୧୭ରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ଶଲାବୁଢ଼ାର ବଦ୍‌ଲା

ବଲାଙ୍ଗୀର ଅଫିସ, ୮ା୧- ଆସନ୍ତା ୧୭ ତାରିଖ ବଲାଙ୍ଗୀରରେ ମୁକ୍ତିଲାଭ କରିବ ବହୁପ୍ରତୀକ୍ଷିତ କୋଶଲୀ-ସମ୍ବଲପୁରୀ ଚଳଚ୍ଚିତ୍ର ଶଲବୁଢ଼ାର ବଦ୍‌ଲା ା ଏହି ଓଡିଶାର ପ୍ରଥମ ଓ ସାରା ଭାରତର ଦ୍ୱିତୀୟ ଟ୍ରାଇଲଜି ବୋଲି ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ମଙ୍ଗଳବାର ସ୍ଥାନୀୟ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ା ଏହି ସିରିଜ୍‌ରେ ପ୍ରଥମେ ଶଲାବୁଢ଼ା ଓ ଦ୍ୱିତୀୟରେ ଆଦିମ ବିଚାର ଚଳଚ୍ଚିତ୍ର ମୁକ୍ତିଲାଭ କରିସାରି ଜାତୀୟ ଓ ଆନ୍ତର୍ଜାତିକ ପୁରସ୍କାର ଲାଭ କରିଥିଲା ା ଏହି ଦୁଇ ଚଳଚ୍ଚିତ୍ର ପୃଥିବୀର ଅଧା ଦେଶର ଚଳଚ୍ଚିତ୍ର ମହୋତ୍ସବ ଗୁଡିକରେ ପ୍ରଦର୍ଶିତ ହୋଇ ବିପୁଳ ଲୋକପ୍ରିୟ ହେବା ସହ ସୁନାମ ଅର୍ଜନ କରିଥିଲା ଓ ଆଗାମୀ ଚଳଚ୍ଚିତ୍ର ଶଲାବୁଢ଼ାର ବଦ୍‌ଲା ମଧ୍ୟ ବେଶ୍‌ ଲୋକପ୍ରିୟ ହେବ ବୋଲି ବୋଲି ମହାପାତ୍ର ଆଶାପୋଷଣ କରିଥିଲେ ା ଖାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକ ସତ୍ୟଜିତ୍‌ ରାୟଙ୍କ ଅପ୍ପୁ ଟ୍ରାଓଲଜିର ୬୦ ବର୍ଷରେ ଶଲାବୁଢ଼ା ଟ୍ରାଓଲଜି ତିଆରି ହୋଇଛି ବୋଲି ନିର୍ଦ୍ଦେଶକ ମହାପାତ୍ର ସୂଚନା ଦେଇଥିଲେ ା ଆନ୍ତର୍ଜାତିକ ପୁରସ୍କାର ଲାଭ କରିଥିବା ପ୍ରଥମ କୋଶଲୀ ଚଳଚ୍ଚିତ୍ର ଭୁଖାର ପ୍ରାୟ ୩୦ ବର୍ଷ ପରେ ଦ୍ୱିତୀୟ ମୁଜିକାଲ ଚଳଚ୍ଚିତ୍ର ଭାବେ ଶଲାବୁଢ଼ା ରିଲିଜ୍‌ ହେବ ା ଏହି ଚଳଚ୍ଚିତ୍ରରେ ସମୁଦାୟ ୯ଟି ଗୀତ ରହିଥିତ୍ବା ସୂଚନା ଦେଇଛନ୍ତି ା ସ୍ବର୍ଗତ କପିଳେଶ୍ୱର ମହାପାତ୍ରଙ୍କ ରଚିତ କଥା କାହାଣୀ ଉପରେ ପର୍ଯ୍ୟବେଶିତ ଏହି ଚଳଚ୍ଚିତ୍ରର ଫଟୋ ନିର୍ଦ୍ଦେଶନା ତଥା ପ୍ରୟୋଜନା କୁମାର ସି ଦେବ ଦେଇଛନ୍ତି ଓ ସୁଶାନ୍ତ ମହାପାତ୍ର ସହକାରୀ ପ୍ରୟୋଜକ ରହିଛନ୍ତି ା ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ପଙ୍କଜ ଜାଲ ଦେଇଥିତ୍ବାବେଳେ ଏଥିରେ ବଲାଙ୍ଗୀରର ଚନ୍ଦନା ସିଂଙ୍କ ସହ ବହୁ ନୂଆ କଳାକାରଙ୍କୁ ସୁଯୋଗ ଦିଆଯାଇଛି ବୋଲି କହିଥିଲେ ା ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ବରିଷ୍ଠ କଳାକାର ଅଟଳ ବିହାରୀ ପଣ୍ଡା ଅଭିନୟ କରିଛନ୍ତି ା ଶଲାବୁଢ଼ା ଭଳି ଜଣେ ମାନବବାଦୀ ଚରିତ୍ର କିଭଳି ନିଆରା ଢ଼ଙ୍ଗରେ ବଦ୍‌ଲା ନେଇଛି ଏହା ହିଁ ଚଳଚ୍ଚିତ୍ରର ମୁଖ୍ୟ କଥାବସ୍ତୁ ା ଏଥିରେ ଏକ ନିରୀହ ପ୍ରେମକାହାଣୀ ମଧ୍ୟ ରହିଛି ା ଏହି ଚଳଚ୍ଚିତ୍ରକୁ ଦର୍ଶକ ମନଭରି ଉପଭୋଗ କରିବେ ବୋଲି ନିର୍ଦ୍ଦେଶକ ମହାପାତ୍ର ସୂଚନା ଦେଇଛନ୍ତି ା ଆସନ୍ତା ୧୭ ତାରିଖ ବଲାଙ୍ଗୀରର ରୟାଲ ସିନେମା ହଲଠାରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ ବୋଲି ସୂଚନା ଦେଇଛନ୍ତି ା ଖବରଦାତା ସମ୍ମିଳନୀରେ ଗୋପାଳ ପ୍ରଧାନ, ହିମାଂଶୁ ଖମାରୀ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?