୧୨ ବର୍ଷର ସଂଘର୍ଷ ପରେ ମିଳିଲା ଜମିପଟା

ନାଉଗଁ। ,୧୧ା୭(ସ୍ବ.ପ୍ର.): ନାଉଗଁ। ବ୍ଲକ ଜାମୁଗଁ। ପଞ୍ଚାୟତ ନନ୍ଦୀ ଗ୍ରାମର ଶଙ୍କର ଭୋଇଙ୍କୁ ମଙ୍ଗଳବାର ନାଉଗଁ। ତହସିଲ ପକ୍ଷରୁ ଜମିପଟ୍ଟା ପ୍ରଦାନ କରାଯାଇଛି। ଦୀର୍ଘ ୧୨ ବର୍ଷର ସଂଘର୍ଷ ପରେ ତାଙ୍କୁ ଏହି ଜମିପଟା ମିଳିଛି। ସୂଚନା ଅନୁଯାୟୀ, ଶଙ୍କର ୧୯୭୦ ମସିହାରେ ଗଁ। ମୁଣ୍ଡରେ ଥିବା ଏକ ସରକାରୀ ଜାଗାରେ ଅସ୍ଥାୟୀ ଭାବେ ଘର କରି ରହିଥିଲେ। ସରକାରଙ୍କଠାରୁ ସ୍ଥାୟୀ ବାସସ୍ଥାନ ପଟା ପାଇବା ପାଇଁ ସେ ବାଲିକୁଦା ତହସିଲରେ ଆବେଦନ କରିଥିଲେ। ୨୫ ମେ ୨୦୦୮ରେ ତାଙ୍କୁ ପ୍ଲଟ୍‌ ନଂ.୧୬୬୦/୨୨୬୦ରେ ସ୍ଥାୟୀ ବାସଗୃହ କରିବା ପାଇଁ ଏକ ଜମିପଟା ମିଳିଥିଲା। ୨୦୧୪-୧୫ ମସିହାରେ ତାଙ୍କୁ ଇନ୍ଦିରା ଆବାସ ମିଳିବାରୁ ସେ ଉକ୍ତ ଜମିରେ ଗୃହ ନିର୍ମାଣ ଆରମ୍ଭ କରିବାବେଳେ ଗ୍ରାମବାସୀ ବିରୋଧ କରିଥିଲେ। ଶଙ୍କର ପାଇଥିବା ଜମିପଟା ଉକ୍ତ ସ୍ଥାନର ନୁହେଁ ବୋଲି ଗ୍ରାମବାସୀ କହିଥିଲେ। ପରେ ସେ ବାଧ୍ୟହୋଇ ନାଉଗଁ। ତହସିଲ କାଯର୍‌ୟାଳୟରେ ଅଭିଯୋଗ ଜଣାଇଥିଲେ। ସେ ପାଇଥିବା ଜମିପଟା ଗହିର ମଝିରେ ଥିବା ଏକ ସ୍ଥାନର ବୋଲି ଜଣାପଡିଥିଲା। ପଟା ସଂଶୋଧନ ପାଇଁ ଜଣେ କିରାଣୀ ଉକ୍ତ ପଟା ଉପରେ ଏକ କାଗଜ ପକାଇ ୧୬୬୦ ପରିବର୍ତ୍ତେ ୨୫୩/୨୨୬୦ ଲେଖି ଦେଇଥିଲେ। କିନ୍ତୁ ବାସ୍ତବରେ ପଟା ସଂଶୋଧିତ ହୋଇ ନ ଥିଲା। ପରବର୍ତ୍ତୀ ସମୟରେ ନାଉଗଁାର ତତ୍କାଳୀନ ତହସିଲଦାର ପ୍ରହ୍ଲାଦ ପତି ଚିଠି ନଂ. ୮୦୩/୪ ମେ ୨୦୧୫ ରେ ସବିଶେଷ ତଥ୍ୟ ବାଲିକୁଦା ତହସିଲକୁ ମାଗିଥିଲେ। କିନ୍ତୁ ତଥ୍ୟ ଦେବାରେ ବିଳମ୍ବ କରିବାରୁ ଶଙ୍କର ପଟା ସଂଶୋଧନ ପାଇଁ ବାଲିକୁଦା ତହସିଲ କାଯର୍‌ୟାଳୟ ଆଗରେ ଧାରଣାରେ ବସିଥିଲେ। ତାଙ୍କୁ ଖୁବଶୀଘ୍ର ପଟା ପ୍ରଦାନ କରାଯିବାକୁ ପ୍ରତିଶ୍ରୁତି ଦେବା ପରେ ସେ ଧାରଣାରୁ ଉଠିଥିଲେ। କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା। ତେଣୁ ୯ ଏପ୍ରିଲ ୨୦୧୮ରେ ସେ ଜିଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ କରିଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତହସଲଦାର ଜେ. କଳ୍ପନା ଘଟଣାର ପୁଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲେ। ଏହାକୁ ଭିତ୍ତି କରି ତହସିଲ ପକ୍ଷରୁ ପୁନର୍ବାର ଶଙ୍କରଙ୍କୁ ନୂତନ ପଟ୍ଟା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ମୋଦିଙ୍କ ଘର ଆଗରେ ଶୋଇଗଲେ ରାହୁଲ; ଉଠାଇ ନେଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri