ୟେସ୍‌ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଡିପୋଜିଟ ଘଟଣା: ‘ଚିଟ୍‌ଫଣ୍ଡ ଭଳି ମହାପ୍ରଭୁଙ୍କ ଟଙ୍କା ବୁଡ଼ିବ’

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜ୍ୟ ସରକାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆର୍ଥିକ ସ୍ଥିତି ବିପିଏଲ ତଳକୁ ଖସାଇ ଦେଲେଣି। ଠାକୁର ଖାଇ ଖଟୁଲି ଖାଇବାକୁ ବସିଛନ୍ତି। କାଳିଆ ନଁାରେ ବହୁ କେଳେଙ୍କାରୀ ଚାଲିଛି। ଯିଏ ଜଗନ୍ନାଥଙ୍କ ଟଙ୍କା ଲୁଟ କରୁଛି ତାକୁ କରୋନା ହୋଇଯାଉ। ମହାପ୍ରଭୁଙ୍କ ଟଙ୍କା ୟେସ୍‌ ବ୍ୟାଙ୍କରେ ରଖିବା ସମ୍ପର୍କରେ ସରକାରଙ୍କୁ ଏଭଳି ଢଙ୍ଗରେ ବିଧାନସଭାରେ ଗୁରୁବାର ଆକ୍ରମଣ କରିଛନ୍ତି ବିରୋଧୀ। ତିରୁପତି ଟ୍ରଷ୍ଟ ୟେସ୍‌ ବ୍ୟାଙ୍କରୁ ଟଙ୍କା ଉଠାଇ ନେଇଥିବାବେଳେ ରାଜ୍ୟ ସରକାର ନିଦାବିଷ୍ଣୁ ହୋଇରହିଲେ। ଏହି ବ୍ୟାଙ୍କଠାରୁ କମିଶନ ନେଇ ତତ୍କାଳୀନ ଶ୍ରୀମନ୍ଦିର ପ୍ରଶାସକ ଏବଂ ଶ୍ରୀମନ୍ଦିର ଆର୍ଥିକ ସବ୍‌ କମିଟି ସଦସ୍ୟ ବିଦେଶ ଗସ୍ତ କରିଛନ୍ତି। ଏବେ ପରିସ୍ଥିତି ଏଭଳି ହୋଇଛି ଯେ, ଚିଟ୍‌ଫଣ୍ଡ ଅର୍ଥ ଭଳି ମହାପ୍ରଭୁଙ୍କ ଟଙ୍କା ମଧ୍ୟ ବୁଡ଼ିବ। ଘଟଣାର ତଦନ୍ତ ପାଇଁ ଗୃହ କମିଟି ଗଠନ କରାଯାଉ ବୋଲି ବିରୋଧୀ ଦାବି କରିଛନ୍ତି।
ୟେସ୍‌ ବ୍ୟାଙ୍କରେ ଟଙ୍କା ରଖିବା ଘଟଣାକୁ ନେଇ କଂଗ୍ରେସ ବୁଧବାର ବିଧାନସଭାକୁ ସମ୍ପୂର୍ଣ୍ଣ ଅଚଳ କରି ଦେଇଥିଲା। ଗୁରୁବାର ଭାଜପା ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ସରକାରଙ୍କୁ ଜୋରଦାର ଆକ୍ରମଣ କରିଥିଲେ। ସେ ଅଭିଯୋଗ କରିଥିଲେ, ୟେସ ବ୍ୟାଙ୍କରେ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ରଖିବାକୁ କିଏ କହିଥିଲେ। ଏଥିରେ କାହାର ହାତ ଅଛି। ଶ୍ରୀଜଗନ୍ନାଥଙ୍କ ବ୍ରହ୍ମବିଭ୍ରାଟଠାରୁ ଆରମ୍ଭ କରି ଧନସମ୍ପତ୍ତି ଲୁଟ୍‌ କରାଯାଉଛି। ଚିଟଫଣ୍ଡ ଟଙ୍କା ଭଳି ଏ ଟଙ୍କାକୁ ବି ଚଳୁ କରିଦେବେ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ନ ମିଳିବା ଭଳି ମହାପ୍ରଭୁଙ୍କ ଏହି ଟଙ୍କା ମଧ୍ୟ ଆଉ ମିଳିବ ନାହିଁ। ସରକାରଙ୍କୁ ମହା ପାତକ ଲାଗିବ। ୟେସ୍‌ ବ୍ୟାଙ୍କରେ ମୂଳ ସହିତ କେତେ ଟଙ୍କା ସୁଧ ହୋଇଛି ତାହାର ସମ୍ପୂର୍ଣ୍ଣ ତଥ୍ୟ ଗୃହରେ ସରକାର ରଖନ୍ତୁ। ଏହି ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ମାଝି ଦାବି କରିଛନ୍ତି।
ଭାଜପା ସଭ୍ୟ ବିଷ୍ଣୁ ଚରଣ ସେଠୀ କହିଛନ୍ତି, କେବଳ ଜଗନ୍ନାଥଙ୍କ ଟଙ୍କା ନୁହେଁ ସରକାରଙ୍କର ବହୁ ବିଭାଗର କୋଟି କୋଟି ଟଙ୍କା ଜାତୀୟକରଣ ବ୍ୟାଙ୍କ ଛାଡି ଘରୋଇ ବ୍ୟାଙ୍କରେ ଅଫିସରମାନେ ରଖୁଛନ୍ତି। ଉଦ୍ୟାନ କୃଷି ବିଭାଗ ତତ୍କାଳୀନ ନିର୍ଦ୍ଦେଶକ ବିଜୟକେତନ ଉପାଧ୍ୟାୟ ମଧ୍ୟ ୟେସ୍‌ ବ୍ୟାଙ୍କରେ ୫୬ କୋଟି ଟଙ୍କା ରଖିଥିଲେ। ଓଡ଼ିଶାର ଆର୍ଥିକ ଓ ପ୍ରଶାସନିକ ବ୍ୟବସ୍ଥାକୁ କରୋନା ଭାଇରସ ଆକ୍ରାନ୍ତ କରିଛି। ଯିଏ ଜଗନ୍ନାଥଙ୍କ ଟଙ୍କା ଲୁଟ କରୁଛି ତାଙ୍କୁ କରୋନା ହେଉ। ୟେସ୍‌ ବ୍ୟାଙ୍କ ଦେବାଳିଆ ହେବା ଜାଣି ତିରୁପତି ମନ୍ଦିର ଟ୍ରଷ୍ଟ ତାଙ୍କର ୧୩୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଉଠାଇ ନେଲେ, ରାଜ୍ୟ ସରକାର କେମିତି ଜାଣିପାରିଲେ ନାହିଁ। ଶ୍ରୀମନ୍ଦିରକୁ କେତେ ଟଙ୍କା କେଉଁଠୁ ଆସୁଛି ସେସବୁର ସାର୍ବଜନୀନ ହେଉ। ଏହି ଘଟଣାର ତଦନ୍ତ ପାଇଁ ଗୃହ କମିଟି ଗଠନ କରାଯାଉ ବୋଲି ସେ ଦାବି କରିଥିଲେ। ଭାଜପା ସଭ୍ୟ ଜୟନ୍ତ ଷଡଙ୍ଗୀ କହିଛନ୍ତି ଯେ, ସତକଥା କ’ଣ ସରକାର ତାହା ସ୍ପଷ୍ଟ କରନ୍ତୁ। ଏଥିପାଇଁ ଏକ ଗୃହ କମିଟି ଗଠନ କରାଯାଇ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଘରୋଇ ବ୍ୟାଙ୍କରେ ଟଙ୍କା ରଖିବାକୁ ନେଇ ସରକାରଙ୍କ ଉପରେ ବର୍ଷିଥିଲେ। ଶ୍ରୀମନ୍ଦିର ଟଙ୍କା କୌଣସି ଘରୋଇ ବ୍ୟାଙ୍କରେ ରଖିବା ନିୟମ ନାହିଁ। ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଫାଉଣ୍ଡେଶନ କମିଟିର ଅଧ୍ୟକ୍ଷ ହୋଇଥିବାରୁ ଏହାର ଜବାବ ଦିଅନ୍ତୁ। ଅର୍ଥମନ୍ତ୍ରୀଙ୍କ ବିବୃତି ଉପରେ ଭରସା ନାହିଁ। ମୁଖ୍ୟମନ୍ତ୍ରୀ ନିଜେ କିମ୍ବା ନିଜର ପ୍ରତିନିଧି ଜରିଆରେ ଓଡ଼ିଶାର ଜନସାଧାରଣଙ୍କୁ ଭରସା ଦିଅନ୍ତୁ। ନଚେତ୍‌ ରାଜ୍ୟରେ ଏକ ଅବିଶ୍ୱାସର ବାତାବରଣ ସୃଷ୍ଟି ହେବ। ବ୍ୟାଙ୍କ ଦେବାଳିଆ ହେବା କଥା ସରକାର କେମିତି ଜାଣି ପାରିଲେ ନାହିଁ। ସରକାରଙ୍କର ଗୋଇନ୍ଦା ବିଭାଗ ସ୍ଥାଣୁ ପାଲଟିଛି। ଏହି ଘଟଣାର ଗୃହ କମିଟି ଗଠନ କରାଯାଉ ବୋଲି ସେ ଦାବି କରିଛନ୍ତି। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ମଧ୍ୟ ଗୃହ କମିଟି ଗଠନ କରି ଘଟଣାର ସତ୍ୟତା ଜଣାଇବାକୁ ଦାବି କରିଛନ୍ତି।
ବିରୋଧୀଙ୍କ ଅଭିଯୋଗକୁ ଶାସକ ଦଳ ସଦସ୍ୟମାନେ ଖଣ୍ଡନ କରିଛନ୍ତି। ବିଜେଡି ସଭ୍ୟ ଅମର ଶତପଥୀ କହିଛନ୍ତି, ସରକାର ଶ୍ରୀମନ୍ଦିର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ସରକାର ନୀରବ ବସିନାହାନ୍ତି। ଦେଶର ଆର୍ଥିକ ସ୍ଥିତି ଏତେ ଖରାପ ହୋଇଛି ଯେ, କେବଳ ୟେସ୍‌ ବ୍ୟାଙ୍କ ନୁହେଁ, ଷ୍ଟେଟ୍‌ ବ୍ୟାଙ୍କ ମଧ୍ୟ ସୁରକ୍ଷିତ ନୁହେଁ। ଟେଣ୍ଡର ମାଧ୍ୟମରେ ଅଧିକ ସୁଧ ପାଇବା ନେଇ ଉକ୍ତ ବ୍ୟାଙ୍କରେ ଟଙ୍କା ରଖାଯାଇଥିଲା। ଅର୍ଥ ସୁରକ୍ଷିତ ନ ଥିବା ନେଇ ଧୂଆଁବାଣ କରା ନ ଯାଉ ବୋଲି ସେ କହିଥିଲେ। ବିଜେଡି ସଭ୍ୟ ଅତନୁ ସବ୍ୟସାଚୀ ନାୟକ କହିଲେ, ଟଙ୍କା କିପରି ଫେରିବ ସେ ନେଇ ସରକାର ଚେଷ୍ଟା ଚଳାଇଛନ୍ତି। ଆଗାମୀ ଦିନରେ ସରକାରୀ ଟଙ୍କା ରଖିବା ନେଇ ଅର୍ଥ ବିଭାଗ ଏକ ମୋଡାଲିଟି ପ୍ରସ୍ତୁତ କରନ୍ତୁ ବୋଲି ସେ କହିଛନ୍ତି। ବିଜେଡି ସଭ୍ୟ ପ୍ରଫୁଲ୍ଲ ସାମଲ କହିଛନ୍ତି, ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି। ବ୍ୟାଙ୍କଗୁଡିକ ଦେବାଳିଆ ହେଉଛନ୍ତି। କେବଳ ଘରୋଇ ବ୍ୟାଙ୍କ ନୁହେଁ, ଜାତୀୟକରଣ ବ୍ୟାଙ୍କର ଅବସ୍ଥା ମଧ୍ୟ ଭଲ ନାହିଁ। ଏହି ପରିସ୍ଥିତି ପାଇଁ କେନ୍ଦ୍ର ସରକାର ଦାୟୀ ବୋଲି ସେ କହିଥିଲେ।
ବିରୋଧୀଙ୍କ ଆକ୍ରମଣର ଜବାବ ଦେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ରହିଛି। ବ୍ୟାଙ୍କିଙ୍ଗ୍‌ ରେଗୁଲେଟୋରୀ ଆକ୍ଟ ଅନୁଯାୟୀ ବ୍ୟାଙ୍କର କୌଣସି ବିଷୟରେ ରାଜ୍ୟ ସରକାର ହସ୍ତକ୍ଷେପ କରିପାରିବେ ନାହିଁ। ବ୍ୟାଙ୍କର ସ୍ଥିତି ଦେଖି ଅର୍ଥ ଜମା ଦେବାକୁ ଅର୍ଥ ବିଭାଗ ସମସ୍ତ ବିଭାଗକୁ ଚିଠି ଦେଇଥିଲା। କିନ୍ତୁ ଏହାକୁ ଆରବିଆଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିରୋଧ କରି ଚିଠି ଲେଖିଲେ ଯେ, ରାଜ୍ୟ ସରକାର କୌଣସି ଚିଠି ଲେଖି ଜଟିଳ ପରିସ୍ଥିତି ସୃଷ୍ଟି ନ କରନ୍ତୁ। ଏଭଳି ଲେଖିବା ରାଜ୍ୟର ଅଧିକାର ନାହିଁ। ୟେସ୍‌ ବ୍ୟାଙ୍କ ୨୦୦୪ରେ ଗଠନ ହୋଇଥିଲା। ୧୦ ବର୍ଷ ଉପା ସରକାର ଅଧୀନରେ ରହିବା ପରେ ୬ ବର୍ଷ ଏନଡିଏ ସରକାର ଅଧୀନରେ ରହିଛି। ବ୍ୟାଙ୍କରୁ ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ନ ଉଠାଇବାକୁ ଆରବିଆଇ ଜଣାଇବା ପରେ ମୁଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଟଙ୍କାର ସୁରକ୍ଷା ନେଇ ଚିଠି ଲେଖିଥିଲି। ଶ୍ରୀଜଗନ୍ନାଥଙ୍କ ଟଙ୍କା ଫେରି ପାଇବା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଟଙ୍କା ଟେଣ୍ଡର କରାଯାଇ ରଖାଯାଇଛି। ୧୨ଟି ବ୍ୟାଙ୍କ ଶ୍ରୀମନ୍ଦିର ଅର୍ଥ ଜମା ରଖିବା ନେଇ ପ୍ରସ୍ତାବ ଦେଇଥିଲେ। ୟେସ୍‌ ବ୍ୟାଙ୍କ ସୁଧ ରାଶି ୮.୬୧% ଦେବାକୁ ରାଜି ହେବାରୁ ସେଠାରେ ରଖାଯାଇଛି। ବର୍ତ୍ତମାନ ଗୃହର ଉଦ୍‌ବେଗ ରହିଛି। ଏହାକୁ ରାଜନୀତିକରଣ ନ କରି ସେହି ଟଙ୍କାକୁ କିପିରି ଫେରାଇ ଆଣିବା ସେନେଇ ସମସ୍ତେ ଉଦ୍ୟମ କରିବା ଦରକାର। ଶ୍ରୀମନ୍ଦିର ଅର୍ଥ ତାହାର ପରିଚାଳନା କମିଟି ଦ୍ୱାରା ପରିଚାଳିତ। ସରକାର ସେଥିରେ ହସ୍ତକ୍ଷେପ କରନ୍ତି ନାହିଁ ବୋଲି ମନ୍ତ୍ରୀ କହିଥିଲେ। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି କଂଗ୍ରେସ ସଦସ୍ୟମାନେ ବିଧାନସଭା କକ୍ଷ ଛାଡି ବାହାରକୁ ଚାଲି ଯାଇଥିଲେ।

ଖାଇଗଲେ ପ୍ରଦୀପ୍ତ, ବିଜୟ

ୟେସ୍‌ ବ୍ୟାଙ୍କରେ ଫିକ୍ସଡ୍‌ ଡିପୋଜିଟ ରଖାଯାଇଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କାର କମିଶନ ଖାଇ ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ତଥା ଶ୍ରୀମନ୍ଦିର ଅର୍ଥ ସବ୍‌ କମିଟିର ମୁଖ୍ୟ ବିଜୟ କୁମାର ସାହୁ ୟୁରୋପ ଗସ୍ତ କରିଛନ୍ତି। ଉଭୟ ମହାପ୍ରଭୁଙ୍କ ପଇସାରେ ମଉଜ କରିଛନ୍ତି। ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି। ଗୁରୁବାର ବିଧାନସଭା ମୁଲତବୀ ଆଲୋଚନା ବେଳେ ମୋହନ କହିଛନ୍ତି ଯେ, ୟେସ ବ୍ୟାଙ୍କରେ ଟଙ୍କା ରଖିବା ନେଇ ବିଜୟ ଏବଂ ପ୍ରଦୀପ୍ତ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ୟେସ୍‌ ବ୍ୟାଙ୍କରେ ରଖାଯାଇଥିବା ଟଙ୍କାର କମିଶନରେ ଉଭୟ ୟୁରୋପ ଗସ୍ତ କରିଥିଲେ। ଏକଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର ଉଠାଇଥିଲେ। ଯେଉଁଥିପାଇଁ ତାଙ୍କୁ ଅର୍ଥ ସବ୍‌ କମିଟିରୁ କାଢି ଦିଆଯାଇଥିଲା ବୋଲି ମାଝି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ ଭିତରେ ସଂଘର୍ଷ: ଗଡ଼ିଲା ୧୦ ମୁଣ୍ଡ, ୧୬ ଆହତ

ମେକ୍ସିକୋ,୯ା୧୦: ମେକ୍ସିକୋର ଉତ୍ତର-ପଶ୍ଚିମ ରାଜ୍ୟ ସିନାଲୋଆର ମାଜାଟାନ ସହରରେ ଥିବା ‘ଏଲ କାଷ୍ଟିଲୋ’ ଜେଲ୍‌ରେ ଘଟିଥିବା ଏକ ସଂଘର୍ଷରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ ଜଣ…

ଆଜି ସୃଷ୍ଟି ହେବ ବିରଳ ବିଷ ଯୋଗ, ୩ ରାଶି ଉପରେ ପଡ଼ିପାରେ ନକାରାତ୍ମକ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଓ ଚନ୍ଦ୍ରମାଙ୍କ ପରସ୍ପର ଦୃଷ୍ଟି ଯୋଗୁଁ ବିଷ ଯୋଗ ସୃଷ୍ଟି ହେଉଛି । ଏହି ଯୋଗର ପ୍ରଭାବରେ କେତେକ ରାଶିର ବ୍ୟକ୍ତିଙ୍କୁ…

ପ୍ରଥମେ କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

ବିକ୍ଷୋଭ ବେଳେ ଦୁଇ କଂଗ୍ରେସ ନେତ୍ରୀଙ୍କ ମଧ୍ୟରେ ମାରପିଟ, ପରସ୍ପରକୁ ମାରିଲେ ଚାପୁଡ଼ା

ନୂଆଦିଲ୍ଲୀ,୯ା୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ରେ ଅନିୟମିତତା ଅଭିଯୋଗକୁ ନେଇ ହରିୟାଣାର ଫରିଦାବାଦରେ ବିରୋଧୀ…

ଭଦ୍ରକର ଏହି ଦୁଇ କଲେଜର ନିର୍ବାଚନ ବାତିଲ

ଭଦ୍ରକ,୯ା୧୦(ସନାତନ ରାଉତ): ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ଭଦ୍ରକ ଜିଲାର ଦୁଇଟି କଲେଜରେ…

କୋହଲିଙ୍କ ଏହି ସ୍କିଲ୍‌ ଚୋରାଇବାକୁ ଚାହୁଁଛନ୍ତି ଅଭିଷେକ: କହୁ କହୁ କହିଦେଲେ ମନର କଥା

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ୍‌ର ଯୁବ ତାରକା ଅଭିଷେକ ଶର୍ମା ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ପରିଚିତ। ଛକା ଓ ଚୌକା ବର୍ଷା କରିବାରେ ମାହିର ଏହି…

୧୦ମ-ଯୁକ୍ତ ୨ ଶିକ୍ଷା ପଦ୍ଧତିକୁ ନେଇ କଟକ ଜିଲା ଶିକ୍ଷାଧିକାରୀଙ୍କ ଚାଞ୍ଚଲ୍ୟକର ବୟାନ, ରାଜ୍ୟରେ ଆଲୋଡ଼ନ

କଟକ ସଦର,୯ା୧୦(ସୁଶାନ୍ତ କୁମାର ଜେନା): ସାରା ରାଜ୍ୟରେ ୧୦ମ ଯୁକ୍ତ ୨ ଶିକ୍ଷା ପଦ୍ଧତି ଭୂ-୧୯୮୩ରେ ପ୍ରଚଳନ କରାଯାଇଥିଲା। ସେହିଦିନଠାରୁ ଅଦ୍ୟାବଧି ଏହି ବ୍ୟବସ୍ଥା ଅନୁଯାୟୀ ମାଟ୍ରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?