ହୋମ୍‌ କ୍ୱାରାଣ୍ଟାଇନ୍‌ରେ ବୃଦ୍ଧାଙ୍କ ମୃତ୍ୟୁ, ସ୍ବାବ୍‌ ନମୁନା ପରୀକ୍ଷା ହୋଇ ନ ଥିବାରୁ ମୃତଦେହ ନିକଟକୁ ଗଲେନି ଗ୍ରାମବାସୀ

ଦେବଗଡ଼,୧୮।୫:  ଦେବଗଡ଼ ଥାନା ତଥା ବାରକୋଟ ବ୍ଲକ ଅନ୍ତର୍ଗତ ଘୁରୁଡୁଖମଣ ଗ୍ରାମରେ ହୋମ କ୍ୱାରାଣ୍ଟାଇନ୍‌ରେ ଥିବା ଜଣେ ବୃଦ୍ଧାଙ୍କର ରବିବାର ମୃତ୍ୟୁ ଘଟିଛି। ବୃଦ୍ଧାଙ୍କର ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ତେବେ କିଛିଦିନ ତଳେ ଗୋଡ ଭାଙ୍ଗିଥିବାରୁ ସଂକ୍ରମଣଜନିତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି। ଖବର ମୁତାବକ ଘୁରୁଡୁଖମଣ ଗ୍ରାମର ସ୍ବର୍ଗତ ସୁଦାମ ଚରଣ ପ୍ରଧାନଙ୍କ ସ୍ତ୍ରୀ ସୂର୍ଯ୍ୟମଣି(୬୫)ଗତ ୧୨ତାରିଖ ରାତିରେ ଝାଡ଼ଖଣ୍ଡ ଚାଇଁବସା ଅଞ୍ଚଳରୁ ନିଜ ଗ୍ରାମ ଘୁରୁଡୁଖମଣ ଫେରିଥିଲେ। ଏହାର ପରଦିନ ସକାଳେ ଅଙ୍ଗନୱାଡି କର୍ମୀ, ଆଶାକର୍ମୀ ତାଙ୍କ ଘରକୁ ଯାଇ ସମ୍ପୃକ୍ତ ବୃଦ୍ଧା ଓ ତାଙ୍କ ପରିବାର ଲୋକଙ୍କୁ ଡାକ୍ତରଖାନା ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ପରାମର୍ଶ ଦେବାସହ ବିଜୟନଗର ସରପଞ୍ଚ ଦେବକାନ୍ତ ନାୟକଙ୍କୁ ଜଣାଇଥିଲେ। ସରପଞ୍ଚ ନାୟକ ଏ ସମ୍ପର୍କରେ ଜିଲା ପ୍ରଶାସନକୁ ସୂଚନା ଦେବାସହ ସୂର୍ଯ୍ୟମଣିଙ୍କୁ ହୋମ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦେଇଥିଲେ ହେଁ ତାଙ୍କ ଘରେ ବିଧିବଦ୍ଧଭାବେ ନୋଟିସ ଲଗାଇ ନ ଥିଲେ। ତେବେ ପରୀକ୍ଷା ନିମନ୍ତେ ସୂର୍ଯ୍ୟମଣିଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରାଯିବା ପୂର୍ବରୁ ରବିବାର ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ଅସୁସ୍ଥ ହୋଇପଡିଥିଲେ। ସୂଚନା ପାଇ ଅଙ୍ଗନୱାଡି କର୍ମୀ ତାଙ୍କ ଘରକୁ ଆସିବାର କିଛି ସମୟ ପୂର୍ବରୁ ସୂର୍ଯ୍ୟମଣିଙ୍କର ମୃତ୍ୟୁ ଘଟିଥିଲା। ଖବର ପ୍ରଚାରିତ ହେବା ପରେ ଗ୍ରାମବାସୀ ଭୟଭୀତ ହୋଇପଡିଥିଲେ। ଏପରି କି ସାହି ପଡ଼ିଶା ଓ ଜାତି ସମାଜ ଲୋକେ ତାଙ୍କ ପାଖକୁ ଆସିବାକୁ ମନା କରିଥିଲେ। ଅନ୍ୟପକ୍ଷରେ ବୃଦ୍ଧା ଜଣକ ରାଜ୍ୟ ବାହାରୁ ଫେରିଥିଲେ ହେଁ ତାଙ୍କୁ ବିଧିବଦ୍ଧ ଭାବେ ସରକାରୀ କ୍ୱାରାଣ୍ଟାଇନରେ ରଖା ନ ଯିବା ଏବଂ ଫେରିବାର ୪/୫ ଦିନ ବିତିଯାଇଥିଲେ ହେଁ ତାଙ୍କର ସ୍ବାବ୍‌ ନମୁନା ପରୀକ୍ଷା କରାଯାଇ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ବାରକୋଟ ବିଡିଓ ଟୁନୁ ମେହେରଙ୍କଠାରୁ ଖବର ପାଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଡାକ୍ତରୀ ଦଳ ସେଠାକୁ ଯାଇ ଫେରି ଆସିଥିବା ଜଣାପଡିଛି। ଗ୍ରାମବାସୀ ଓ ସମ୍ପର୍କୀୟମାନେ ମୃତଦେହ ଛୁଇଁବାକୁ ମନା କରୁଥିବା ଏବଂ ବ୍ୟବଚ୍ଛେଦ କରିବାକୁ ଅଡି ବସିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ମୃତଦେହ ସେଠାରେ ପଡିରହିଛି। ସୂଚନା ପାଇ ଦେବଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟଙ୍କୁ ପଚାରିବାରୁ ଗୋଡ଼ ଭାଙ୍ଗି ଯାଇଥିବା କାରଣରୁ ବୃଦ୍ଧାଙ୍କ ଶରୀର ସଂକ୍ରମିତ ହୋଇଯିବା ଫଳରେ ମୃତ୍ୟୁ ଘଟିଛି। ତେଣୁ ମୃତଦେହ ବ୍ୟବଚ୍ଛେଦର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ

ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

ପୁଣି ବଡ଼ ଆନ୍ଦୋଳନ, ମହାରାଷ୍ଟ୍ର ସରକାରଙ୍କୁ ଘେରିବ CJP! ଅଭିଜିତ ଦୀପକେ କହିଲେ..

ମୁମ୍ବାଇ,୧୪ା୯: ଆନ୍ଦୋଳନ ନେଇ ବଡ଼ ଘୋଷଣା କଲା ସିଜେପି । ନିଟ୍‌ ପେପର ଲିକ୍‌ ମାମଲାକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପରେ ଏବେ ମହାରାଷ୍ଟ୍ରର…

ଓରାଙ୍ଗଉଟାନକୁ ପୁଣି ଜ୍ୱର: ଡାକ୍ତରୀ ଟିମ୍‌ ସଜାଗ

ବାରଙ୍ଗ,୧୪।୧୦(ଲିଙ୍ଗରାଜ ରାଉତ): ବାଲେଶ୍ବରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଜ୍ବରରେ ଆକ୍ରାନ୍ତ ହୋଇଛି। ଉକ୍ତ ଓରାଙ୍ଗଉଟାନଟି ଆସିବା ଦିନଠାରୁ ଜ୍ବରରେ ଆକ୍ରାନ୍ତ ହୋଇଥିବାର…

ଭାଜପାକୁ ବଡ଼ ଝଟକା, ଦଳ ଛାଡି କଂଗ୍ରେସରେ ମିଶିଲେ ବିଧାୟକ

ବେଙ୍ଗାଲୁରୁ,୧୪।୯: ଭାଜପାର ପୂର୍ବତନ ବିଧାୟକ ତଥା ଦଳର ରାଜ୍ୟ ଓବିସି (OBC) ମୋର୍ଚ୍ଚା ସଭାପତି ଏନ.ଏଲ. ନରେନ୍ଦ୍ର ବାବୁ ରବିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ‘ଭାରତ ଯୋଡ଼ୋ’…

ମହାନଦୀକୁ ଗାଧୋଇବାକୁ ଯାଇଥିଲେ ୩ ଯୁବକ, ହଠାତ୍‌ ଗଲେ ଭାସି: ଆଉ ତା’ପରେ…

ବାଙ୍କୀ,୧୪।୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ପଞ୍ଚାୟତସ୍ଥିତ ଘୋଡାବର ଗ୍ରାମ ନିକଟସ୍ଥ ମହାନଦୀରେ ଗାଧୋଇବାକୁ ଯାଇ ୩ ଜଣ ଯୁବକ ଭାସି ଯାଇଥିବା ବେଳେ ଦୁଇଜଣ…

ଆସିଲା ବଡ଼ ଖବର: ପୁଣି ବଢ଼ିବ LPG ସିଲିଣ୍ଡର ଦାମ୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୧୪।୯: ସମଗ୍ର ବିଶ୍ୱ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ପ୍ରଭାବ ବହନ କରୁଛି। ଶକ୍ତି ଯୋଗାଣରେ ବାଧା ସୃଷ୍ଟି ହେବା ଯୋଗୁଁ ଇନ୍ଧନ ମୂଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?