Posted inଜାତୀୟ

୧୦୭୪ ଟ୍ରେନ୍‌ରେ ଫେରିଲେଣି ୧୪ ଲକ୍ଷ ଶ୍ରମିକ

ନୂଆଦିଲ୍ଲୀ,୧୭।୫(ପି.ଟି.): ଲକ୍‌ଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଫେରାଇ ନେବା ଲାଗି ରେଲଓ୍ବେ ମେ’ ୧ ତାରିଖରୁ ଶ୍ରମିକ ସ୍ପେଶିଆଲ ଟ୍ରେନ୍‌ ଚଳାଚଳ କରାଉଛନ୍ତି। ବର୍ତ୍ତମାନ ସୁଦ୍ଧା ୧,୦୭୪ଟି ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ୧୪ ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ ସେମାନଙ୍କ ରାଜ୍ୟକୁ ଫେରିଲେଣି। ଉତ୍ତରପ୍ରଦେଶ ଓ ବିହାରକୁ ସର୍ବାଧିକ ଶ୍ରମିକ ଫେରିଛନ୍ତି। ଅଧିକ ଟ୍ରେନ୍‌ ଚଳାଇବା ପାଇଁ ବିଭିନ୍ନ ରାଜ୍ୟ ପକ୍ଷରୁ ଅନୁମୋଦନ କରାଯାଇଛି। ଗତ ୩ ଦିନ ହେଲା ଦିନକୁ ୨ ଲକ୍ଷରୁ ଅଧିକ ଶ୍ରମିକଙ୍କୁ ପରିବହନ କରାଯାଉଛି। ଆଗାମୀ ଦିନରେ ଏହା ୩ ଲକ୍ଷକୁ ବୃଦ୍ଧି ପାଇବ ବୋଲି ରେଳମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ଉତ୍ତରପ୍ରଦେଶକୁ ସର୍ବାଧିକ ୩୮୭ ସ୍ବତନ୍ତ୍ର ଟ୍ରେନ୍‌ ଚାଲିଥିବାବେଳେ ବିହାରକୁ ୨୬୯ଟି ଓ ମଧ୍ୟପ୍ରଦେଶକୁ ୮୧ଟି ଟ୍ରେନ୍‌ ଯାଇଛି। ଝାଡ଼ଖଣ୍ଡକୁ ୫୦, ଓଡ଼ିଶାକୁ ୫୨, ରାଜସ୍ଥାନକୁ ୨୩ ଓ ପଶ୍ଚିିମବଙ୍ଗକୁ ୯ ଶ୍ରମିକ ସ୍ପେଶିଆଲ ଟ୍ରେନ୍‌ ଯାଇଥିବା ରେଲଓ୍ବେ ତଥ୍ୟରୁ ଜଣାପଡିଛି। ଭଡ଼ାର ୮୫ ପ୍ରତିଶତ ରେଲଓ୍ବେ ଭରଣା କରୁଥିବାବେଳେ ବାକି ୧୫ ପ୍ରତିଶତ ସମ୍ପୃକ୍ତ ରାଜ୍ୟ ସରକାର ପୈଠ କରିବାର ବ୍ୟବସ୍ଥା ହୋଇଛି। ଏହା ସତ୍ତ୍ୱେ ଶ୍ରମିକମାନେ ବିପଜ୍ଜନକ ଭାବେ ଟ୍ରକ୍‌ରେ ଫେରିବା ଯୋଗୁ ଶନିବାର ଦୁଇଟି ଦୁର୍ଘଟଣାରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି। ତେଣୁ ସୀମିତ ଟ୍ରେନ୍‌, ବସ୍‌ ଓ ବିମାନ ଚଳାଚଳକୁ ଅନୁମତି ଦିଆଯିବା ଜରୁରୀ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୌଣସି ପ୍ରମାଣ ନାହିଁ… ୧୧ ବର୍ଷ ପୁରୁଣା ମାମଲାରେ ମନମୋହନ ସିଂଙ୍କୁ କ୍ଲିନଚିଟ୍

ନୂଆଦିଲ୍ଲୀ,୨୯ା୭: କୋଇଲା ବ୍ଲକ ଆବଣ୍ଟନ ମାମଲାରେ ସ୍ବର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିରୋଧରେ ଜାରି ସମନକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁର…

ସିଭିଲ କୋର୍ଟ ପ୍ରତିଷ୍ଠାର ବର୍ଷ ପୂର୍ତ୍ତି ପାଳନରେ ସମ୍ବର୍ଦ୍ଧିତ ହେଲେ ୩ ମାଜିଷ୍ଟ୍ରେଟ୍‌

ଦିଗପହଣ୍ଡି,୨୯ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଗତ ୨୦୨୫ ଜୁଲାଇ ୨୯ରେ ନୂତନ ଭାବେ ଦେଓ୍ବାନୀ କୋର୍ଟ (ସିଭିଲ ଜଜ ସିନିୟର ଡିଭିଜନ) ଶୁଭାରମ୍ଭ ହୋଇଥିଲା।…

ବଢୁଛି ସାପ ଆତଙ୍କ: ଅଧ୍ୟାପକଙ୍କ ଘରେ ବିରାଟ ନାଗ, ଆଉ ତା’ ପରେ……

ଭଞ୍ଜନଗର,୨୯ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଆଜକୁ କିଛିଦିନ ହେବ ମଝିରେ ମଝିରେ ବର୍ଷା ହେଉଛି। ତେଣୁ ଖାଲଖମାଗୁଡ଼ିକ ପାଣିରେ ଭର୍ତ୍ତି ହୋଇଥିବା ଯୋଗୁ ସାପ…

ବିରୋଧୀଙ୍କ ହଙ୍ଗାମା ମଧ୍ୟରେ ଲୋକ ସଭାରେ ପାରିତ ହେଲା ଆଣ୍ଟି ପେପର ଲିକ୍ ବିଲ୍

ନୂଆଦିଲ୍ଲୀ,୨୯ା୭: ଲୋକ ସଭାରେ ଆଣ୍ଟି ପେପର ଲିକ୍ ବିଲ୍ ପାରିତ ହୋଇଛି । ପରୀକ୍ଷାରେ ସଂସ୍କାର ନେଇ ଆସିଥିବା ବିଲ୍ ପାରିତ ହୋଇଛି । ପରୀକ୍ଷାରେ ପେପର…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର,୨୯ା୭: ବନ୍ୟା ପ୍ରଭାବିତ ଜିଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଜିଲାପାଳମାନଙ୍କୁ ସ୍କୁଲ ଛୁଟି ଘୋଷଣା ସମ୍ପର୍କିତ…

ଲଗାଣ ବର୍ଷାରେ ପଦ୍ମପୁର ସହର ବେହାଲ: ୱାର୍ଡ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କଲେ ବିଧାୟିକା

ପଦ୍ମପୁର,୨୯।୭(ପ୍ରଦୀପ୍ତ ଦାଶ): ଲଗାଣ ବର୍ଷାରେ ପଦ୍ମପୁର ସହରର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ପଦ୍ମପୁରରେ ୧୪୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ବର୍ତ୍ତମାନ…

୬୬ ଜଣଙ୍କୁ ଚୋରି ମୋବାଇଲ ଫେରାଇଲା ଛତ୍ରପୁର ଉପଖଣ୍ଡ ପୋଲିସ

ଛତ୍ରପୁର,୨୯।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ଦାରା ଛତ୍ରପୁର ଉପଖଣ୍ଡ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଗଞ୍ଜାମ ଜିଲା ଆରକ୍ଷୀ ଅଧିକ୍ଷକ ହରିଶ ବି.…

ରାଜ୍ୟ ସରକାରୀ କର୍ମଚାରୀଙ୍କ ବଲ୍ଲେ ବଲ୍ଲେ! କେନ୍ଦ୍ର କର୍ମଚାରୀଙ୍କ ଭଳି ବଢିବ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୨୯ା୭: ପଶ୍ଚିମବଙ୍ଗର ହଜାର ହଜାର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁବ୍‌ ଭଲ ଖବର ସାମ୍ନାକୁ ଆସିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ମହଙ୍ଗା ଭତ୍ତା (DA) କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri