୧୨୦୦ ଟଙ୍କାରେ ବିକ୍ରି ହେଉଛି ଗୋଟିଏ ଆମ୍ବ

ନୂଆଦିଲ୍ଲୀ,୨୪ା୬:ଗୋଟିଏ ଆମ୍ବର ଦାମ ୧୨୦୦ ଟଙ୍କା, ଏହା କେହି କେବେ କଳ୍ପନା ମଧ୍ୟ କରି ନ ଥିବେ। କିନ୍ତୁ ଏହା ନିରାଟ ସତ। ଆମ୍ବର ମହାରାଣୀ କୁହାଯାଉଥିବା ବିଖ୍ୟାତ ‘ନୁରଜାହାଁ’କୁ ଏବେ ୧୨୦୦ ଟଙ୍କାରେ ବିକ୍ରି କରାଯାଉଛି। ଚଳିତବର୍ଷ ମୌସୁମୀ ସହାୟକ ହୋଇଥିବାରୁ ଏହି ଶ୍ରେଣୀର ଗୋଟିଏ ଆମ୍ବର ଓଜନ ୨.୭୫ କେଜି ହୋଇଛି। ଆଫ୍‌ଗାନିସ୍ତାନରେ ମିଳୁଥିବା ଏହି ସ୍ବତନ୍ତ୍ର ପ୍ରଜାତିର ଆମ୍ବ ଦୀର୍ଘଦିନ ହେବ ମଧ୍ୟପ୍ରଦେଶର ଅଲିରାଜପୁର ଜିଲାର କଟ୍ଟିବାଡା ଅଞ୍ଚଳରେ ଚାଷ କରାଯାଉଛି। ଏହି ଅଞ୍ଚଳଟି ଗୁଜରାଟ ସୀମାରେ ରହିଛି। ଇନ୍ଦୋରଠାରୁ ପ୍ରାୟ ୨୫୦କିମି ଦୂର କଟ୍ଟିବାଡାରେ ଏହି ପ୍ରଜାତିର ଆମ୍ବ ଚାଷ କରିବାରେ ପାରଙ୍ଗମତା ହାସଲ କରିଥିବା ଇଶାକ୍‌ ମନସୁରୀଙ୍କ କହିବାନୁଯାୟୀ, ମୌସୁମୀ ଅନୁକୂଳ ଥିବାରୁ ଚଳିତବର୍ଷ ନୁରଜାହଁା ଆମ୍ବ ଫସଲ ବେଶ ଭଲ ହୋଇଛି। ଏଥର ଗୋଟିଏ ଆମ୍ବର ହାରାହାରି ଓଜନ ପ୍ରାୟ ୨.୭୫ କେଜି ରହିଛି। ଗତ ୩ ବର୍ଷ ହେବ ଏହାର ହାରାହାରି ଓଜନ ୨.୫ କେଜି ଥିଲା। ମନସୁରୀଙ୍କ କହିବାନୁଯାୟୀ, ବର୍ତ୍ତମାନ ବଜାରରେ ନୁରଜାହଁାର ଗୋଟିଏ ଫଳ ଦାମ ୭୦୦ରୁ ୮୦୦ ଟଙ୍କା ରହିଛି। ଅଧିକ ଓଜନର ଆମ୍ବ ପାଇଁ ଗ୍ରାହକ ୧୨୦୦ ଟଙ୍କା ଦେଉଛନ୍ତି। ଏପରିକି ଏହି ଆମ୍ବର ଉତ୍ପାଦନ କମ୍‌ ହେଉଥିବାରୁ ଲୋକେ ଗଛରେ ପାଚିଲା ପୂର୍ବରୁ ଆମ୍ବକୁ କିଣିବା ଲାଗି ବୁକିଂ କରାଇ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

ଧରିତ୍ରୀ ପ୍ରଭାବ: ରାସ୍ତାରୁ ହଟିଲା ବିପଜ୍ଜନକ ଚାମ୍ବର

ଥୁଆମୂଳ ରାମପୁର, ୧୦ା୭ (ଦୁର୍ଗା କୀର୍ତ୍ତି): ଧରିତ୍ରୀରେ ଖବର ପ୍ରକାଶ ପରେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଦୁଇଟି…

ବିଦେଶୀ ମଦ ଦୋକାନକୁ ନେଇ ତେଜୁଛି ଅସନ୍ତୋଷ

ଲାଞ୍ଜିଗଡ଼, ୧୦ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା କଡ଼ରେ ଲଟେରି ମାଧ୍ୟମରେ ଖୋଲାଯାଇଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri