ହେଲ୍‌ମେଟ ନ ପିନ୍ଧିଲେ ଘରକୁ ଯିବ ଚାଲାଣ

ଅନୁଗୋଳ ଅଫିସ, ୨୮।୫

ରାସ୍ତା ଦୁର୍ଘଟଣାକୁ କିପରି ନିୟନ୍ତ୍ରଣ କରାଯାଇପାରିବ ଓ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ସହ ଆହତମାନଙ୍କୁ ତୁରନ୍ତ ଚିକିତ୍ସାସେବା ଯୋଗାଇ ଦିଆଯିବ ସେ ସମ୍ପର୍କରେ ଗଠିତ ଜିଲାସ୍ତରୀୟ ସଡ଼କ ସୁରକ୍ଷା କମିଟିର ବୈଠକ ସୋମବାର ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ ଧନଞ୍ଜୟ ସେନାପତି ଯୋଗଦେଇ ୨୦୧୮ରେ ଜିଲାରେ ଘଟିଥିବା ୪୬୦ ଦୁର୍ଘଟଣାରେ ୨୧୫ ଜଣଙ୍କ ମୃତ୍ୟୁ ହୋଇଛି ଓ ୪୪୨ ଜଣ ଆହତ ହୋଇଥିବା ତଥ୍ୟ ରଖିଥିଲେ। ସେହିପରି ଚଳିତବର୍ଷ ଜାନୁୟାରୀ ୧ରୁ ଏପ୍ରିଲ ୩୦ ମଧ୍ୟରେ ୭୩ଟି ଦୁର୍ଘଟଣାରେ ୩୬ ଜଣ ପ୍ରାଣ ହରାଇଥିବା ବେଳେ ୭୩ ଜଣ ଆହତ ହୋଇଥିବା ସେ ପ୍ରକାଶ କରିଥିଲେ। ହେଲେମେଣ୍ଟ ନ ପିନ୍ଧି ଗାଡ଼ି ଚଳାଉଥିବା ଚାଳକଙ୍କ ଘରକୁ ଜରିମାନା ଚାଲାଣ ପଠାଯିବାକୁ ସ୍ଥିର କରାଯାଇଥିଲା।
ବୈଠକରୁ ଜଣାପଡ଼ିଛି ଯେ, ଏଣିକି ବିଭିନ୍ନ ଛକରେ ହେଲମେଟ ଚେକିଂ ପାଇଁ ଅଟୋମେଟିକ କ୍ୟାମେରାର ସହାୟତା ନିଆଯିବ। ବିନା ହେଲମେଟରେ ଗାଡ଼ି ଚଳାଉଥିବା ଚାଳକମାନଙ୍କ ଗାଡ଼ି ନମ୍ବର ସ୍କାନ କରାଯିବା ସହ ଚାଲାଣ କଟାଯାଇ ସମ୍ପୃକ୍ତ ଚାଳକଙ୍କ ଘର, ଅଦାଲତ ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ନିକଟକୁ ପଠାଯିବ। ପ୍ରଥମ ପର୍ଯ୍ୟାୟରେ ଥାନା ଛକ, ହୁଲୁରୁସିଙ୍ଗା ଛକ ଓ ରାଜା ହୋଟେଲ ଛକରେ ଏହି କ୍ୟାମେରା ଲଗାଯିବ ବୋଲି ଅନୁଗୋଳ ଏସ୍‌ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଥିଲେ। ହରିମହୁରୀ ଛକରୁ ଯାଇଥିବା ବାଇପାସ୍‌ ରୋଡ୍‌ରେ କେନ୍ଦ୍ରୀୟ ବିଦ୍ୟାଳୟ ଓ ସରସ୍ବତୀ ବିଦ୍ୟା ମନ୍ଦିର ଥିବାବେଳେ ଉକ୍ତ ରାସ୍ତାରେ ଭାରିଯାନ ପାର୍କିଂ ସହ ଲୋକମାନେ ଅଳିଆ ଆବର୍ଜନା ଫିଙ୍ଗୁଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା। ଅନୁଗୋଳ ପୌରପାଳିକା ନିର୍ବାହୀ ଅଧିକାରୀ ତୁରନ୍ତ ଉକ୍ତ ରାସ୍ତାରୁ ଆବର୍ଜନା ହଟାଇବାକୁ ପରାମର୍ଶ ଦିଆଯିବା ସହ ଛାତ୍ରୀଛାତ୍ରମାନଙ୍କ ଯାତାୟାତ ସୁବିଧା ପାଇଁ ଭାରିଯାନ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଥିଲା। ଅନୁଗୋଳରୁ ସମ୍ବଲପୁର ପର୍ଯ୍ୟନ୍ତ ୧୨୩ କିଲୋମିଟର ରାସ୍ତାରେ ୯ଟି ବ୍ଲାକ୍‌ ସ୍ପଟ୍‌ ଓ ଅନୁଗୋଳରୁ ଢେଙ୍କାନାଳ ପର୍ଯ୍ୟନ୍ତ ୬୧ କିଲୋମିଟର ରାସ୍ତାରେ ୧୦ଟି ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ କରାଯାଇ ସାଂକେତିକ ଚିହ୍ନ ସହ ରମ୍ବଲର୍ସ ଲଗାଯାଇଥିବା ସମ୍ବଲପୁର ଓ ଢେଙ୍କାନାଳ ଜାତୀୟ ରାଜପଥ ପ୍ରାଧିକରଣର କର୍ତ୍ତୃପକ୍ଷ ବୈଠକରେ ସୂଚନା ଦେଇଥିଲେ। ଏହାଛଡ଼ା ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇ ଉଭୟ ରାସ୍ତାର ଦୁର୍ଘଟଣା ପ୍ରବଣ ଅଞ୍ଚଳ ଗୁଡ଼ିକୁ ଚିହ୍ନଟ କରି ପ୍ରତିକାର ପାଇଁ ପଦକ୍ଷେପ ନେବାକୁ ଏସ୍‌ପି ପ୍ରସ୍ତାବ ରଖିଥିଲେ। ଏହି ବୈଠକରେ ସମ୍ବଲପୁର ଓ ଢେଙ୍କାନାଳ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ପ୍ରତିନିଧି, ଗାୟତ୍ରୀ କନଷ୍ଟ୍ରକଶନର କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା

ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’…

ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri