୨ ଖଇନି କମ୍ପାନୀରେ ଚଢାଉ, ୩ ଗିରଫ: ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଖଇନି, ଯନ୍ତ୍ରପାତି ଜବତ

ଆସିକା,୫ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଆସିକା-ଭଞ୍ଜନଗର ମୁଖ୍ୟରାସ୍ତା ନିକଟ ଗାଙ୍ଗପୁର ଠାରେ ବେଆଇନଭାବେ ଚାଲିଥିବା ଦୁଇଟି ଖଇନି କମ୍ପାନୀ ଉପରେ ଶୁକ୍ରବାର ଗାଙ୍ଗପୁର ପୋଲିସ ଚଢାଉ କରିଥିଲା। ସେଠାରୁ ବିପୁଳ ପରିମାଣର ଖଇନି, ଖଇନି ପ୍ରସ୍ତୁତିରେ ବ୍ୟବହୃତ କଞ୍ଚାମାଲ ଓ ଯନ୍ତ୍ରପାତି ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ହେଲେ ସୁରେନ୍ଦ୍ର ସ୍ବାଇଁ, ଶଙ୍କର ପାତ୍ର ଓ ଦୁର୍ଯ୍ୟୋଧନ ନାୟକ।
ଗାଙ୍ଗପୁର ଠାରେ ବେଆଇନ ଖଇନି କମ୍ପାନୀ ଚାଲିଥିବା ଗାଙ୍ଗପୁର ପୋଲିସକୁ ଖବର ମିଳିଥିଲା। ଭଞ୍ଜନଗର ସିଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ଥାନା ଅଧିକାରୀ ଧୀରେଶ କୁମାର ଦାସ ଶସସ୍ତ୍ର ପୋଲିସ ଫୋର୍ସ ସହ ଶୁକ୍ରବାର ଭୋର୍‌ରୁ ଚଢାଉ କରିଥିଲେ ା ସେଠାରୁ ୨୫ ହଜାରରୁ ଉର୍ଦ୍ଧ୍ୱ ଖଇନି ପ୍ୟାକେଟ, ୧୫୦ ବସ୍ତାରୁ ଉର୍ଦ୍ଧ୍ୱ ଧୂଅଁାପତ୍ର, ଚୁନ ଓ ଅନ୍ୟ କଞ୍ଚାମାଲ ଜବତ କରିଥିଲେ। ଜବତ ଯନ୍ତ୍ରପାତି ମଧ୍ୟରେ ଖଇନି ମିକ୍ସଚର ମେଶିନ୍‌, ସିଲିଂ ମେଶିନ୍‌ ଓ ଓଜନ ଯନ୍ତ୍ର ରହିଛି। ଯାହାର ଆନୁମାନିକ ମୂଲ୍ୟ ୨୫ଲକ୍ଷ ଟଙ୍କା ହେବ ବୋଲି ଥାନାଧିକାରୀ କହିଛନ୍ତି। ଏହି ମାମଲାରେ ପୋଲିସ ଦୁଇଟି କାରଖାନାର ୩ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ୨ଜଣ ଖସି ପଳାଇଥିଲେ। ଏନେଇ ଗାଙ୍ଗପୁର ଥାନାରେ ନଂ.୧୫୦ ଓ ୧୫୧/୨୦ରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ପାଇଁ ସ୍ତ୍ରୀ ଙ୍କୁ ହତ୍ୟା ଉଦ୍ୟମ, ମୁହଁରେ ତକିଆ ଚାପିଥିବା ଅଭିଯୋଗ : ସ୍ବାମୀ ଗଲେ ଜେଲ                                        

ଦିଗପହଣ୍ଡି,୨୫|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ଖଜୁରୀପଲ୍ଲୀ ଗ୍ରାମର ପୁଷ୍ପା ସେଠୀ(୨୭) ଙ୍କୁ ଅଧିକା ଯୌତୁକ ପାଇଁ ଶାରୀରିକ ଓ ମାନସିକ…

ଗୋଟେ ପଟେ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ, ଅନ୍ୟପଟେ ଭାଇରାଲ ହେଉଛି ମୋଦିଙ୍କ ପୋଷ୍ଟ

ନୂଆଦିଲ୍ଲୀ,୨୫।୭: ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ଏହା ସହିତ, ‘କକ୍ରୋଚ ଜନତା ପାର୍ଟି’ – ଯାହା ଏକ ମାସରୁ ଅଧିକ…

ଆଧ୍ୟାତ୍ମିକ ପରିବେଶରେ ଥୁଆମୂଳ ରାମପୁର ବ୍ଲକରେ ବାହୁଡ଼ା ଯାତ୍ରା ସମ୍ପନ୍ନ: ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଲେ…

ଥୁଆମୂଳ ରାମପୁର,୨୫।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସଦର ମହକୁମା ସମେତ ଗୋପୀନାଥପୁର, ମହୁଲପାଟଣା, କର୍ଲାପାଟ ଓ ଗୁଣୁପୁର ଆଦି ସ୍ଥାନରେ ମହାପ୍ରଭୁ…

ଧାନ ବିଲରେ ପଶିଲା କାର :୩୨୬ ନମ୍ବର ଜାତୀୟ ରାଜପଥରେ…

ମୋହନା,୨୫।୭(ମନ୍ମଥ ମିଶ୍ର): ଦୁଇ ଦିନର ଛୁଟି କାଟି ରାୟଗଡ଼ା ଜିଲାର ପଦ୍ମପୁରରୁ ଏକ କାର୍‌ (ଓଡି–୦୭–ଏଏଫ୍–୭୯୯୬) ଯୋଗେ ବ୍ରହ୍ମପୁର ଫେରୁଥିବା ବେଳେ ଗଜପତି ଜିଲା ଅଡବା ଥାନା…

Dharmendra Pradhan Resign: କ’ଣ AAP ପରି ରାଜନୀତି ମଇଦାନକୁ ଓହ୍ଲାଇବ CJP? ପ୍ରେସ କନଫରେନ୍ସରେ କଲା ବଡ଼ ଘୋଷଣା

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା କକରୋଚ ଜନତା ପାର୍ଟି (CJP) ଏବଂ ଭାରତର ଯୁବ ଆନ୍ଦୋଳନଗୁଡ଼ିକ ପାଇଁ ଏକ ଐତିହାସିକ ଓ ଅଭୂତପୂର୍ୱ ବିଜୟ। ତଥାପି, CJPର ‘ଆମ…

CJP ମୁଖ୍ୟ ଅଭିଜିତ ଦୀପକେଙ୍କ ଘରୁ ଆସିଲା ଭାବାବେଗ ଭରା ଦୃଶ୍ୟ: ଏମିତି କହି ଭୋ ଭୋ ହୋଇ କାନ୍ଦିଲେ…

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଶନିବାର ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି। ଶେଷରେ Gen-Z ଆଗରେ ନଇଁଲେ କେନ୍ଦ୍ରମନ୍ତ୍ରୀ। ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ସୋସିଆଲ ମିଡିଆରେ ଏକ…

ଆନ୍ଦୋଳନ ପ୍ରତ୍ୟାହାର କଲା CJP, ଧର୍ମେନ୍ଦ୍ରଙ୍କ ଇସ୍ତାଫା ପରେ ସିଜେପିର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୫।୭: ‘କକ୍ରୋଚ ଜନତା ପାର୍ଟି’ (CJP) ଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା ପ୍ରତିବାଦ ଶେଷ ହୋଇଥିବା ଘୋଷଣା କରିଛି। ଦଳର ମୁଖପାତ୍ର ଆଶୁତୋଷ ରାଙ୍କା କହିଛନ୍ତି ଯେ…

ଶିକ୍ଷା ମନ୍ତ୍ରୀରୁ ଇସ୍ତଫା ପରେ କ’ଣ ବନ୍ଦ ହୋଇଯିବ ଧର୍ମେନ୍ଦ୍ର ପ୍ରଧାନଙ୍କ ଦରମା? ଜଣାପଡିଲା…

ନୂଆଦିଲ୍ଲୀ,୨୫।୭: NEET-UG ୨୦୨୬ ପରୀକ୍ଷାକୁ ନେଇ ସାରା ଦେଶରେ ଦେଖାଦେଇଥିବା ବିବାଦ ଏବଂ ଛାତ୍ରମାନଙ୍କ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri