ହୋଲିକୁ ଫିକାକଲା କରୋନା

ଭୁବନେଶ୍ୱର,୧୨ା୩(ବ୍ୟୁରୋ): କରୋନା ଭୟରେ ଏଥର ଫିକା ପଡ଼ିଥିଲା ହୋଲି। ତେବେ ଓଡ଼ିଶାରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତ ଚିହ୍ନଟ ହୋଇ ନ ଥିବାରୁ ଲୋକେ ଧୁମ୍‌ଧାମରେ ରଙ୍ଗ ପର୍ବକୁ ସ୍ବାଗତ କରିଥିବାବେଳେ ଅଧିକାଂଶ ସ୍ବାସ୍ଥ୍ୟ ବିଭାଗର ପରାମର୍ଶକୁ ମାନି ଘରୁ ବାହାରକୁ ବାହାରି ନ ଥିଲେ କି ରଙ୍ଗ ଖେଳି ନ ଥିଲେ। ସେହିଭଳି କେତେକ ସ୍ଥଳେ କରୋନା ଭୟରେ ଏଥର ଲୋକେ ହର୍ବାଲ ହୋଲି ଖେଳିଥିବା ଦେଖିବାକୁ ମିଳିଥିଲା। ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକେ ହଳଦୀ ଓ ଚାଉଳ ଗୁଣ୍ଡ ଭଳି ପ୍ରାକୃତିକ ରଙ୍ଗରେ ହୋଲି ଖେଳିଥିଲେ।
ପ୍ରତିବର୍ଷ ଭଳି ଏଥର ମଧ୍ୟ କୋଣାର୍କ ଓ ପୁରୀରେ ବିଭିନ୍ନ ଦେଶରୁ ଆସିଥିବା ପର୍ଯ୍ୟଟକ ହୋଲି ଉତ୍ସବରେ ସାମିଲ ହୋଇଥିଲେ। ଭାରତର ଏହି ନିଆରା ପରମ୍ପରା ସମ୍ପର୍କରେ ଅବଗତ ହେବାସହ ରଙ୍ଗ ଖେଳି ପର୍ବ ପାଳନ କରିଥିଲେ। ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ ଆସିଥିବା ଏହି ବିଦେଶୀ ପର୍ଯ୍ୟଟକମାନେ ଭାରତୀୟ ବେଶଭୂଷାରେ ସଜେଇ ହୋଇ ଅବିର ଖେଳୁଥିବା ଦେଖିବାକୁ ମିଳିଥିଲା।
ସେହିଭଳି ବିଭିନ୍ନ ରାଜନୈତିକ ଦଳର ନେତାମାନେ ରଙ୍ଗ ଖେଳି ହୋଲି ପାଳନ କରିଥିଲେ। କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନନ ପଟ୍ଟନାୟକ ଓ ସୁର ରାଉତରାୟ ପ୍ରମୁଖ ହୋଲି ଖେଳିବା ସହ ରାଜ୍ୟବାସୀଙ୍କୁ ହୋଲିର ଅଭିନନ୍ଦନ ଜଣାଇଥିଲେ। ସେହିଭଳି ବିଭିନ୍ନ ମନ୍ତ୍ରୀ ନେତାମାନେ ନିଜ ନିଜ ସମର୍ଥକଙ୍କ ସହ ରଙ୍ଗ ଖେଳୁଥିବା ଦେଖିବାକୁ ମିଳିଥିଲା। ଏପଟେ ହୋଲି ରଙ୍ଗରୁ କରୋନା ବ୍ୟାପିବା ଏବଂ ଚାଇନା ଆସୁଥିବା ପିଚ୍‌କାରୀରୁ କରୋନା ଭୂତାଣୁ ବାହାରିବା ଭଳି ସୋସିଆଲ ମିଡ଼ିଆ ର୍ୟୁମର୍‌ରେ ବିଶ୍ୱାସ କରି ଅନେକ ହୋଲି ଖେଳୁ ନ ଥିବା ମଧ୍ୟ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଯୋଗୁ ଏହି ଧୁରନ୍ଧରଙ୍କ କଟିବ ପତ୍ତା! ୨୭ରେ ପ୍ରଥମ ODI ପାଇଁ ଜାଣନ୍ତୁ ସମ୍ଭାବ୍ୟ ପ୍ଲେଇଂ-୧୧

ନୂଆଦିଲ୍ଲୀ,୨୫।୯: ଶ୍ରେୟସ ଅୟର ବର୍ତ୍ତମାନ ଜାପାନରେ ଏସିଆନ ଗେମ୍ସ ଦଳ ସହ ରହିଛନ୍ତି। ତେଣୁ ଭାରତୀୟ ଦଳରେ ନମ୍ବର-୪ ସ୍ଥାନ ଖାଲି ରହିଛି। ଏହି ସ୍ଥାନରେ ମ୍ୟାନେଜମେଣ୍ଟ…

ସକାଳୁ ସକାଳୁ ପୂର୍ବତନ ବିଧାୟକଙ୍କୁ ଉଠାଇନେଲା ପୋଲିସ, ମମତାଙ୍କ ଘନିଷ୍ଠ ଥିଲେ..

କୋଲକାତା,୨୫।୯: ତୃଣମୂଳ କଂଗ୍ରେସର ସମସ୍ୟା କମିବାର ନାଁ ନେଉନାହିଁ । ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ପୂର୍ବତନ ବିଧାୟକ ଅଜିତ ମାଇତିଙ୍କୁ ଠକେଇ ମାମଲାରେ ପୋଲିସ ଗିରଫ କରିଛି…

ଏସିଆନ ଗେମ୍ସରେ ଭାରତୀୟ ଖେଳାଳିଙ୍କ ସହ ଧୋକା! ଦେଶକୁ ଫେରି କହିଲେ- ମୋଠାରୁ ଛଡ଼ାଇ ନିଆଗଲା…

ନୂଆଦିଲ୍ଲୀ,୨୫।୯: ୨୦୨୬ ଏସିଆନ ଗେମ୍ସରେ ଭାରତୀୟ ମିକ୍ସଡ ମାର୍ଶାଲ ଆଟର୍‌ସ (MMA) ଖେଳାଳି ସୁଚିକା ତାରିୟାଲ ଇତିହାସ ରଚିଛନ୍ତି। ମହିଳା ଟ୍ରାଡିସନାଲ ୬୦ କେଜି ବର୍ଗରେ ବ୍ରୋଞ୍ଜ…

ଲଗାଣ ବର୍ଷାରେ ମୟୂରଭଞ୍ଜ ବେହାଲ, ନଦୀରେ ବଢୁଛି ଜଳସ୍ତର, ଅନେକ ଅଞ୍ଚଳକୁ ବିଚ୍ଛିନ୍ନ କଲା ବନ୍ୟାଜଳ

ବାରିପଦା,୨୫।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷାରେ ମୟୂରଭଞ୍ଜ ଜିଲା ବେହାଲ ହୋଇପଡିଛି। ପ୍ରବଳ ବର୍ଷା ଯୋଗୁ ଜିଲାର ଏକାଧିକ ନଦୀରେ ଜଳସ୍ତର ବୃଦ୍ଧି…

ସପ୍ତାହରେ ବ୍ୟାଙ୍କ୍‌ରେ ୫ଦିନ ଓ଼୍ବାର୍କିଂ ଡେ? ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୫।୯: ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ (5-Day Work Week) ସମେତ ଅନ୍ୟ କିଛି ଦାବିକୁ ନେଇ ବ୍ୟାଙ୍କ ୟୁନିଅନଗୁଡ଼ିକ ସେପ୍ଟେମ୍ୱର ୨୮ ରୁ ତିନି ଦିନିଆ…

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ଦିନ ମିଳିବ ବକେୟା ଭତ୍ତା

ଭୁବନେଶ୍ୱର, ୨୫।୯: ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ଥିବା ଭତ୍ତା। ଏନେଇ ବିଧାନସଭାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ରାଜ୍ୟରେ ସମୁଦାୟ ୨୦…

ବିପଦ ସଙ୍କେତ ଟପିଲା ବୈତରଣୀ, ସାଳନ୍ଦୀ ନଦୀ: ଭଦ୍ରକରେ ପୁଣି ବନ୍ୟା

ଭଦ୍ରକ,୨୫।୯(ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ବୁଡାଉ ଥିବା ୨ ପ୍ରମୁଖ ନଦୀରେ ଶୁକ୍ରବାର ପୁଣି ବନ୍ୟା ଆସିଛି l ବୁଧବାର ରାତିରୁ କ୍ରମାଗତ ବର୍ଷା ଲାଗି…

୩୦ ତାରିଖରେ ନୁହେଁ ଆଜି ଆସିବ ସାଲାରୀ ଟଙ୍କା, ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ସରକାର

ନୂଆଦିଲ୍‌ଲୀ,୨୫।୯: ସରକାରୀ କର୍ମଚାରୀଙ୍କ ପାଇଁ ସେପ୍ଟେମ୍ୱର ମାସ ଦୁଇଗୁଣ ଖୁସି ନେଇ ଆସିଛି। ସାଧାରଣତଃ ମାସର ଶେଷ ତାରିଖ ଅର୍ଥାତ ୩୦ କିମ୍ୱା ୩୧ ତାରିଖରେ ମିଳୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?