Odisha Elections 2024

୧୦ ଭାଗ କର୍ମଚାରୀଙ୍କୁ ନେଇ ଚାଲିବ ଅଣଅତ୍ୟାବଶ୍ୟକ କାର୍ଯ୍ୟାଳୟ: ବିଭାଗୀୟ କାର୍ଯ୍ୟାଳୟ ଉପରେ ମଧ୍ୟ ଲାଗିଲା କଟକଣା

ଭୁବନେଶ୍ୱର,୨୩।୩(ବ୍ୟୁରୋ)- ସମସ୍ତ ଅଣ-ଅତ୍ୟାବଶକ (ନନ୍‌-ଏସେନ୍‌ସିଆଲ) କେନ୍ଦ୍ର ଯଥା ସରକାରୀ କାର୍ଯ୍ୟାଳୟ, ସାଧାରଣ ଉଦ୍ୟୋଗ, ବ୍ୟାଙ୍କ୍‌ ଓ ବୀମା କାର୍ଯ୍ୟାଳୟ ଆଦି ଶତକଡ଼ା ୧୦ ଭାଗ କର୍ମଚାରୀଙ୍କୁ ନେଇ ଚାଲିବ। ମହାମାରୀ ରୋଗ ଆଇନ୍‌-୧୮୯୭ର ଧାରା ୨ ଅନୁସାରେ ରାଜ୍ୟ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥିନିମନ୍ତେ ସମ୍ପୃକ୍ତ କାର୍ଯ୍ୟାଳୟର ମୁଖ୍ୟ ଅଧିକାରୀ କର୍ମଚାରୀଙ୍କ ନାମ ଉଲ୍ଲେଖପୂର୍ବକ ନିର୍ଦ୍ଧାରିତ ଫର୍ମାଟ୍‌ରେ ସେମାନଙ୍କୁ ଯାତାୟାତ ନିମନ୍ତେ ଅନୁମତି ଦେବେ। ଭେଇକିଲ୍‌ ପାସ୍‌ ଦିଆଯାଇଥିବା ଅଧିକାରୀ ଓ କର୍ମଚାରୀଙ୍କ ତାଲିକା ମଧ୍ୟ କାର୍ଯ୍ୟାଳୟର ମୁଖ୍ୟ ସ୍ଥାନୀୟ ଥାନାକୁ ଜଣାଇବେ ବୋଲି କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି। ସେହିଭଳି ଅନ୍ୟ ବିଭାଗୀୟ କାର୍ଯ୍ୟାଳୟ ଉପରେ କଟକଣା ଲଗାଯାଇଛି। ଅତି ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକ ଶତକଡ଼ା ୫୦ ଭାଗ କର୍ମଚାରୀଙ୍କୁ ନେଇ ଚାଲିବ। କେଉଁ କର୍ମଚାରୀ ଓ ଅଧିକାରୀମାନେ କାର୍ଯ୍ୟାଳୟ ଆସିବେ, ତାହା ସମ୍ପୃକ୍ତ ବିଭାଗର ଶାସନ ସଚିବ ନିର୍ଦ୍ଧାରଣ କରିବେ। ଆଂଶିକ-ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକ ଶାସନ ସଚିବଙ୍କ ନିଷ୍ପତ୍ତି ଅନୁସାରେ ଶତକଡ଼ା ୧୦ ଭାଗ କର୍ମଚାରୀଙ୍କୁ ନେଇ ଚାଲିବ। ନନ୍‌-କ୍ରିଟିକାଲ ବିଭାଗଗୁଡ଼ିକର ଅଧିକାରୀ ଏବଂ କର୍ମଚାରୀମାନେ ସବୁବେଳେ ଫୋନ୍‌ ଯୋଗାଯୋଗରେ ରହିବେ। ଦରକାର ସମୟରେ ତାଙ୍କୁ ତତ୍‌କ୍ଷଣାତ୍‌ କାର୍ଯ୍ୟାଳୟକୁ ଡକାଯିବ ବୋଲି ବାଗ୍‌ଚୀ ସୂଚନା ଦେଇଚନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କହିଦେଲେ ଧର୍ମେନ୍ଦ୍ର, କାହାକୁ ଦେଲେ ଭୋଟ୍‌

ଭୁବନେଶ୍ୱର,୨୬।୫: ଓଡିଶା ସମେତ ସାରା ଦେଶରେ ଗଣତନ୍ତ୍ରର ବଡ଼ ପର୍ବ ନିର୍ବାଚନ ଚାଲିଛି। ରାଜ୍ୟରେ ଶନିବାର ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏହି ପର୍ଯ୍ୟାୟରେ...

ସ୍ମୃତି ଇରାନୀଙ୍କୁ ପାଣ୍ଡିଆନଙ୍କ କଡ଼ା ଜବାବ, କହିଲେ ସାହସ ଅଛି…

ଭୁବନେଶ୍ୱର,୨୬।୫: ଏକ ସାଧାରଣ ସଭାରେ ଯୋଗ ଦେଇ ସ୍ମୃତି ଇରାନୀଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ଶନିବାର ସ୍ମୃତି ଓଡ଼ିଶା...

ପ୍ରକାଶ ପାଇଲା +୨ ପରୀକ୍ଷା ଫଳ, ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ

ଭୁବନେଶ୍ୱର,୨୬।୫: ରାଜ୍ୟରେ +୨ ପରୀକ୍ଷାଫଳ ପ୍ରକାଶ ପାଇଛି। ରବିବାର ଭୁବନେଶ୍ୱରସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) କାର୍ଯ୍ୟାଳୟରେ ଏକାସାଙ୍ଗରେ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ...

ପୁଣି ଓଡ଼ିଶା ଆସୁଛନ୍ତି ମୋଦି-ଶାହା, କରିବେ ମାରାଥନ ପ୍ରଚାର

ଭୁବନେଶ୍ୱର,୨୬।୫: ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା। ୨୮ ତାରିଖରେ ଶାହା ଆସୁଥିବାବେଳେ ୨୯ରେ ପ୍ରଧାନମନ୍ତ୍ରୀ ମୋଦି ଆସୁଛନ୍ତି।...

ମାଟ୍ରିକ ପରୀକ୍ଷାରେ ଦେବଗଡ଼ ଜିଲା ଟପ୍ପର ହେଲେ ସାଇପ୍ରଜ୍ଞା

ଦେବଗଡ଼,୨୬ା୫(ଶଶାଙ୍କ ଶେଖର ଝାଙ୍କର): ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। ଦେବଗଡ଼ ଜିଲାର ସହର ଶିଶୁମନ୍ଦିର ଛାତ୍ରୀ ଓ୍ବାର୍ଡନମ୍ବର ୩ ମଠ ସାହିର...

ମାଟ୍ରିକ ପରୀକ୍ଷାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀଛାତ୍ରଙ୍କ ସଫଳତା

ବାଲିଗୁଡ଼ା,୨୬ା୫(ସଞ୍ଜୟ କୁମାର ପାଣିଗ୍ରାହୀ): ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଦାରା ପରିଚାଳିତ ଦଶମ ମାଟ୍ରିକ ପରୀକ୍ଷା ଫଳାଫଳ ରବିବାର ପ୍ରକାଶ ପାଇଛି। ଚଳିତ ବର୍ଷର ପାସ୍‌...

ମାଡ଼ି ଆସୁଛି ଭୟଙ୍କର ରେମାଲ, ୫ ଜିଲାରେ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର,୨୬।୫: ଭୀଷଣ ବାତ୍ୟାରେ ପରିଣତ ହେଲା ‘ରେମାଲ’। ବଙ୍ଗୋପସାଗରର ଉତ୍ତର ଉପକୂଳରେ ଥିବା ରେମାଲ ପ୍ର୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରିଛି...

ବେବି କେୟାର ଅଗ୍ନିକାଣ୍ଡ ଘଟଣାରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୫: ଦିଲ୍ଲୀର ବିବେକ ବିହାର ଅଞ୍ଚଳର ଏକ ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟି ୭ ଶିଶୁଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri