Posted inଖେଳ

ମୁମ୍ବାଇ ଇଣ୍ଡିଆନ୍ସ ଛାଡି ପଞ୍ଜାବ କିଙ୍ଗ୍ସ ଗଲେ ହାର୍ଦ୍ଦିକ ପାଣ୍ଡ୍ୟା: ଏତିକି କୋଟି ଟଙ୍କାରେ କିଣିଲା ପଞ୍ଜାବ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୧୧।୧୧: ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅର୍ଶଦୀପ ସିଂହଙ୍କ ଟ୍ରେଡ ଡିଲ କ୍ରିକେଟ ଜଗତରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ହାର୍ଦ୍ଦିକ ପଞ୍ଜାବ କିଙ୍ଗ୍ସକୁ ଯିବା ଏବଂ ଅର୍ଶଦୀପ ମୁମ୍ବାଇ ଇଣ୍ଡିଆନ୍ସର ଅଂଶ ହେବା ପରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏହି ଡିଲରେ କେଉଁ ଦଳ ଅଧିକ ଲାଭବାନ ହୋଇଛି?

ପଞ୍ଜାବକୁ ଜଣେ ଦକ୍ଷ ଅଲ୍ରାଉଣ୍ଡର ମିଳିବା ଦ୍ୱାରା ଦଳର ଶକ୍ତି ବଢ଼ିବ ନା ଅର୍ଶଦୀପଙ୍କ ଭଳି ଜଣେ ମ୍ୟାଚ ବିଜେତାଙ୍କୁ ହରାଇବା ଦଳ ପାଇଁ ମହଙ୍ଗା ପଡ଼ିବ? ଅନ୍ୟପକ୍ଷରେ ମୁମ୍ବାଇକୁ ଯଶପ୍ରୀତ ବୁମ୍ରାଙ୍କ ସହ ଅର୍ଶଦୀପଙ୍କ ଯୋଡ଼ି ମିଳିବା କେତେ ବଡ଼ ଫାଇଦା ସାବ୍ୟସ୍ତ ହୋଇପାରିବ?

ଅର୍ଶଦୀପ ସିଂହ ଗତ କିଛି ସିଜନ ଧରି ପଞ୍ଜାବ କିଙ୍ଗ୍ସର ଦ୍ରୁତ ବୋଲିଂ ବାହିନୀର ମେରୁଦଣ୍ଡ ରହିଆସିଛନ୍ତି। ନୂଆ ବଲରେ ଉଇକେଟ୍‌ ହାସଲ କରିବା ହେଉ କି ଡେଥ ଓଭରରେ ବ୍ୟାଟର୍ଙ୍କୁ ରନ କରିବାରୁ ରୋକିବା, ଅର୍ଶଦୀପ ବାରମ୍ବାର ନିଜ ଦକ୍ଷତା ପ୍ରମାଣ କରିଛନ୍ତି।

ପଞ୍ଜାବ କିଙ୍ଗ୍ସ ପାଖରେ ମାର୍କୋ ୟାନସେନ, ଜାଭିୟର ବାର୍ଟଲେଟ, ବେନ ଡୱାରଶୁଇସ ଏବଂ ଯଶ ଠାକୁରଙ୍କ ଭଳି ଦ୍ରୁତ ବୋଲିଂ ବିକଳ୍ପ ରହିଛନ୍ତି। ତଥାପି ଏହି ବୋଲରଙ୍କ ଉପସ୍ଥିତି ସତ୍ତ୍ୱେ ଅର୍ଶଦୀପଙ୍କ ସ୍ଥାନ ପୂରଣ କରିବା ସହଜ ହେବ ନାହିଁ। ଅର୍ଶଦୀପ କେବଳ ଭାରତୀୟ ପରିସ୍ଥିତିକୁ ଭଲ ଭାବେ ବୁଝିଛନ୍ତି ତାହା ନୁହେଁ, ବରଂ ଚାପପୂର୍ଣ୍ଣ ମ୍ୟାଚରେ ବୋଲିଂ କରିବାର ମଧ୍ୟ ଭଲ ଅଭିଜ୍ଞତା ରଖିଛନ୍ତି।

ହାର୍ଦ୍ଦିକ ପାଣ୍ଡ୍ୟା ଓ ଅର୍ଶଦୀପ ସିଂହଙ୍କ ମଧ୍ୟରେ ଖେଳାଳି ଅଦଳବଦଳ (ଟ୍ରେଡ) ନିଶ୍ଚିତ ହୋଇଛି। ବୁଧବାର (ନଭେମ୍ବର ୧୧) ଆଇପିଏଲ ପକ୍ଷରୁ ଏହି ଟ୍ରେଡ୍‌କୁ ନେଇ ଆନୁଷ୍ଠାନିକ ସୂଚନା ଜାରି କରାଯାଇଛି। ଏହା ପରେ ଆଇପିଏଲ ୨୦୨୭ରେ ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଜାବ କିଙ୍ଗସ ପକ୍ଷରୁ ଖେଳିବେ। ଅନ୍ୟପଟେ ଅର୍ଶଦୀପ ସିଂହ ମୁମ୍ବାଇ ଇଣ୍ଡିଆନ୍ସ ଜର୍ସିରେ ନଜର ଆସିବେ। ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଥିବାବେଳେ ଅର୍ଶଦୀପ ଦୀର୍ଘଦିନ ଧରି ପଞ୍ଜାବ ଦଳର ସଦସ୍ୟ ଥିଲେ। ତେବେ ଉଭୟ ଖେଳାଳିଙ୍କ ଟ୍ରେଡ୍‌କୁ ନେଇ ବହୁ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା।

ଏହି ଟ୍ରେଡ୍‌ରେ ହାର୍ଦ୍ଦିକଙ୍କୁ ତାଙ୍କ ପୂର୍ବ ପାରିଶ୍ରମିକଠାରୁ ଅଧିକ ଟଙ୍କା ମିଳିଛି। ଅନ୍ୟପଟେ ଅର୍ଶଦୀପ ତାଙ୍କ ବର୍ତ୍ତମାନର ପାରିଶ୍ରମିକରେ ହିଁ ମୁମ୍ବାଇ ଦଳରେ ସାମିଲ ହୋଇଛନ୍ତି। ହାର୍ଦ୍ଦିକ ୧୮ କୋଟି ଟଙ୍କାରେ ପଞ୍ଜାବ କିଙ୍ଗସରେ ଯୋଗ ଦେଇଛନ୍ତି। ଗତ ସିଜିନ ଅର୍ଥାତ୍‌ ଆଇପିଏଲ ୨୦୨୬ରେ ସେ ୧୬.୫ କୋଟି ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିଲେ। ସେହିପରି ଅର୍ଶଦୀପ ୧୮ କୋଟି ଟଙ୍କାର ପୂର୍ବ ପାରିଶ୍ରମିକରେ ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଡ଼ି ହୋଇଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ନେଇ ଜୋର୍‌ ଧରିଲା ଦାବି

ଅମରପାଲି,୧୧ା୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନକୁ ନେଇ ବିଭିନ୍ନ ଗ୍ରାମ ମଧ୍ୟରେ ଦାବି ଜୋର ଧରିଛି। ନିଜ…

ହାର୍ଦ୍ଦିକଙ୍କ ବିଦାୟ ପରେ ମୁମ୍ବାଇର ନୂଆ କ୍ୟାପ୍ଟେନ କିଏ? ଦୌଡ଼ରେ ୪ ବଡ଼ ନାଁ , ଜାଣନ୍ତୁ କିଏ ଅଛନ୍ତି ସବୁଠୁ ଆଗରେ…

ନୂଆଦିଲ୍ଲୀ, ୧୧।୧୧: ମୁମ୍ବାଇ ଇଣ୍ଡିଆନ୍ସର ସାଥ ଛାଡ଼ିଛନ୍ତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା। ଆଗାମୀ ଆଇପିଏଲ (ଆଇପିଏଲ ୨୦୨୭)ରେ ସେ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳୁଥିବା ନଜର ଆସିବେ।…

ଚୁଲି ମୁହଁ ପଶ୍ଚିମକୁ କାହିଁକି? ଜାଣନ୍ତୁ ଏହା ପଛର କାରଣ…

ଆଗକାଳରେ ସମସ୍ତଙ୍କ ଘରେ ପ୍ରାୟ ଚୁଲିରେ ରୋଷେଇ ହେଉଥିଲା। ଏବେ ଯୁଗ ବଦଳିଛି ଲୋକେ ଗ୍ୟାସ୍‌ରେ ରୋଷେଇ କରୁଛନ୍ତି। ମାତ୍ର ଆଜି ବି କିଛି ଅଞ୍ଚଳରେ ଲୋକଙ୍କ…

ଶ୍ରେୟସଙ୍କ ହାତରୁ ଖସିବ ପଞ୍ଜାବ ଅଧିନାୟକ ପଦ? ହାର୍ଦ୍ଦିକ ହେବେ ନୂଆ କ୍ୟାପ୍‌ଟେନ୍‌! ଜାଣନ୍ତୁ କ’ଣ ହେଲା ଫାଇନାଲ

ନୂଆଦିଲ୍ଲୀ, ୧୧।୧୧: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପଞ୍ଜାବ କିଙ୍ଗ୍ସରେ ଏଣ୍ଟ୍ରି ହୋଇସାରିଛି। ଅର୍ଶଦୀପ ସିଂହଙ୍କ ସହ ଟ୍ରେଡ ପରେ ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସର ସାଥ୍‌ ଛାଡ଼ି ପଞ୍ଜାବର ହାତ…

ଡ୍ରାଇଭର ବ୍ରେକ୍‌ ମାରିବା ସମୟରେ ଚଳନ୍ତା କୋଇଲା ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ, ଚାହୁଁଚାହୁଁ…

ପରଜଙ୍ଗ,୧୧ା୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ମୁଣ୍ଡେଇଲୋ ଟୋଲ୍‌ଗେଟ୍‌ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍‌ରେ ଭୟାବହ ଅଗ୍ନିକାଣ୍ଡ…

ସାଇକେଲ ଆରୋହୀଙ୍କ ଉପରେ ଟ୍ରାକ୍ଟର ମାଡ଼ି ଯାଇ ବିଲ ଭିତରକୁ ଓଲଟିଲା, ଚାଲିଗଲା ଜଣଙ୍କ ଜୀବନ, ଆଉ ଜଣେ …

ପାଟଣା,୧୧ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ମୂଷାଖୋରୀ-ସୋରାସକେଳା ରାସ୍ତାର ମୂଷାଖୋରୀ ପାଣି ଟାଙ୍କି ନିକଟରେ ବୁଧବାର ପୂର୍ବାହ୍ନରେ ଟ୍ରାକ୍ଟର ୨ଜଣ ସାଇକେଲ ଆରୋହୀଙ୍କ ଉପରେ…

ଆସନ୍ତାକାଲି ଠାରୁ ମହଙ୍ଗା ହେବ କ୍ଷୀର: ଲିଟର ପ୍ରତି ୪ ଟଙ୍କା ପର୍ଯ୍ୟନ୍ତ ବଢ଼ିଲା ଦାମ, ଜାଣନ୍ତୁ କେଉଁ କ୍ଷୀରର କେତେ ରହିଛି ନୂଆ ରେଟ୍‌!

ନୂଆଦିଲ୍ଲୀ,୧୧।୧୧: ମହଙ୍ଗା ମାଡ଼ ସମୟରେ ସାଧାରଣ ଜନତାଙ୍କୁ ଆଉ ଏକ ଝଟକା ଲାଗିବାକୁ ଯାଉଛି। ଗୁରୁବାର, ନଭେମ୍ୱର ୧୨ ତାରିଖରୁ କ୍ଷୀର ଦରରେ ଲିଟର ପ୍ରତି ୨…

ସାନଖେମୁଣ୍ଡିରେ ହାତୀପଲଙ୍କ ଦୌରାତ୍ମ୍ୟ: ଦନ୍ତା ଆକ୍ରମଣରେ ଗୋଟିଏ ଗାଈ ମୃତ

ଦିଗପହଣ୍ଡି, ୧୧/୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ରତନେଇ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ହରିଣା, ସୁମନ୍ତପୁର, ବଳଧିଆ, ଆମ୍ବଗାଁ, ପଳାଶପୁର, ଇନ୍ଦିରାଆବାସ, ଲୁଣିନାଠି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?