ଡ୍ରାଇଭର ବ୍ରେକ୍‌ ମାରିବା ସମୟରେ ଚଳନ୍ତା କୋଇଲା ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ, ଚାହୁଁଚାହୁଁ…

ପରଜଙ୍ଗ,୧୧ା୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ମୁଣ୍ଡେଇଲୋ ଟୋଲ୍‌ଗେଟ୍‌ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଚଳନ୍ତା ଟ୍ରକ୍‌ଟି ହୁତୁହୁତୁ ହୋଇ ଜଳିଯାଇଥିବା ବେଳେ ସୌଭାଗ୍ୟବଶତଃ ଚାଳକ ଅଳ୍ପକେ ରକ୍ଷା ପାଇଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ତାଳଚେର ପଟୁ ପରଜଙ୍ଗ ଅଭିମୁଖେ ଆସୁଥିଲା। ମୁଣ୍ଡେଇଲୋ ଟୋଲ୍‌ଗେଟ୍‌ଠାରୁ ଅଳ୍ପ ଦୂରରେ ଚାଳକ ଟ୍ରକ୍‌ରେ ବ୍ରେକ ମାରି ଅଟକାଉଥିବା ସମୟରେ ହଠାତ୍‌ ଏଥିରେ ନିଆଁ ଲାଗିଯାଇଥିଲା। ଫଳରେ ଦେଖୁ ଦେଖୁ ଟ୍ରକ୍‌ଟି ନିଆଁରେ ଜଳିବାକୁ ଲାଗିଥିଲା। ଟ୍ରକ୍‌ର ପଞ୍ଜୀକରଣ ନମ୍ବର ଓଡି ୩୫ଏଚ୮୫୬୬। ଖବର ପାଇ ତାଳଚେର ଓ ପରଜଙ୍ଗ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁ ଲିଭାଇବା ବେଳକୁ ଟ୍ରକ୍‌ଟି ସମ୍ପୂର୍ଣ୍ଣ ଜଳିପୋଡ଼ି ନଷ୍ଟ ହୋଇଯାଇଥିଲା। ଏହି ଅଗ୍ନିକାଣ୍ଡରେ ପ୍ରାୟ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି କ୍ଷତି ହୋଇଥିବା ଜଣାପଡ଼ିଛି।

 

ଅନ୍ୟପକ୍ଷରେ ଟ୍ରକ୍‌ରେ କେଉଁ କାରଣରୁ ନିଆଁ ଲାଗିଲା, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଖବର ପାଇ ପରଜଙ୍ଗ ଥାନାର ଏଏସ୍‌ଆଇ ଜୋସେଫ୍‌ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅଗ୍ନିକାଣ୍ଡ ପରେ ଉକ୍ତ ରାସ୍ତାରେ ଯାତାୟାତ ସ୍ବାଭାବିକ ରହିଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶ୍ରେୟସଙ୍କ ହାତରୁ ଖସିବ ପଞ୍ଜାବ ଅଧିନାୟକ ପଦ? ହାର୍ଦ୍ଦିକ ହେବେ ନୂଆ କ୍ୟାପ୍‌ଟେନ୍‌! ଜାଣନ୍ତୁ କ’ଣ ହେଲା ଫାଇନାଲ

ନୂଆଦିଲ୍ଲୀ, ୧୧।୧୧: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପଞ୍ଜାବ କିଙ୍ଗ୍ସରେ ଏଣ୍ଟ୍ରି ହୋଇସାରିଛି। ଅର୍ଶଦୀପ ସିଂହଙ୍କ ସହ ଟ୍ରେଡ ପରେ ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସର ସାଥ୍‌ ଛାଡ଼ି ପଞ୍ଜାବର ହାତ…

ସାଇକେଲ ଆରୋହୀଙ୍କ ଉପରେ ଟ୍ରାକ୍ଟର ମାଡ଼ି ଯାଇ ବିଲ ଭିତରକୁ ଓଲଟିଲା, ଚାଲିଗଲା ଜଣଙ୍କ ଜୀବନ, ଆଉ ଜଣେ …

ପାଟଣା,୧୧ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ମୂଷାଖୋରୀ-ସୋରାସକେଳା ରାସ୍ତାର ମୂଷାଖୋରୀ ପାଣି ଟାଙ୍କି ନିକଟରେ ବୁଧବାର ପୂର୍ବାହ୍ନରେ ଟ୍ରାକ୍ଟର ୨ଜଣ ସାଇକେଲ ଆରୋହୀଙ୍କ ଉପରେ…

ଆସନ୍ତାକାଲି ଠାରୁ ମହଙ୍ଗା ହେବ କ୍ଷୀର: ଲିଟର ପ୍ରତି ୪ ଟଙ୍କା ପର୍ଯ୍ୟନ୍ତ ବଢ଼ିଲା ଦାମ, ଜାଣନ୍ତୁ କେଉଁ କ୍ଷୀରର କେତେ ରହିଛି ନୂଆ ରେଟ୍‌!

ନୂଆଦିଲ୍ଲୀ,୧୧।୧୧: ମହଙ୍ଗା ମାଡ଼ ସମୟରେ ସାଧାରଣ ଜନତାଙ୍କୁ ଆଉ ଏକ ଝଟକା ଲାଗିବାକୁ ଯାଉଛି। ଗୁରୁବାର, ନଭେମ୍ୱର ୧୨ ତାରିଖରୁ କ୍ଷୀର ଦରରେ ଲିଟର ପ୍ରତି ୨…

ସାନଖେମୁଣ୍ଡିରେ ହାତୀପଲଙ୍କ ଦୌରାତ୍ମ୍ୟ: ଦନ୍ତା ଆକ୍ରମଣରେ ଗୋଟିଏ ଗାଈ ମୃତ

ଦିଗପହଣ୍ଡି, ୧୧/୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ରତନେଇ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ହରିଣା, ସୁମନ୍ତପୁର, ବଳଧିଆ, ଆମ୍ବଗାଁ, ପଳାଶପୁର, ଇନ୍ଦିରାଆବାସ, ଲୁଣିନାଠି,…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଭାଙ୍ଗି ପଡ଼ିଥିଲେ ସୂର୍ଯ୍ୟକୁମାର! ନିଜକୁ କେମିତି ସମ୍ଭାଳିଥିଲେ, ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୧୧।୧୧: ଟିମ ଇଣ୍ଡିଆରୁ ବାଦ ପଡ଼ିଥିବା ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦଳକୁ ପ୍ରତ୍ୟାବର୍ତ୍ତନ ନେଇ ମୁହଁ ଖୋଲିଛନ୍ତି। ଆଗାମୀ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି…

ଜିଓ, ଏୟାରଟେଲ କି ଭୋଡାଫୋନ-ଆଇଡିଆ? କାହାର ରିଚାର୍ଜ ସବୁଠୁ ଶସ୍ତା, ଜାଣନ୍ତୁ କେଉଁ ପ୍ଲାନରେ ମିଳୁଛି ବଡ଼ ଲାଭ!

ନୂଆଦିଲ୍ଲୀ,୧୧।୧୧: ପ୍ରତିମାସ ମୋବାଇଲ ରିଚାର୍ଜ କରିବାର ଝମେଲା କାହାକୁ ବା ପସନ୍ଦ? କେବେ ରିଚାର୍ଜ ତାରିଖ ମନେ ରଖିବାକୁ ପଡ଼େ, ତ ଆଉ କେବେ ହଠାତ ପ୍ଲାନ…

ସବୁ ପ୍ରାଣୀ ସହାୟକ କେନ୍ଦ୍ରରେ ଝୁଲୁଛି ତାଲା: ଚିକିତ୍ସା ଅଭାବରେ ହନ୍ତସନ୍ତ ପଶୁପାଳକ

ଅମରପାଲି, ୧୧।୧୧ (ପୀତାମ୍ବର ସାହୁ): ସରକାର ଗ୍ରାମାଞ୍ଚଳରେ ପଶୁପାଳନ ଓ ଗୋପାଳନକୁ ପ୍ରୋତ୍ସାହନ ଦେବା ସହ ଚାଷୀଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ପାଇଁ ବିଭିନ୍ନ ଯୋଜନା…

ପୌର ନିର୍ବାଚନରେ ଭାଜପାର ବଡ଼ ବିଜୟ: ବିନା ଭୋଟ୍‌ରେ ହାତେଇଲା ୭୭ ଆସନ

ନୂଆଦିଲ୍ଲୀ, ୧୧।୧୧: ତ୍ରିପୁରାରେ ନଭେମ୍ବର ୨୭ ତାରିଖରେ ହେବାକୁ ଥିବା ପୌର ନିର୍ବାଚନ (Urban Local Bodies Elections) ପୂର୍ବରୁ ଭାଜପାକୁ ବଡ଼ ସଫଳତା ମିଳିଛି। ବିନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?