Posted inଜାତୀୟ

୨୨ ବିଦ୍ରୋହୀ ବିଧାୟକଙ୍କୁ ବାଚସ୍ପତିଙ୍କ ନୋଟିସ

ଭୋପାଳ,୧୩।୩(ପି.ଟି.): ମଧ୍ୟପ୍ରଦେଶର ୨୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଥିବାବେଳେ ବାଚସ୍ପତି ଏନ୍‌.ପି. ପ୍ରଜାପତି ସେମାନଙ୍କୁ ନୋଟିସ ଜାରି କରିଛନ୍ତି। ସେମାନେ ସ୍ବେଚ୍ଛାକୃତ ଭାବେ ଇସ୍ତଫା ଦେଇଛନ୍ତି ନା ଚାପର ବଶବର୍ତ୍ତୀ ହୋଇ ଏଭଳି ନିଷ୍ପତ୍ତି ନେଇଛନ୍ତି ତାହା ସ୍ପଷ୍ଟ କରିବା ଲାଗି ବାଚସ୍ପତି ଶୁକ୍ରବାର ସେମାନଙ୍କୁ ଡାକିଛନ୍ତି। ଅନ୍ୟପକ୍ଷରେ ୧୬ରେ ମଧ୍ୟପ୍ରଦେଶ ବିଧାନସଭାରେ ଆସ୍ଥାଭୋଟ ଲାଗି ଭାଜପା ଦାବି କରିବ ବୋଲି କହିଛି। ୨୨ ବିଧାୟକଙ୍କ ଇସ୍ତଫା ସମ୍ପର୍କିତ ନିଷ୍ପତ୍ତି ପରେ ଆସ୍ଥାଭୋଟର ସମ୍ମୁଖୀନ ହେବା ଲାଗି ସରକାର ପ୍ରସ୍ତୁତ ବୋଲି କଂଗ୍ରେସ କହିଛି।
କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡ଼ିବା ସହ ତାଙ୍କ ଅନୁଗତ ୬ ମନ୍ତ୍ରୀଙ୍କ ସମେତ ୨୨ ବିଧାୟକ ଇସ୍ତଫା ଦେଇଥିଲେ। ଫଳରେ ୧୫ ମାସର କମଲନାଥ ସରକାର ଗୁରୁତର ସଙ୍କଟର ସମ୍ମୁଖୀନ ହୋଇଛି। ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିବାରୁ ଭାଜପା ରାଜ୍ୟପାଳ ଓ ବିଧାନସଭା ବାଚସ୍ପତିଙ୍କୁ ଭେଟି ୧୬ରେ ଆସ୍ଥାଭୋଟ ପାଇଁ ଅନୁରୋଧ କରିବ ବୋଲି ଦଳର ମୁଖ୍ୟ ହ୍ବିପ୍‌ କହିଛନ୍ତି। ୧୬ରୁ ମଧ୍ୟପ୍ରଦେଶ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ସରକାର ସଂଖ୍ୟାଗରିଷ୍ଠତା ହରାଇଥିବାରୁ ସେହିଦିନ ଗୃହରେ ଆସ୍ଥାଭୋଟ ଲାଗି ବାଚସ୍ପତିଙ୍କ ଉପରେ ଚାପ ପକାଯିବ ବୋଲି ଭାଜପା ମୁଖପାତ୍ର ରଜନୀଶ ଅଗ୍ରଓ୍ବାଲ କହିଛନ୍ତି। ଏ ସମ୍ପର୍କରେ ପଚରାଯିବାରୁ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂ କହିଥିଲେ, ମୁଖ୍ୟମନ୍ତ୍ରୀ ଆସ୍ଥାଭୋଟର ସମ୍ମୁଖୀନ ହେବା ଲାଗି ପ୍ରସ୍ତୁତ ଅଛନ୍ତି। ତେବେ ଏହା ପୂର୍ବରୁ ୨୨ ବିଧାୟକଙ୍କ ଇସ୍ତଫା ସମ୍ପର୍କରେ ନିଷ୍ପତ୍ତି ନିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ରାଜ୍ୟରେ ସୃଷ୍ଟ ସାମ୍ବିଧାନିକ ସଙ୍କଟ ଲାଗି ସେ ଭାଜପାକୁ ଦାୟୀ କରିଛନ୍ତି। ବିଧାୟକମାନେ ଜଣ ଜଣ କରି ବାଚସ୍ପତିଙ୍କୁ ଭେଟିବେ ଓ ଚାପରେ ଇସ୍ତଫା ଦେଇନାହନ୍ତି ବୋଲି ସ୍ପଷ୍ଟ କରିବେ। ସେମାନଙ୍କ ସ୍ବାକ୍ଷର ଯାଞ୍ଚ କରାଯିବ। ଏହା ପରେ ଇସ୍ତଫା ଗୃହୀତ ହେବ ବୋଲି ଦିଗ୍‌ବିଜୟ କହିଛନ୍ତି।
୧୯ କଂଗ୍ରେସ ବିଧାୟକ ଏବେ ଭାଜପା ଅକ୍ତିଆରରେ ଅଛନ୍ତି। ସେମାନଙ୍କ ସହ ପରିବାର ସଦସ୍ୟମାନେ କଥା ହୋଇପାରୁନାହାନ୍ତି। ସେମାନଙ୍କଠାରୁ ଫୋନ ନେଇଯାଇଛନ୍ତି। ବିଧାୟକମାନଙ୍କ ଇସ୍ତଫାପତ୍ର ଭାଜପା ନେତା ଭୂପିନ୍ଦର ସିଂ ବାଚସ୍ପତିଙ୍କ ପାଖରେ ଦାଖଲ କରିଥିଲେ ବୋଲି କଂଗ୍ରେସ ନେତା କହିଛନ୍ତି।
୨୨୮ ସଦସ୍ୟ ଥିବା ମଧ୍ୟପ୍ରଦେଶ ବିଧାନସଭାରେ ବିଦ୍ରୋହ ପୂର୍ବରୁ କଂଗ୍ରେସ ବିଧାୟକ ସଂଖ୍ୟା ୧୧୪ ଥିଲା ଏବଂ ସରକାରଙ୍କୁ ୪ ସ୍ବାଧୀନ ବିଧାୟକ, ବିଏସ୍‌ପିର ୨ ଓ ଏସ୍‌ପିରୁ ଜଣେ ବିଧାୟକ ସମର୍ଥନ ଦେଉଥିଲେ। ଏମାନଙ୍କ ମଧ୍ୟରୁ କେତେଜଣ ଭାଜପା ଆଡ଼କୁ ଢଳିପାରନ୍ତି। ଯଦି ୨୨ କଂଗ୍ରେସ ବିଧାୟକଙ୍କ ଇସ୍ତଫା ଗୃହୀତ ହୁଏ ତେବେ ଗୃହର ସଦସ୍ୟ ସଂଖ୍ୟା ୨୦୬କୁ ହ୍ରାସ ପାଇବ ଓ ସରକାର ଗଢ଼ିବା ପାଇଁ କୁହୁକ ସଂଖ୍ୟା ୧୦୪ ହେବ। ବର୍ତ୍ତମାନ କଂଗ୍ରେସ ହାତରେ ୯୨ ବିଧାୟକ ରହିଥିବାବେଳେ ଭାଜପାର ୧୦୭ ବିଧାୟକ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜନନୀ ଯନ୍ତ୍ରଣା: ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

ଥୁଆମୂଳ ରାମପୁର,୨ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ଅଭାବନୀୟ ଜନନୀ ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଛି। ବିକାଶର ଡିଣ୍ଡିମ ପିଟାଯାଉଥିଲେ ବି…

ଟିମ ଇଣ୍ଡିଆକୁ ବଡ଼ ଝଟକା; ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡ଼ିଲେ…

ନୂଆଦିଲ୍ଲୀ,୨।୮: ଭାରତୀୟ ଦଳ ଅଗଷ୍ଟ ୪ରେ ଶ୍ରୀଲଙ୍କା ଯିବାର ସମ୍ଭାବନା ଅଛି। ଏହି ଗସ୍ତ ସମୟରେ ଦୁଇ ଦଳ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଆସିଲା ବଡ଼ ଖବର? ଟ୍ରେଡ ଡିଲକୁ ନେଇ ମୁହଁ ଖୋଲିଲା ଫ୍ରାଞ୍ଚାଇଜ

ନୂଆଦିଲ୍ଲୀ,୨।୮: ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ବହୁତ ଆଶା ରଖିଥିଲା, ତେଣୁ ଫ୍ରାଞ୍ଚାଇଜ ରୋହିତ ଶର୍ମାଙ୍କ ସ୍ଥାନରେ ଅଲରାଉଣ୍ଡରଙ୍କୁ ଅଧିନାୟକ ନିଯୁକ୍ତ କରିଥିଲା। ରୋହିତଙ୍କ ନେତୃତ୍ୱରେ,…

ପାଟ୍ରୋଲିଂରେ ଯାଉଥିବାବେଳେ ଦୁର୍ଘଟଣା: ଚାଲିଗଲା କର୍ତ୍ତବ୍ୟରତ କନଷ୍ଟେବଳଙ୍କ ଜୀବନ

ଲାଞ୍ଜିଗଡ଼,୨ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନାରେ କାର୍ଯ୍ୟରତ କନଷ୍ଟେବଳ ବାଇକ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ କନଷ୍ଟେବଳ ଜଣକ କେଗାଁ ଥାନା…

ଲୁଗା ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି, ବେଡ୍‌ରୁମ୍‌ରେ ଥିବା ଆଲମିରାକୁ ଦୁର୍ବୃତ୍ତ…

ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଦାରିଙ୍ଗବାଡ଼ି ବଜାରରେ ରହୁଥିବା ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା,…

ପାଗରେ ପରିବର୍ତ୍ତନ ପରେ ଆରମ୍ଭ ହେଲା ଧାନ ରୁଆ ବେଉଷଣ

ରିଷିଡ଼ା,୨ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ସମେତ ରିଷିଡ଼ା, ରାଜପୁର, ପୌରକେଲା, ତେରେସିଂହା, ଗଜବାହଲ, ରେଗଡ଼ା,ରିଞ୍ଜା, ସାପଲହରା, ବୋରପଦର, ସରଗୁଲ ମାଲପଡ଼ା, ପଞ୍ଚାୟତର ପ୍ରାୟ ସମସ୍ତ…

‘ଇରାନ ଉପରେ ଏମିତି ଆକ୍ରମଣ କରାଯିବ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏମିତି ବିନାଶ ଦେଖାଯାଇ ନଥିବ’: ଟ୍ରମ୍ପ

ଓ୍ବାଶିଂଟନ,୨।୮: ମଧ୍ୟପ୍ରାଚ୍ୟରେ ଶାନ୍ତି ପୁନରୁଦ୍ଧାର ପାଇଁ ଆଶା ପୁଣି ଥରେ ବଢ଼ିବାରେ ଲାଗିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରିଛନ୍ତି…

ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବାକୁ ଟ୍ରଲର ଧକ୍କା ଦେବା ପରେ…

ଟେନ୍‌ସା,୨ା୮(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ.ବଲାଙ୍ଗ ଥାନା ଅନ୍ତର୍ଗତ ୫୨୦ ଜାତୀୟ ରାଜପଥ ଜାମୁଡିହି ଟୋଲ୍‌ ଗେଟ୍‌ ସମ୍ମୁଖରେ ଏକ ଟ୍ରଲର ଓଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri