୧୨ ଜିଲାରେ ୧୪୭ ଟିମ୍‌ ମୁତୟନ: ‘ଅମ୍ଫନ୍‌’ ପାଇଁ ପ୍ରସ୍ତୁତ ଅଗ୍ନିଶମ ବିଭାଗ

କଟକ ଅଫିସ/ ଭୁବନେଶ୍ୱର,୧୯ା୫ (ବ୍ୟୁରୋ): ମହାବାତ୍ୟାର ରୂପ ନେଇଥିବା ‘ଅମ୍ଫନ’ର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଅଗ୍ନିଶମ ବିଭାଗ। ଫନୀ ବାତ୍ୟାକୁ ଯେପରି ସଫଳତାର ସହ ମୁକାବିଲା କରାଯାଇଥିଲା, ସେହିପରି ଏହି ବାତ୍ୟାକୁ ସାହସର ସହ ମୁକାବିଲା ପାଇଁ ଅଗ୍ନିଶମ କର୍ମଚାରୀମାନେ ପୂରା ପ୍ରସ୍ତୁତ ହୋଇ ରହିଛନ୍ତି। ରାଜ୍ୟର ମୋଟ ୩୩୮ ଫାୟାର ଷ୍ଟେଶନର ୫ ହଜାରରୁ ଅଧିକ କର୍ମଚାରୀଙ୍କୁ ୧୨ଜିଲାରେ ମୁତୟନ କରାଯାଇଛି। ବିଶେଷକରି ଅଧିକ ପ୍ରଭାବିତ ହେବାକୁ ଥିବା ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଓ ଯାଜପୁର ଜିଲା ଉପରେ ଅଧିକ ଫୋକସ ଦିଆଯାଉଥିବା କହିଛନ୍ତି ରାଜ୍ୟ ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ।
ସୋମବାର ବାତ୍ୟା ସଂକ୍ରାନ୍ତ ସୂଚନା ଦେଇ ସେଠୀ କହିଛନ୍ତି, ସମୁଦ୍ର ଉପକୂଳରେ ଥିବା ଗଜପତିରୁ ବାଲେଶ୍ୱର ପର୍ଯ୍ୟନ୍ତ ୧୨ଟି ଜିଲା ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖାଯିବ। ଏହିସବୁ ଜିଲାରେ ୧୧୯ଟି ଫାୟାର ଷ୍ଟେଶନ ରହିଥିବାବେଳେ ବର୍ତ୍ତମାନ ପରିସ୍ଥିତିରେ ୧୪୭ଟି ଟିମ୍‌ ମୁତୟନ ହୋଇଛନ୍ତି। ଏଥିମଧ୍ୟରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲାରେ ଅଗ୍ନିଶମ ବିଭାଗର ୫୪ଟି ଟିମ୍‌ ମୁତୟନ କରାଯାଇଛି। ପ୍ରତି ଜିଲା ଦାୟିତ୍ୱରେ ଜଣେ ଲେଖାଏ ସିନିୟର ଫାୟାର ଅଫିସର ରହିଛନ୍ତି। ସେମାନେ ଜିଲା ପ୍ରଶାସନ ସହ ସମନ୍ବୟ ରଖି କାର୍ଯ୍ୟ କରିବେ। ପଶ୍ଚିମାଞ୍ଚଳରେ ଯେଉଁଠି ଏହି ବାତ୍ୟା ପ୍ରଭାବିତ ହେବାର ନାହିଁ ସେଠାରୁ ୧୫ଟି ଟିମ୍‌କୁ ଅଣାଯାଇ ବାଲେଶ୍ୱରକୁ ୮ଟି ଓ ଭଦ୍ରକକୁ ୭ଟି ଟିମ୍‌ ପଠାଯାଇଛି। ଦକ୍ଷିଣାଞ୍ଚଳରେ ଥିବା ୧୫ଟି ଟିମ୍‌କୁ ଜଗତ୍‌ସିଂପୁର,କେନ୍ଦ୍ରାପଡା ଓ ଯାଜପୁରରେ ନିୟୋଜିତ କରାଯାଇଛି। ପ୍ରତ୍ୟେକ ଟିମ୍‌ରେ ୮ଜଣ ସଦସ୍ୟ ରହିଛନ୍ତି। ପ୍ରତ୍ୟେକ ଟିମ୍‌କୁ ଗୋଟିଏ ପାୱାର ବୋଟ୍‌, ପାୱାର ଲାଇଟ୍‌ ସହ ଅତ୍ୟାଧୁନିକ ସରଞ୍ଜାମ ଯୋଗାଇ ଦିଆଯାଇଛି। ସେହିପରି ଏସବୁ ଜିଲାରେ ଥିବା ଫାୟାର ଷ୍ଟେଶନଗୁଡିକରେ ୩ଟି ଲେଖାଏ ଟିମ୍‌ ଗଠନ କରାଯାଇଛି। ପଠାଯାଇଥିବା ସ୍ବତନ୍ତ୍ର ଟିମ୍‌ ସହ ସ୍ଥାନୀୟ ଟିମ୍‌ ସମନ୍ବୟ ରଖି କାର୍ଯ୍ୟ କରିବେ। ତୁରନ୍ତ ଭାଙ୍ଗି ପଡିଥିବା ଗଛକୁ କାଟି ସଫା କରିବେ। ଜାତୀୟ ରାଜପଥ ଓ ରାଜ୍ୟ ରାଜପଥକୁ ପ୍ରଥମେ ପ୍ରାଥମିକତା ଦିଆଯିବ। ସେଠାରେ ଭାଙ୍ଗିପଡ଼ିଥିବା ଗଛକୁ ତୁରନ୍ତ କାଟି ସଫା କରାଯିବା ପରେ ଅନ୍ୟ ରାସ୍ତାକୁ ସ୍ବାଭାବିକ କରାଯିବ। ପରବର୍ତ୍ତୀ ସମୟରେ ଘର ଓ ବିଲ୍ଡିଂ ଉପରେ ପଡିଥିବା ଗଛ କଟାଯିବ। ବିଦ୍ୟୁତ୍‌ ଟାଓ୍ବାର ଓ ଖୁଣ୍ଟ ମଧ୍ୟ ଭାଙ୍ଗିବାର ସମ୍ଭାବନା ରହିଛି। ଏ କ୍ଷେତ୍ରରେ ମଧ୍ୟ ସେସୁକୁ ସହଯୋଗ କରାଯିବ। ସ୍ଥିତିର ମୁକାବିଲା ପାଇଁ ପର୍ଯ୍ୟାପ୍ତ ଟାଓ୍ବାର ଲାଇଟ୍‌ ମହଜୁଦ ରହିଛି। ଏହାଦ୍ୱାରା ସହରର ମୁଖ୍ୟ ସ୍ଥାନ ଓ ଆବଶ୍ୟକ ହେଉଥିବା ସ୍ଥାନକୁ ଆଲୋକ ଯୋଗାଇ ଦିଆଯିବ। ଭୁବନେଶ୍ୱର ଫାୟାର ଷ୍ଟେଶନରେ ୫୦ଜଣ ଓ ନରାଜରେ ୪୦ ଜଣଙ୍କୁ ଜରୁରିକାଳୀନ ସ୍ଥିତି ପାଇଁ ଷ୍ଟାଣ୍ଡ୍‌ବାଇ ରଖାଯାଇଛି। ସେହିଭଳି ଢେଙ୍କାନାଳ ଓ ଗଞ୍ଜାମରେ ଅଧିକ ୧୦ଟି ଲେଖାଏ ଟିମ୍‌ ପ୍ରସ୍ତୁତ ହୋଇରହିଛନ୍ତି। ଯେଉଁଠି ଆବଶ୍ୟକତା ପଡିବ ସେମାନଙ୍କୁ ସେଠାକୁ ପଠାଯିବ। ଲଗାଣ ବର୍ଷା ଯୋଗୁ ଉପୁଜିବାକୁ ଥିବା ଜଳବନ୍ଦୀକୁ ଏଡ଼ାଇବା ପାଇଁ ମଧ୍ୟ ପ୍ରସ୍ତୁତ ରହିଛି ଅଗ୍ନିଶମ ବିଭାଗ। ଜଳ ନିଷ୍କାସନ ପାଇଁ ପୁରୀ, କଟକ ଓ ଭୁବନେଶ୍ୱରରେ ୧୦ଟି ଲେଖାଏ ଉଚ୍ଚ କ୍ଷମତାସମ୍ପନ୍ନ ପାଣି ପମ୍ପସେଟ୍‌ ପ୍ରସ୍ତୁତ ରଖାଯାଇଛି ବୋଲି ରାଜ୍ୟ ମୁଖ୍ୟ ଅଗ୍ନିଶମ ଅଧିକାରୀ ସେଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri