Posted inଖେଳ

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଭାଙ୍ଗି ପଡ଼ିଥିଲେ ସୂର୍ଯ୍ୟକୁମାର! ନିଜକୁ କେମିତି ସମ୍ଭାଳିଥିଲେ, ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୧୧।୧୧: ଟିମ ଇଣ୍ଡିଆରୁ ବାଦ ପଡ଼ିଥିବା ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦଳକୁ ପ୍ରତ୍ୟାବର୍ତ୍ତନ ନେଇ ମୁହଁ ଖୋଲିଛନ୍ତି। ଆଗାମୀ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୬ରେ ସେ ମୁମ୍ବାଇ ଦଳର ଅଧିନାୟକ ଭାବେ ନଜର ଆସିବେ। କିନ୍ତୁ ଏହା ପୂର୍ବରୁ ସୂର୍ଯ୍ୟକୁମାର କହିଛନ୍ତି ଯେ, ୨୦୨୬ ଆଇପିଏଲ ପରେ ତାଙ୍କ ପାଇଁ ସମୟ ଅତ୍ୟନ୍ତ କଷ୍ଟକର ଥିଲା। ଏହି ସମୟରେ ସେ ନିଜ ପତ୍ନୀ ଦେବିଶା ସେଟ୍ଟୀଙ୍କ ସହ କଥା ହୋଇଥିଲେ। ପତ୍ନୀଙ୍କ ପରାମର୍ଶ ତାଙ୍କୁ ପୁଣିଥରେ କ୍ରିକେଟକୁ ଫେରିବା ପାଇଁ ପ୍ରେରଣା ଦେଇଥିଲା। ଟିମ ଇଣ୍ଡିଆରେ ଏବେ ସୁଯୋଗ ମିଳୁନଥିଲେ ମଧ୍ୟ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ମୁମ୍ବାଇ ପକ୍ଷରୁ ଖେଳିବାକୁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

ସୂଚନାଯୋଗ୍ୟ, ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପ ଚାମ୍ପିୟନ ହୋଇଥିଲା। ସେ ଭାରତ ପାଇଁ ନିଜର ଶେଷ ମ୍ୟାଚ ମଧ୍ୟ ସେହି ଟି-୨୦ ବିଶ୍ୱକପରେ ଖେଳିଥିଲେ। ଏହା ପରଠାରୁ ତାଙ୍କୁ କ୍ରମାଗତ ଭାବେ ଭାରତୀୟ ଟି-୨୦ ଦଳରେ ସୁଯୋଗ ମିଳୁନାହିଁ। ତେବେ ଦଳକୁ ଫେରିବା ନେଇ ସେ କ’ଣ କହିଛନ୍ତି, ଆସନ୍ତୁ ଜାଣିବା।

ଟି-୨୦ ମୁମ୍ବାଇ ଲିଗ୍‌ର ’ସେଲିବ୍ରେଶନ ଅଫ ଚାମ୍ପିୟନ୍ସ’ କାର୍ଯ୍ୟକ୍ରମରେ ସୂର୍ଯ୍ୟକୁମାର କହିଥିଲେ, “ଆଇପିଏଲ ପରେ ପ୍ରଥମ ଦୁଇ ମାସ ମୋ ପାଇଁ ବହୁତ କଷ୍ଟକର ଥିଲା। କିନ୍ତୁ ଏହା ପରେ ମୁଁ ନିଜର ପୁରୁଣା ଦିନଗୁଡ଼ିକ ବିଷୟରେ ଚିନ୍ତା କଲି। ମୁଁ କିପରି କ୍ରିକେଟ ଆରମ୍ଭ କରିଥିଲି, ଯେତେବେଳେ ମୋର ସ୍ବପ୍ନ ଥିଲା ମୁମ୍ବାଇ ପାଇଁ ବୟସ ବର୍ଗର କ୍ରିକେଟ ଖେଳିବା ଏବଂ ପରେ ମୁମ୍ବାଇ ପାଇଁ ଫାଷ୍ଟ କ୍ଲାସ କ୍ରିକେଟ ଖେଳିବା।”

ସୂର୍ଯ୍ୟକୁମାର ଆହୁରି କହିଥିଲେ, “ମୁଁ ଏହି ସବୁ କଥା ମୋ ପତ୍ନୀଙ୍କ ସହ ଆଲୋଚନା କରିଥିଲି। ସେ ମଧ୍ୟ ସମାନ କଥା କହିଥିଲେ ଯେ, ୧୫ ବର୍ଷ ବୟସରେ କ୍ରିକେଟ ପ୍ରତି ଯେଉଁ ଉତ୍ସାହ ଓ ଭଲପାଇବା ଥିଲା, ତାହାକୁ ପୁଣିଥରେ ଫେରାଇ ଆଣିବାକୁ ପଡ଼ିବ। ସେହି ସମୟରେ ଯେପରି ମୁଁ ବୟସ ବର୍ଗର କ୍ରିକେଟ୍ରେ ମୁମ୍ବାଇର ପ୍ରତିନିଧିତ୍ୱ କରିବାକୁ ଚାହୁଁଥିଲି, ସେହି ଉତ୍ସାହ ଓ ଭଲପାଇବା ପୁଣିଥରେ ଫେରାଇ ଆଣିବା ଜରୁରୀ।”

ସୂର୍ଯ୍ୟକୁମାର ଯାଦବ ମୁଖ୍ୟତଃ ଭାରତ ପାଇଁ ଟି-୨୦ କ୍ରିକେଟ ଖେଳନ୍ତି। ଏପର୍ଯ୍ୟନ୍ତ ସେ ମୋଟ ୩୭୩ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଏହାର ୩୪୭ଟି ଇନିଂସରେ ବ୍ୟାଟିଂ କରି ୩୪.୫୦ ହାରରେ ଏବଂ ୧୫୨.୫୮ ଷ୍ଟ୍ରାଇକ ରେଟ୍‌ରେ ମୋଟ ୯,୭୨୯ ରନ ସଂଗ୍ରହ କରିଛନ୍ତି। ତାଙ୍କ ନାମରେ ୬ଟି ଶତକ ଓ ୬୫ଟି ଅର୍ଦ୍ଧଶତକ ରହିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶ୍ରେୟସଙ୍କ ହାତରୁ ଖସିବ ପଞ୍ଜାବ ଅଧିନାୟକ ପଦ? ହାର୍ଦ୍ଦିକ ହେବେ ନୂଆ କ୍ୟାପ୍‌ଟେନ୍‌! ଜାଣନ୍ତୁ କ’ଣ ହେଲା ଫାଇନାଲ

ନୂଆଦିଲ୍ଲୀ, ୧୧।୧୧: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପଞ୍ଜାବ କିଙ୍ଗ୍ସରେ ଏଣ୍ଟ୍ରି ହୋଇସାରିଛି। ଅର୍ଶଦୀପ ସିଂହଙ୍କ ସହ ଟ୍ରେଡ ପରେ ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସର ସାଥ୍‌ ଛାଡ଼ି ପଞ୍ଜାବର ହାତ…

ଡ୍ରାଇଭର ବ୍ରେକ୍‌ ମାରିବା ସମୟରେ ଚଳନ୍ତା କୋଇଲା ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ, ଚାହୁଁଚାହୁଁ…

ପରଜଙ୍ଗ,୧୧ା୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ମୁଣ୍ଡେଇଲୋ ଟୋଲ୍‌ଗେଟ୍‌ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍‌ରେ ଭୟାବହ ଅଗ୍ନିକାଣ୍ଡ…

ସାଇକେଲ ଆରୋହୀଙ୍କ ଉପରେ ଟ୍ରାକ୍ଟର ମାଡ଼ି ଯାଇ ବିଲ ଭିତରକୁ ଓଲଟିଲା, ଚାଲିଗଲା ଜଣଙ୍କ ଜୀବନ, ଆଉ ଜଣେ …

ପାଟଣା,୧୧ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ମୂଷାଖୋରୀ-ସୋରାସକେଳା ରାସ୍ତାର ମୂଷାଖୋରୀ ପାଣି ଟାଙ୍କି ନିକଟରେ ବୁଧବାର ପୂର୍ବାହ୍ନରେ ଟ୍ରାକ୍ଟର ୨ଜଣ ସାଇକେଲ ଆରୋହୀଙ୍କ ଉପରେ…

ଆସନ୍ତାକାଲି ଠାରୁ ମହଙ୍ଗା ହେବ କ୍ଷୀର: ଲିଟର ପ୍ରତି ୪ ଟଙ୍କା ପର୍ଯ୍ୟନ୍ତ ବଢ଼ିଲା ଦାମ, ଜାଣନ୍ତୁ କେଉଁ କ୍ଷୀରର କେତେ ରହିଛି ନୂଆ ରେଟ୍‌!

ନୂଆଦିଲ୍ଲୀ,୧୧।୧୧: ମହଙ୍ଗା ମାଡ଼ ସମୟରେ ସାଧାରଣ ଜନତାଙ୍କୁ ଆଉ ଏକ ଝଟକା ଲାଗିବାକୁ ଯାଉଛି। ଗୁରୁବାର, ନଭେମ୍ୱର ୧୨ ତାରିଖରୁ କ୍ଷୀର ଦରରେ ଲିଟର ପ୍ରତି ୨…

ସାନଖେମୁଣ୍ଡିରେ ହାତୀପଲଙ୍କ ଦୌରାତ୍ମ୍ୟ: ଦନ୍ତା ଆକ୍ରମଣରେ ଗୋଟିଏ ଗାଈ ମୃତ

ଦିଗପହଣ୍ଡି, ୧୧/୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ରତନେଇ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ହରିଣା, ସୁମନ୍ତପୁର, ବଳଧିଆ, ଆମ୍ବଗାଁ, ପଳାଶପୁର, ଇନ୍ଦିରାଆବାସ, ଲୁଣିନାଠି,…

ଜିଓ, ଏୟାରଟେଲ କି ଭୋଡାଫୋନ-ଆଇଡିଆ? କାହାର ରିଚାର୍ଜ ସବୁଠୁ ଶସ୍ତା, ଜାଣନ୍ତୁ କେଉଁ ପ୍ଲାନରେ ମିଳୁଛି ବଡ଼ ଲାଭ!

ନୂଆଦିଲ୍ଲୀ,୧୧।୧୧: ପ୍ରତିମାସ ମୋବାଇଲ ରିଚାର୍ଜ କରିବାର ଝମେଲା କାହାକୁ ବା ପସନ୍ଦ? କେବେ ରିଚାର୍ଜ ତାରିଖ ମନେ ରଖିବାକୁ ପଡ଼େ, ତ ଆଉ କେବେ ହଠାତ ପ୍ଲାନ…

ସବୁ ପ୍ରାଣୀ ସହାୟକ କେନ୍ଦ୍ରରେ ଝୁଲୁଛି ତାଲା: ଚିକିତ୍ସା ଅଭାବରେ ହନ୍ତସନ୍ତ ପଶୁପାଳକ

ଅମରପାଲି, ୧୧।୧୧ (ପୀତାମ୍ବର ସାହୁ): ସରକାର ଗ୍ରାମାଞ୍ଚଳରେ ପଶୁପାଳନ ଓ ଗୋପାଳନକୁ ପ୍ରୋତ୍ସାହନ ଦେବା ସହ ଚାଷୀଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ପାଇଁ ବିଭିନ୍ନ ଯୋଜନା…

ପୌର ନିର୍ବାଚନରେ ଭାଜପାର ବଡ଼ ବିଜୟ: ବିନା ଭୋଟ୍‌ରେ ହାତେଇଲା ୭୭ ଆସନ

ନୂଆଦିଲ୍ଲୀ, ୧୧।୧୧: ତ୍ରିପୁରାରେ ନଭେମ୍ବର ୨୭ ତାରିଖରେ ହେବାକୁ ଥିବା ପୌର ନିର୍ବାଚନ (Urban Local Bodies Elections) ପୂର୍ବରୁ ଭାଜପାକୁ ବଡ଼ ସଫଳତା ମିଳିଛି। ବିନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?