ନୂଆଦିଲ୍ଲୀ,୧୧।୧୧: ମହଙ୍ଗା ମାଡ଼ ସମୟରେ ସାଧାରଣ ଜନତାଙ୍କୁ ଆଉ ଏକ ଝଟକା ଲାଗିବାକୁ ଯାଉଛି। ଗୁରୁବାର, ନଭେମ୍ୱର ୧୨ ତାରିଖରୁ କ୍ଷୀର ଦରରେ ଲିଟର ପ୍ରତି ୨ ରୁ ୪ ଟଙ୍କା ବୃଦ୍ଧି କରିବାକୁ ଯାଉଛି। ଏହାପୂର୍ୱରୁ କମ୍ପାନୀ ୧୪ ମେ’ ୨୦୨୬ରେ ଦିଲ୍ଲୀ-ଏନସିଆରରେ କ୍ଷୀର ଦାମ ଲିଟର ପ୍ରତି ୨ ଟଙ୍କା ବଢ଼ାଇଥିଲା। ବର୍ତ୍ତମାନ ପୁଣିଥରେ ଦର ବୃଦ୍ଧି ପାଇବାକୁ ଯାଉଛି।
PTI ର ରିପୋର୍ଟ ଅନୁଯାୟୀ, କୃଷକମାନଙ୍କଠାରୁ କ୍ଷୀର କ୍ରୟ କରିବାର ଖର୍ଚ୍ଚ ବଢ଼ିଯାଇଛି। ଏହି କାରଣରୁ ମଦର ଡେରୀ କମ୍ପାନୀକୁ ଏହି ବର୍ଦ୍ଧିତ ଖର୍ଚ୍ଚର କିଛି ଅଂଶ ଗ୍ରାହକମାନଙ୍କ ଉପରେ ପକାଇବାକୁ ପଡ଼ୁଛି। ମଦର ଡେରୀ କ୍ଷୀର ବିକ୍ରିରୁ ହେଉଥିବା ମୋଟ ଆୟର ୭୫ ରୁ ୮୦ ପ୍ରତିଶତ ଅଂଶ ସିଧାସଳଖ କ୍ଷୀର ଉତ୍ପାଦନକାରୀ କୃଷକମାନଙ୍କୁ ପ୍ରଦାନ କରିଥାଏ।
* NCR ରେ ଟୋଣ୍ଡ କ୍ଷୀର (ଖୋଲା କ୍ଷୀର) ର ଦାମ ଲିଟର ପ୍ରତି ୫୮ ଟଙ୍କାରୁ ବଢ଼ାଇ ୬୦ ଟଙ୍କା ପ୍ରତି ଲିଟର କରାଯାଇଛି।
* ଫୁଲ କ୍ରିମ କ୍ଷୀର (ପ୍ୟାକେଟ) ଏବେ ୭୨ ଟଙ୍କା ବଦଳରେ ୭୬ ଟଙ୍କା ପ୍ରତି ଲିଟର ମିଳିବ।
* ଟୋଣ୍ଡ କ୍ଷୀର (ପ୍ୟାକେଟ) ର ଦାମ ଲିଟର ପ୍ରତି ୬୦ ଟଙ୍କାରୁ ବଢ଼ାଇ ୬୨ ଟଙ୍କା ପ୍ରତି ଲିଟର କରାଯାଇଛି।
* ଡବଲ ଟୋଣ୍ଡ କ୍ଷୀରର ଦାମ ଲିଟର ପ୍ରତି ୫୪ ଟଙ୍କାରୁ ବଢ଼ି ୫୬ ଟଙ୍କା ପ୍ରତି ଲିଟର ହୋଇଯିବ।
* ଗାଈ କ୍ଷୀରର ଦାମ ଲିଟର ପ୍ରତି ୬୨ ଟଙ୍କାରୁ ବଢ଼ାଇ ୬୫ ଟଙ୍କା ପ୍ରତି ଲିଟର କରାଯାଇଛି।
ଅମୁଲ ଶେଷଥର ପାଇଁ ୧୪ ମେ’ ୨୦୨୬ରେ କ୍ଷୀର ଦାମ ଲିଟର ପ୍ରତି ୨ ଟଙ୍କା ବଢ଼ାଇଥିଲା। ବର୍ତ୍ତମାନ ଦୀପାବଳି ପୂର୍ୱରୁ କମ୍ପାନୀ ନିଜ ଘିଅ ଦାମ ଲିଟର ପ୍ରତି ୪୦ ରୁ ୫୦ ଟଙ୍କା ଏବଂ ଟେବୁଲ ବଟର୍ (୫୦୦ ଗ୍ରାମ ପ୍ୟାକ) ଦାମ ୧୫ ଟଙ୍କା ବୃଦ୍ଧି କରିଛି। ଅମୁଲ ମଧ୍ୟ ମଦର ଡେରୀ ପରି କ୍ଷୀର ଉତ୍ପାଦନର ବର୍ଦ୍ଧିତ ଖର୍ଚ୍ଚ ଏବଂ କୃଷକମାନଙ୍କଠାରୁ କ୍ରୟ କରାଯାଉଥିବା କ୍ଷୀର ଦରରେ ହୋଇଥିବା ବୃଦ୍ଧିକୁ ଏହି ଦର ବୃଦ୍ଧିର କାରଣ ବୋଲି ଦର୍ଶାଇଛି।

