଲେ ହେଁ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। କେବଳ ମହାରାଷ୍ଟ୍ରରେ ଦିନକ ଭିତରେ ୨୧ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। କେରଳରେ ନୂଆ ୯ ମାମଲା ସାମ୍ନାକୁ ଆସିଛି। ମହାରାଷ୍ଟ୍ର ପରେ ସର୍ବାଧିକ ସଂକ୍ରମିତ ଏହି ରାଜ୍ୟରେ ଅଛନ୍ତି। ଏଠାରେ ୧୧୮ ପଜିଟିଭ୍‌ ମାମଲା ଦେଖିବାକୁ ମିଳିଛି। ତେଲଙ୍ଗାନାରେ ୪୧, ଗୁଜରାଟରେ ୩୮, ଦିଲ୍ଲୀରେ ୩୫, ମଧ୍ୟପ୍ରଦେଶରେ ୧୪କୁ ବୃଦ୍ଧିପାଇଛି। ମାର୍ଚ୍ଚ ୨୧ ପରଠାରୁ ଏପର୍ଯ୍ୟନ୍ତ ଦେଶକୁ ୬୪ ହଜାର ଲୋକ ଫେରିଥିବା ବେଳେ ୮ ହଜାରଙ୍କୁ କ୍ୱାରାଣ୍ଟାଇନ୍‌ରେ ଓ ୫୬ ହଜାରଙ୍କୁ ଆଇସୋଲେଶନରେ ରଖାଯାଇଛି। ବସନ୍ତ ଓ ପୋଲିଓକୁ ସହଜରେ ହଟାଇଥିବା ଭାରତ କୋଭିଡ-୧୯କୁ ମଧ୍ୟ ସଫଳ ଭାବେ ମୁକାବିଲା କରିବାର କ୍ଷମତା ରଖିଛି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସକୁ ଝଟ୍‌କା, ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅରବିନ୍ଦର ସିଂ

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଟିକେଟ ବଣ୍ଟନ ନେଇ ଦିଲ୍ଲୀ କଂଗ୍ରେସରେ ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ ପାଇଛି। ସଦ୍ୟତମ ମାମଲାରେ ଦିଲ୍ଲୀ କଂଗ୍ରେସ...

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ଭାରତୀୟ ମସଲାକୁ ଆମେରିକାର ସନ୍ଦେହ

ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟ ଭଳି ଭାରତୀୟ ମସଲାରେ କ୍ୟାନ୍‌ସର ସୃଷ୍ଟିକାରୀ କେମିକାଲ ମିଶୁଥିବା କହି ହଂକଂ ଓ ସିଙ୍ଗାପୁର କିଛିଦିନ ହେଲା ଏହାର ବିକ୍ରି ଉପରେ...

ବିଶ୍ୱର ୧୫ ଉତ୍ତପ୍ତ ସହର ମଧ୍ୟରେ ଅନୁଗୋଳ, ଭୁବନେଶ୍ୱର

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

‘EVM ଉପରେ ପ୍ରଶ୍ନ ଉଠାଇଥିବାରୁ କଂଗ୍ରେସ କ୍ଷମା ମାଗିବା ଉଚିତ୍‌’

ଗୋଆ,୨୭ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି, ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ୍‌)ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ ଦେଶକୁ କ୍ଷମା ମାଗିବା ଉଚିତ୍‌।...

କାଶୀ, ଅଯୋଧ୍ୟା ପରେ ଆମେ ମଥୁରା ଆଡ଼କୁ ଯିବୁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୭ା୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଥରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଏହି ଲୋକମାନେ ରାମ ଏବଂ...

ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା, ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ବି ମିଳିଲା ନାହିଁ ଜାମିନ୍‌

ରାଞ୍ଚି,୨୭।୪: ଜମି ଦୁର୍ନୀତି ମାମଲାରେ ଜେଲରେ ଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା। ତାଙ୍କୁ ନିଜ ବଡ଼ବାପା ରାଜାରାମ ସୋରେନଙ୍କ ଅନ୍ତିମ...

ପୁଣି ଆହତ ହେଲେ ମମତା ବାନାର୍ଜୀ, ହେଲିକପ୍ଟର ଚଢ଼ିବା ବେଳେ ଗୋଡ଼ ଖସିଲା…

କୋଲକାତା,୨୭।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଆହତ ହୋଇଛନ୍ତି । ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ଗୋଡ ଖସିଯିବା ଯୋଗୁ ସେ ପଡିଯାଇଥିଲେ ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri