୧୨ ବର୍ଷର ସଂଘର୍ଷ ପରେ ମିଳିଲା ଜମିପଟା

ନାଉଗଁ। ,୧୧ା୭(ସ୍ବ.ପ୍ର.): ନାଉଗଁ। ବ୍ଲକ ଜାମୁଗଁ। ପଞ୍ଚାୟତ ନନ୍ଦୀ ଗ୍ରାମର ଶଙ୍କର ଭୋଇଙ୍କୁ ମଙ୍ଗଳବାର ନାଉଗଁ। ତହସିଲ ପକ୍ଷରୁ ଜମିପଟ୍ଟା ପ୍ରଦାନ କରାଯାଇଛି। ଦୀର୍ଘ ୧୨ ବର୍ଷର ସଂଘର୍ଷ ପରେ ତାଙ୍କୁ ଏହି ଜମିପଟା ମିଳିଛି। ସୂଚନା ଅନୁଯାୟୀ, ଶଙ୍କର ୧୯୭୦ ମସିହାରେ ଗଁ। ମୁଣ୍ଡରେ ଥିବା ଏକ ସରକାରୀ ଜାଗାରେ ଅସ୍ଥାୟୀ ଭାବେ ଘର କରି ରହିଥିଲେ। ସରକାରଙ୍କଠାରୁ ସ୍ଥାୟୀ ବାସସ୍ଥାନ ପଟା ପାଇବା ପାଇଁ ସେ ବାଲିକୁଦା ତହସିଲରେ ଆବେଦନ କରିଥିଲେ। ୨୫ ମେ ୨୦୦୮ରେ ତାଙ୍କୁ ପ୍ଲଟ୍‌ ନଂ.୧୬୬୦/୨୨୬୦ରେ ସ୍ଥାୟୀ ବାସଗୃହ କରିବା ପାଇଁ ଏକ ଜମିପଟା ମିଳିଥିଲା। ୨୦୧୪-୧୫ ମସିହାରେ ତାଙ୍କୁ ଇନ୍ଦିରା ଆବାସ ମିଳିବାରୁ ସେ ଉକ୍ତ ଜମିରେ ଗୃହ ନିର୍ମାଣ ଆରମ୍ଭ କରିବାବେଳେ ଗ୍ରାମବାସୀ ବିରୋଧ କରିଥିଲେ। ଶଙ୍କର ପାଇଥିବା ଜମିପଟା ଉକ୍ତ ସ୍ଥାନର ନୁହେଁ ବୋଲି ଗ୍ରାମବାସୀ କହିଥିଲେ। ପରେ ସେ ବାଧ୍ୟହୋଇ ନାଉଗଁ। ତହସିଲ କାଯର୍‌ୟାଳୟରେ ଅଭିଯୋଗ ଜଣାଇଥିଲେ। ସେ ପାଇଥିବା ଜମିପଟା ଗହିର ମଝିରେ ଥିବା ଏକ ସ୍ଥାନର ବୋଲି ଜଣାପଡିଥିଲା। ପଟା ସଂଶୋଧନ ପାଇଁ ଜଣେ କିରାଣୀ ଉକ୍ତ ପଟା ଉପରେ ଏକ କାଗଜ ପକାଇ ୧୬୬୦ ପରିବର୍ତ୍ତେ ୨୫୩/୨୨୬୦ ଲେଖି ଦେଇଥିଲେ। କିନ୍ତୁ ବାସ୍ତବରେ ପଟା ସଂଶୋଧିତ ହୋଇ ନ ଥିଲା। ପରବର୍ତ୍ତୀ ସମୟରେ ନାଉଗଁାର ତତ୍କାଳୀନ ତହସିଲଦାର ପ୍ରହ୍ଲାଦ ପତି ଚିଠି ନଂ. ୮୦୩/୪ ମେ ୨୦୧୫ ରେ ସବିଶେଷ ତଥ୍ୟ ବାଲିକୁଦା ତହସିଲକୁ ମାଗିଥିଲେ। କିନ୍ତୁ ତଥ୍ୟ ଦେବାରେ ବିଳମ୍ବ କରିବାରୁ ଶଙ୍କର ପଟା ସଂଶୋଧନ ପାଇଁ ବାଲିକୁଦା ତହସିଲ କାଯର୍‌ୟାଳୟ ଆଗରେ ଧାରଣାରେ ବସିଥିଲେ। ତାଙ୍କୁ ଖୁବଶୀଘ୍ର ପଟା ପ୍ରଦାନ କରାଯିବାକୁ ପ୍ରତିଶ୍ରୁତି ଦେବା ପରେ ସେ ଧାରଣାରୁ ଉଠିଥିଲେ। କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା। ତେଣୁ ୯ ଏପ୍ରିଲ ୨୦୧୮ରେ ସେ ଜିଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ କରିଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତହସଲଦାର ଜେ. କଳ୍ପନା ଘଟଣାର ପୁଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲେ। ଏହାକୁ ଭିତ୍ତି କରି ତହସିଲ ପକ୍ଷରୁ ପୁନର୍ବାର ଶଙ୍କରଙ୍କୁ ନୂତନ ପଟ୍ଟା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି...

ପାରାଦୀପରେ ନିର୍ଣ୍ଣାୟକ ହୋଇପାରନ୍ତି କଂଗ୍ରେସ ଭୋଟର

ଜଗତ୍‌ସିଂହପୁର, ୨୨ା୪(ପ୍ରମୋଦ କୁମାର ନାୟକ):ପାରାଦୀପ ନିର୍ବାଚନମଣ୍ଡଳୀରେ ଭିନ୍ନ ରାଜନୈତିକ ସମୀକରଣ ସୃଷ୍ଟି ହୋଇଛି। କଂଗ୍ରେସ ନେତା ଅରିନ୍ଦମ ସର୍ଖେଲ (ବାପି) ବିଜେଡିରେ ମିଶିଛନ୍ତି। ତାଙ୍କ ସ୍ଥାନ...

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri