ଘରୋଇ ଗାଡ଼ି ଚଳାଚଳ ଉପରେ ଲଗାମ୍‌: ବିନା ପାସ୍‌ରେ ଗଡ଼ିବନି ଗାଡ଼ି

ଭୁବନେଶ୍ୱର,୨୩ା୩ (ବ୍ୟୁରୋ)- ଜନତା କର୍ଫ୍ୟୁର ଗୋଟିଏ ଦିନ ପରେ ରାଜଧାନୀର ରାଜପଥରେ ଅନେକ ଯାନବାହନର ଭିଡ଼ ଦେଖିବାକୁ ମିଳିଥିଲା। ଯାଞ୍ଚ ସମୟରେ ପୋଲିସ ପାଇଁ ଏହା ସମସ୍ୟା ସୃଷ୍ଟି ହୋଇଥିଲା। ଏପରିକି ଭୁବନେଶ୍ୱରରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର ଅନେକ ଦପ୍ତର ରହିଛି। ଏହା ବ୍ୟତୀତ ୬ଶହ ବ୍ୟାଙ୍କ୍‌ର ବ୍ରାଞ୍ଚ ମଧ୍ୟ ରହିଛି। ଲକ୍‌ଡାଉନର ଦ୍ୱିତୀୟ ଦିନରେ ସମସ୍ତ କର୍ମଚାରୀଙ୍କୁ ଯାଞ୍ଚ କରି ଛାଡିବାରେ ବିଭିନ୍ନ ସମସ୍ୟା ଉପୁଜିଥିଲା। ଏହାକୁ ଦୁଷ୍ଟିରେ ରଖି ଘରୋଇ ଗାଡ଼ିି ଚଳାଚଳ ଉପରେ ପୋଲିସ କଟକଣା ଲଗାଇଛି। ଏଣିକି ଗାଡ଼ି ଯାତାୟାତ ପାଇଁ ଥାନାରୁ ଆଣିବାକୁ ପଡିବ ପାସ୍‌। ଯେଉଁମାନଙ୍କୁ ଯିବାର ନିହାତି ଆବଶ୍ୟକ ସେମାନଙ୍କୁ ପାସ୍‌ ଦିଆଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ପାସ୍‌ ଆବେଦନ କରୁଥିବା ବ୍ୟକ୍ତି ନିଜର ପରିଚୟ ପତ୍ର ସହ କେଉଁଠୁ କେଉଁଯାଏ ଏବଂ କେଉଁ ଗାଡ଼ିରେ ଯିବେ ତାହା ଉଲ୍ଲେଖ କରିବେ। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ପାସ୍‌ ଥାନାରୁୁ ଆଣିବା ପାଇଁ ନିୟମ ଜାରି କରାଯାଇଛି। ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ନିଜର ସୁରକ୍ଷା ଓ ସମାଜର ସୁରକ୍ଷା ପାଇଁ ଦାୟିତ୍ୱବାନ ହେବାକୁ କହିଛନ୍ତି ପୋଲିସ କମିଶନର।
ପାସ୍‌ ପାଇଁ ଥାନାରେ ଅସମ୍ଭାଳ ଭିଡ:
ପୋଲିସ କମିଶନର ପାସ୍‌ ପାଇଁ ନିର୍ଦ୍ଦେଶ ଦେବା ପରେ ଥାନାରେ ପାସ୍‌ ନେବା ପାଇଁ ଲୋକଙ୍କ ମଧ୍ୟରେ ଭିଡ଼ ଦେଖିବାକୁ ମିଳିଛି। ଏକାଧିକ ଲୋକ ପାସ୍‌ ପାଇବା ପାଇଁ ଥାନା ଆଗରେ ଧାଡ଼ିରେ ରହୁଥିବା ଦେଖିବାକୁ ମିଳୁଛି। କେଉଁ କାରଣ ପାଇଁ ପାସ୍‌ ନେବେ, କେଉଁଠାରୁ କେଉଁଠିକୁ ଯିବେ ତାହା ପଚାରି ପଚାରି ଥାନା ଅଧିକାରୀ ନୟାନ୍ତ ହୋଇପଡ଼ୁଛନ୍ତି। ବିଭିନ୍ନ ଥାନରେ କାର୍ଯ୍ୟରତ ଡିସିଓଙ୍କ ଚାରିପଟେ ଲୋକେ ଘେରିଯାଉଥିବାର ଦୃଶ୍ୟ ଦେଖବାକୁ ମିଳିଥିଲା। ଯାହାକି ଲୋକଙ୍କ ସଚେତନତାକୁ ନେଇ ପ୍ରଶ୍ନ ଉଠିଥିଲା। ତୁରନ୍ତ ପାସ୍‌ ପ୍ରଦାନ କରିବାକୁ ଅନେକ ପୋଲିସ ସହ ଯୁକ୍ତି ତର୍କ କରିବାକୁ ପଛାଉନଥିଲେ। ସନ୍ଧ୍ୟାସୁଦ୍ଧା ମଞ୍ଚେଶ୍ୱର, ଖଣ୍ଡଗିରି, ନୟାପଲ୍ଲୀ ପରି ଅନେକ ଥାନାରେ ପାସ୍‌ ସରିଯାଇଥିବା ସହ ଯାଞ୍ଚ ପରେ ଲୋକଙ୍କୁ ପାସ୍‌ ମଙ୍ଗଳବାର ଦିଆଯିବ ବୋଲି ପରାମର୍ଶ ଦିଆଯାଇଥିଲା। ଆବଶ୍ୟକତା ନ ଥାଇ ଥାନାରେ ଗହଳି କରୁଥିବା ଲୋକଙ୍କୁ ପୋଲିସ ବୁଝାସୁଝା କରି ପଠାଇଥିଲା। ମାତ୍ର ଏବେ ଗଣମାଧ୍ୟମକୁ ପାସ୍‌ ଦେବାକୁ ନେଇ ସମସ୍ୟା ସୃଷ୍ଟି ହୋଇଛି। ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟକରୁଥିବା ଏକାଧିକ କର୍ମଚାରୀଙ୍କୁ କିଭଳି ପାସ୍‌ ଦେବ ତାହାକୁ ନେଇ ପୋଲିସ ଚିନ୍ତାରେ ପଡ଼ିଛି। କାରଣ ଏତେ ଗୁଡିକ ପାସ୍‌ ଦେବାରେ ସମସ୍ୟା ସୃଷ୍ଟିହେବ। ତେଣୁ ଯେଉଁମାନେ ଅଫିସ ଯାଉଛନ୍ତି ସେମାନେ ଆଇକାର୍ଡ ଦେଖାଇ ଯାତାୟାତ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri