ସାଇକେଲ ଆରୋହୀଙ୍କ ଉପରେ ଟ୍ରାକ୍ଟର ମାଡ଼ି ଯାଇ ବିଲ ଭିତରକୁ ଓଲଟିଲା, ଚାଲିଗଲା ଜଣଙ୍କ ଜୀବନ, ଆଉ ଜଣେ …

ପାଟଣା,୧୧ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ମୂଷାଖୋରୀ-ସୋରାସକେଳା ରାସ୍ତାର ମୂଷାଖୋରୀ ପାଣି ଟାଙ୍କି ନିକଟରେ ବୁଧବାର ପୂର୍ବାହ୍ନରେ ଟ୍ରାକ୍ଟର ୨ଜଣ ସାଇକେଲ ଆରୋହୀଙ୍କ ଉପରେ ଓଡି ୦୯ଏ ବି ୨୫୭୭ ନମ୍ବର ବିଶିଷ୍ଟ ଏକ ଟ୍ରାକ୍ଟର ଚଢ଼ିଯିବାରୁ ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।
ମୃତକ ଜଣକ ହେଉଛନ୍ତି ସାରାସ କୋଲା ପଞ୍ଚାୟତ ଖାମୁଁଆ ରତନପୁର ଗ୍ରାମର ଚନ୍ଦନ ନାଏକ(୧୮) ଓ ଗୁରୁତର ପପୁ ଦଳେଇ (୨୩)। ଉଭୟ ସାଇକେଲ ଯୋଗେ ମଲ୍ଲିପଶିରୁ ରତନପୁରକୁ ଯାଉଥିବା ସମୟରେ ପଛ ପଟୁ ଏକ ଟ୍ରାକ୍ଟର ଆସି ମୂଷାଖୋରୀ ପାଣି ଟାଙ୍କି ନିକଟରେ ଭାରସାମ୍ୟ  ପ୍ରଥମେ ସାଇକେଲକୁ ଧକ୍କା ଦେବା ପରେ ସାଇକେଲ ଆରୋହୀଙ୍କ ଉପରେ ବିଲ ଭିତରେ ଓଲଟି ପଡ଼ିଥିଲା । ଟ୍ରାକ୍ଟର ତଳେ ଚାପି ହୋଇ ଚନ୍ଦନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ପପୁଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯିବା ପରେ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଡାହାଣ ଗୋଡ ଭାଙ୍ଗି ଥିବା ଜଣାପଡ଼ିଛି।

ପାଟଣା ପୋଲିସ ପକ୍ଷରୁ ଏସ୍‌ଆଇ ଲକ୍ଷ୍ମଣ ମାଝୀ, ଏଏସ୍‌ଆଇ ଧନେଶ୍ୱର ପାତ୍ର, ଫାୟାର ଅଫିସର ଗୌର ହେମ୍ରମ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରକୁ ଜବତ କରି ତଦନ୍ତ କରୁଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶ୍ରେୟସଙ୍କ ହାତରୁ ଖସିବ ପଞ୍ଜାବ ଅଧିନାୟକ ପଦ? ହାର୍ଦ୍ଦିକ ହେବେ ନୂଆ କ୍ୟାପ୍‌ଟେନ୍‌! ଜାଣନ୍ତୁ କ’ଣ ହେଲା ଫାଇନାଲ

ନୂଆଦିଲ୍ଲୀ, ୧୧।୧୧: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପଞ୍ଜାବ କିଙ୍ଗ୍ସରେ ଏଣ୍ଟ୍ରି ହୋଇସାରିଛି। ଅର୍ଶଦୀପ ସିଂହଙ୍କ ସହ ଟ୍ରେଡ ପରେ ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସର ସାଥ୍‌ ଛାଡ଼ି ପଞ୍ଜାବର ହାତ…

ଡ୍ରାଇଭର ବ୍ରେକ୍‌ ମାରିବା ସମୟରେ ଚଳନ୍ତା କୋଇଲା ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ, ଚାହୁଁଚାହୁଁ…

ପରଜଙ୍ଗ,୧୧ା୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ମୁଣ୍ଡେଇଲୋ ଟୋଲ୍‌ଗେଟ୍‌ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍‌ରେ ଭୟାବହ ଅଗ୍ନିକାଣ୍ଡ…

ଆସନ୍ତାକାଲି ଠାରୁ ମହଙ୍ଗା ହେବ କ୍ଷୀର: ଲିଟର ପ୍ରତି ୪ ଟଙ୍କା ପର୍ଯ୍ୟନ୍ତ ବଢ଼ିଲା ଦାମ, ଜାଣନ୍ତୁ କେଉଁ କ୍ଷୀରର କେତେ ରହିଛି ନୂଆ ରେଟ୍‌!

ନୂଆଦିଲ୍ଲୀ,୧୧।୧୧: ମହଙ୍ଗା ମାଡ଼ ସମୟରେ ସାଧାରଣ ଜନତାଙ୍କୁ ଆଉ ଏକ ଝଟକା ଲାଗିବାକୁ ଯାଉଛି। ଗୁରୁବାର, ନଭେମ୍ୱର ୧୨ ତାରିଖରୁ କ୍ଷୀର ଦରରେ ଲିଟର ପ୍ରତି ୨…

ସାନଖେମୁଣ୍ଡିରେ ହାତୀପଲଙ୍କ ଦୌରାତ୍ମ୍ୟ: ଦନ୍ତା ଆକ୍ରମଣରେ ଗୋଟିଏ ଗାଈ ମୃତ

ଦିଗପହଣ୍ଡି, ୧୧/୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ରତନେଇ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ହରିଣା, ସୁମନ୍ତପୁର, ବଳଧିଆ, ଆମ୍ବଗାଁ, ପଳାଶପୁର, ଇନ୍ଦିରାଆବାସ, ଲୁଣିନାଠି,…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଭାଙ୍ଗି ପଡ଼ିଥିଲେ ସୂର୍ଯ୍ୟକୁମାର! ନିଜକୁ କେମିତି ସମ୍ଭାଳିଥିଲେ, ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୧୧।୧୧: ଟିମ ଇଣ୍ଡିଆରୁ ବାଦ ପଡ଼ିଥିବା ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦଳକୁ ପ୍ରତ୍ୟାବର୍ତ୍ତନ ନେଇ ମୁହଁ ଖୋଲିଛନ୍ତି। ଆଗାମୀ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି…

ଜିଓ, ଏୟାରଟେଲ କି ଭୋଡାଫୋନ-ଆଇଡିଆ? କାହାର ରିଚାର୍ଜ ସବୁଠୁ ଶସ୍ତା, ଜାଣନ୍ତୁ କେଉଁ ପ୍ଲାନରେ ମିଳୁଛି ବଡ଼ ଲାଭ!

ନୂଆଦିଲ୍ଲୀ,୧୧।୧୧: ପ୍ରତିମାସ ମୋବାଇଲ ରିଚାର୍ଜ କରିବାର ଝମେଲା କାହାକୁ ବା ପସନ୍ଦ? କେବେ ରିଚାର୍ଜ ତାରିଖ ମନେ ରଖିବାକୁ ପଡ଼େ, ତ ଆଉ କେବେ ହଠାତ ପ୍ଲାନ…

ସବୁ ପ୍ରାଣୀ ସହାୟକ କେନ୍ଦ୍ରରେ ଝୁଲୁଛି ତାଲା: ଚିକିତ୍ସା ଅଭାବରେ ହନ୍ତସନ୍ତ ପଶୁପାଳକ

ଅମରପାଲି, ୧୧।୧୧ (ପୀତାମ୍ବର ସାହୁ): ସରକାର ଗ୍ରାମାଞ୍ଚଳରେ ପଶୁପାଳନ ଓ ଗୋପାଳନକୁ ପ୍ରୋତ୍ସାହନ ଦେବା ସହ ଚାଷୀଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ପାଇଁ ବିଭିନ୍ନ ଯୋଜନା…

ପୌର ନିର୍ବାଚନରେ ଭାଜପାର ବଡ଼ ବିଜୟ: ବିନା ଭୋଟ୍‌ରେ ହାତେଇଲା ୭୭ ଆସନ

ନୂଆଦିଲ୍ଲୀ, ୧୧।୧୧: ତ୍ରିପୁରାରେ ନଭେମ୍ବର ୨୭ ତାରିଖରେ ହେବାକୁ ଥିବା ପୌର ନିର୍ବାଚନ (Urban Local Bodies Elections) ପୂର୍ବରୁ ଭାଜପାକୁ ବଡ଼ ସଫଳତା ମିଳିଛି। ବିନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?