Posted inଜାତୀୟ

୧୩ ପାକ୍‌ ଆତଙ୍କବାଦୀ ନିହତ

ଜମ୍ମୁ,୨।୬: ଭାରତକୁ ଅନୁପ୍ରବେଶ ଲାଗି ଉଦ୍ୟମ କରୁଥିବା ୧୩ ପାକିସ୍ତାନୀ ଆତଙ୍କବାଦୀ ଭାରତୀୟ ସେନାର ଗୁଳିମାଡ଼ରେ ନିହତ ହୋଇଛନ୍ତି। ଏଥିସହ ଏକ ଟେରର୍‌ ଲଞ୍ଚ୍‌ପ୍ୟାଡ୍‌କୁ ମଧ୍ୟ ଧ୍ୱଂସ କରାଯାଇଛି। ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲା ଅନ୍ତର୍ଗତ ମେନ୍ଧାର ସେକ୍ଟରରେ ଏହି ଲଞ୍ଚ୍‌ପ୍ୟାଡ୍‌ ଧ୍ୱଂସ କରାଯାଇଥିବା ବେଳେ ଏଠାରେ ଥିବା ୧୦ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଅନୁରୂପ ଭାବେ ରାଜୌରି ଜିଲା ଅନ୍ତର୍ଗତ ନୌଶେରା ସେକ୍ଟର ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟରେ ସେନା ଗୁଳିରେ ୩ ପାକିସ୍ତାନ ଆତଙ୍କବାଦୀ ନିହତ ହୋଇଛନ୍ତି। ବିପୁଳ ଅସ୍ତ୍ରଶସ୍ତ୍ର ଧରି ସେମାନେ ସୀମାପାର୍‌ ହେଉଥିବା ବେଳେ ଏଭଳି ଘଟଣା ଘଟିଥିବା ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ। ସେମାନଙ୍କଠାରୁ ୨ଟି ଏକେ ଆସଲ୍ଟ ରାଇଫଲ, ୧୩ ଫିଲ୍ଡ ମାଗାଜିନ, ୯ ଏମ୍‌ଏମ୍‌ ଚାଇନିଜ୍‌ ପିସ୍ତଲ, ଅଣ୍ଡର ବ୍ୟାରେଲ ଗ୍ରେନେଡ୍‌ ଲଞ୍ଚର, ୬ ଗ୍ରେନେଡ୍‌, ୫ ହ୍ୟାଣ୍ଡ ଗ୍ରେନେଡ୍‌, ୨ ଛୁରୀ, ଖାଦ୍ୟ, ଔଷଧ, ୧୭ ହଜାର ଟଙ୍କା ଆଦି ମିଳିଛି। ପାକ୍‌ ସମର୍ଥିତ ଆତଙ୍କବାଦୀମାନେ ଭାରତ ଭିତରକୁ ଅନୁପ୍ରବେଶ ଲାଗି ଉଦ୍ୟମ କରୁଥିବାରୁ ସୀମାରେ ଭାରତୀୟ ସେନାକୁ ସଜାଗ୍‌ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଣ୍ଡେଲରେ ବାହୁଡା ଯାତ୍ରା, ଦ୍ୱିତୀୟ ଦିନରେ ରଥ ଟାଣିଲେ ଶ୍ରଦ୍ଧାଳୁ

କେସିଙ୍ଗା,୨୫ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମ ଆୟୁର୍ବେଦିକ ସେବା ସଦନ ନିକଟରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ଶନିବାର ବାହୁଡା ଯାତ୍ରାର ଦ୍ୱିତୀୟ…

ଭବାନୀପାଟଣାରେ ଇତିହାସ: ପ୍ରଥମ ଥର ପାଇଁ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଦେଖି ଭାବବିହ୍ୱଳ ହେଲେ ଶ୍ରଦ୍ଧାଳୁ

ଭବାନୀପାଟଣା,୨୫ା୭(ଉତ୍ତମ କୁମାର ଦାଶ): ଭବାନୀପାଟଣା ସହରରେ ପ୍ରଥମ ଥର ପାଇଁ ନନ୍ଦିଘୋଷ ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଏହି…

ସୁନାବେଶରେ ଝଲସିଲେ ମହାପ୍ରଭୁ, ଭାବବିହ୍ବଳ ହେଲେ ଭକ୍ତ

ଛତ୍ରପୁର, ୨୫ା୭ (ଦିଲ୍ଲୀପ ସାମଲ): ପବିତ୍ର ସୁନାବେଶର ଦିବ୍ୟ ରୂପରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତି ଝଲସିଛନ୍ତି। ଛତ୍ରପୁର ତାଡେପଲ୍ଲୀ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ରଥ ଉପରେ…

ସୁନା ବେଶ ଦର୍ଶନ ପାଇଁ ପ୍ରବଳ ଭିଡ଼, ଭୁବନେଶ୍ୱର-ପୁରୀ ରାସ୍ତା ଜାମ୍‌

ଭୁବନେଶ୍ୱର,୨୫।୭: ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥି। ତିନିରଥରେ ରଥାରୂଢ଼ ଚତୁର୍ଦ୍ଧାବିଗ୍ରହ ମହଣ ମହଣ ସୁନାରେ ସଜେଇ ହୋଇ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ସୁନାବେଶ ଦର୍ଶନ…

ବଡ଼ ଖବର: ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ପ୍ରହଲାଦ ଜୋଶୀଙ୍କୁ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ

ନୂଆଦିଲ୍ଲୀ,୨୫।୭: ବଡ଼ ଘୋଷଣା। ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ନୂଆ ଶିକ୍ଷାମନ୍ତ୍ରୀ ଘୋଷଣା କରାଯାଇଛି। କ୍ୟାବିନେଟ ମନ୍ତ୍ରୀ ପ୍ରହଲାଦ ଜୋଶୀଙ୍କୁ ତାଙ୍କର ବର୍ତ୍ତମାନର ବିଭାଗ ସହିତ ଶିକ୍ଷା…

ବାହୁଡ଼ା ଯାତ୍ରାରେ ଅନନ୍ତଙ୍କ ଘରେ ଅଲୌକିକ ଦୃଶ୍ୟ: ପାଣି ଗରାରେ ଦର୍ଶନ ଦେଲେ ମହାପ୍ରଭୁ ଜଗନ୍ନାଥ

କୃଷ୍ଣପ୍ରସାଦ,୨୫ା୭(କୈଳାଶ ଚନ୍ଦ୍ର ପଟ୍ଟନାୟକ ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ସହାବାଜପୁର ଗ୍ରାମରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି। ବାହୁଡ଼ା ଯାତ୍ରା ଦିନ ସେହି…

କଳାହାଣ୍ଡିରେ ବିଜେଡିକୁ ବଡ଼ ଝଟ୍‌କା: ପଦ୍ମ ଧରିଲେ ଜିଲା ପରିଷଦ ଅଧ୍ୟକ୍ଷଙ୍କ ସହ ଶତାଧିକ ନେତା

ଭବାନୀପାଟଣା,୨୫ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ଦୁର୍ବଳ ହେଉଛି ବିଜୁ ଜନତା ଦଳ (ବିଜେଡି)। ଜିଲାରେ କ୍ଷମତାରୁ ଅପସାରିତ ହୋଇଥିବା ବିଜେଡିକୁ ଏକ ବଡ଼ଧରଣର ରାଜନୈତିକ ଝଟ୍‌କା ଲାଗିଛି।…

କିଏ ହେବେ ଦେଶର ନୂଆ ଶିକ୍ଷାମନ୍ତ୍ରୀ? ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ମୋଦୀ କ୍ୟାବିନେରେ ହଲଚଲ, ସାମ୍ନାକୁ ଆସିଲା ବଡ଼ ନାଁ!

ନୂଆଦିଲ୍ଲୀ,୨୫।୭: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଏବେ ଚର୍ଚ୍ଚା ହେଉଛି ଯେ ଦେଶର ପରବର୍ତ୍ତୀ ଶିକ୍ଷାମନ୍ତ୍ରୀ କିଏ ହେବେ। ମୋଦୀ କ୍ୟାବିନେଟ୍‌ରେ କେତେକ ନାମକୁ ନେଇ ବିଚାର-ବିମର୍ଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri