ହାତୀ ଆକ୍ରମଣରେ ଚାଷୀ ମୃତ୍ୟୁ ନେଇ ରାସ୍ତାରୋକୋ

ଦିଗପହଣ୍ଡି,୨୨ା୧(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଦିଗପହଣ୍ଡି ଗ୍ରାମ୍ୟ ସ୍ବାସ୍ଥ୍ୟ ତାଲିମ କେନ୍ଦ୍ର ପଛ ପଟେ ଧାନଖଳା ଜଗିଥିବା ଜଣେ ଚାଷୀଙ୍କ ହାତୀ ଆକ୍ରମଣରେ ମଙ୍ଗଳବାର ମୃତ୍ୟୁ ଘଟିଛି। ସେ ହେଲେ ଦିଗପହଣ୍ଡି ସାନଦାଣ୍ଡ ସାହିର ଆଲୁ.ଲାଚ୍ଛେୟା। ଦିଗପହଣ୍ଡି ଥାନାଧିକାରୀ ବସନ୍ତ କୁମାର ସେଠୀ ସଦଳବଳ ପହଞ୍ଚତ୍ ୟୁଡି କେଶ ନଂ. ୨/୨୦ ଅନୁଯାୟୀ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଥିଲେ।
ପ୍ରକାଶ ଯେ, ଦିଗପହଣ୍ଡି-ନିମପଲ୍ଲୀ କେନାଲ ରାସ୍ତା କଡ଼ରେ ଥିବା ସୁରେଶ ପଶୁପାଳକଙ୍କ ଖଳାରେ ଅମଳ ଧାନକୁ ଜଗିବା ପାଇଁ ଲାଚ୍ଛେୟା ଏବଂ ନୂଆ ସାହିର କେ.ଅରକ୍ଷିତ ପାତ୍ର ଯାଇଥିଲେ। ସେ ଦୁହେଁ ଖଳାରେ ଶୋଇଥିଲେ। ରାତି ୩ଟାରେ ଶବ୍ଦଶୁଣି ଉଭୟେ ନିଦରୁ ଉଠିଥିଲେ। ଖଳା ଭିତରକୁ ଷଣ୍ଢ ଆସି ଧାନ ଖାଉଥିବା ଆଶଙ୍କା କରି ଟର୍ଚ୍ଚ ଲାଇଟ୍‌ ଓ କଣ୍ଟି ବାଡି ଧରି ଘଉଡ଼ାଇବାକୁ ଯାଇ ହାତୀ ହାବୁଡ଼ାରେ ପଡ଼ିଥିଲେ। ଲାଛେୟାଙ୍କୁ ହାତୀ ଶୁଣ୍ଢରେ ଟେକି ଛେଚି ଦେବାରୁ ଘଟଣାସ୍ଥଳରେ ସେ ଅଚେତ ହୋଇ ପଡ଼ିିଥିଲେ। ଅରକ୍ଷିତ ନିକଟସ୍ଥ ଏକ କୋଠା ଛାତ ଉପରକୁ ଦୌଡି ପଳାଇବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ପରିବାର ଲୋକେ ଲାଚ୍ଛେୟାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, ପରେଶ ଚନ୍ଦ୍ର ରଥ, କୁରେଶୁ ମହାରଣା, କେ.କୁନା ପ୍ରମୁଖ ସକାଳ ୮ ଟାରୁ ୯ ଟା ପର୍ଯ୍ୟନ୍ତ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ। ଦିଗପହଣ୍ଡି ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁ, ଫରେଷ୍ଟର ସୀତାରାମ ପାତ୍ର, ଦିଗପହଣ୍ଡି ଆଇଆଇସି ବସନ୍ତ କୁମାର ସେଠୀ, ଏସ୍‌ଆଇ ମଧୁସ୍ମିତା ପ୍ରଧାନ ପହଞ୍ଚତ୍ ଉତ୍ତେଜିତ ଲୋକଙ୍କୁ ବୁଝାଶୁଝା କରିବା ପରେ ଅବରୋଧ ହଟିଥିଲା। ତହସିଲଦାର ଘଟଣାସ୍ଥଳ ପରିଦର୍ଶନ କରିବା ସହ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ସବିଶେଷ ରିପୋର୍ଟ ସଂଗ୍ରହ କରି ଫେରିଥିଲେ। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲର୍ଡସରେ ରୋହିତଙ୍କ ଐତିହାସିକ ଶତକ

ଲଡର୍‌ସ,୧୯ା୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରବିବାର ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ରୋହିତ ଶର୍ମା ଐତିହାସିକ ଶତକିୟ ଇନିଂସ ଖେଳିଛନ୍ତି। ରୋହିତ ୧୦୭ ବଲ୍‌…

ବରଗଡ଼ରେ ଦିଲ୍ଲୀ ତାତି: ସୋନମ ୱାଙ୍ଗଚୁକଙ୍କୁ ସମର୍ଥନ କରି ଧର୍ମେନ୍ଦ୍ରଙ୍କ କୁଶ ପୁତ୍ତଳିକା ଦାହ

ବରଗଡ଼,୧୯।୭(ପ୍ରେମାନନ୍ଦ ଖମାରୀ): ଏନଇଇଟି ପରୀକ୍ଷାରେ ବିଭ୍ରାଟ ପ୍ରତିବାଦରେ ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଆନ୍ଦୋଳନର ତାତି ବରଗଡ଼ରେ ଅନୁଭୂତ ହୋଇଛି । ରବିବାର ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ବରଗଡ଼…

ହିରାଧାରବାଟି କେନାଲରେ ପାଣି ଛାଡିଲା ଜଳସେଚନ ବିଭାଗ, ଚାଷୀଙ୍କ ମୁହଁରେ ଫୁଟିଲା ହସ

ଗଞ୍ଜାମ,୧୯ା୭(ବିଦ୍ୟାଧର ସାହୁ ): ଖରିଫ ଚାଷ ପାଇଁ ଜଳସେଚନ ବିଭାଗ ହିରାଧାରବାଟି କେନଲରେ ପାଣି ଛାଡିଥିବା ଦେଖିବାକୁ ମିଳିଛି । ସଂକ୍ରାନ୍ତି ଦିନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା…

ଗୋ ହତ୍ୟା ସହ ମାଂସ ଚାଲାଣ: ୨ ଗିରଫ, ୧୫ ଅଟକ

କୋରାପୁଟ,୧୯।୭(ଅମିତାଭ ବେହେରା): କୋରାପୁଟ ସହରରେ ଗୋ ହତ୍ୟା ସହ ମାଂସ ଚାଲାଣ ହେଉଥିବା ଖବରପାଇ ଟାଉନ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୨ ଅଭିଯୁକ୍ତଙ୍କୁ ଗିରଫ…

୬ ମାସ ହେଲା ଅଚଳ ଘୁଟିଗୁଡ଼ା ଜିଓ ଟାୱାର, ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀଙ୍କ ଦାବି

ଥୁଆମୂଳ ରାମପୁର,୧୯ା୭(ଦୁର୍ଗା କୀର୍ତ୍ତି): ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ଡିଜିଟାଲ ଯୋଗାଯୋଗର ବିକାଶ ପାଇଁ ବିଭିନ୍ନ ସଂସ୍ଥାକୁ ଅନୁମତି ଦେଉଥିବା ବେଳେ ବାସ୍ତବ କ୍ଷେତ୍ରରେ କମ୍ପାନୀଗୁଡ଼ିକର ଚରମ…

ଚଞ୍ଚକତା କରି ଭାରପ୍ରଧାନ ଶିକ୍ଷକଙ୍କୁ ବଦଳି ଅଭିଯୋଗ, ଅଭିଭାବକ ମହଲରେ ଅସନ୍ତୋଷ

ହାଟଡିହୀ,୧୯ା୭(ଶୁଭକାନ୍ତ ନାୟକ): ଚଳିତ ଜୁଲାଇ ମାସ ଗତ ୧୦ ତାରିଖରେ ଡ଼ିଏଲଟିସି ବୈଠକ ବସିଥିଲା । ଏହି ବୈଠକ ଜିଲା ସ୍ତରରେ ଅନୁଷ୍ଠିତ ହୋଇଥାଏ । ବୈଠକରେ…

ଶ୍ରୀକ୍ଷେତ୍ରରୁ ଭଟଲି ଆସିଲା ତିନି ରଥର ଚକ; ପାଛୋଟି ଆଣିଲେ ହଜାର ହଜାର ଭକ୍ତ, ବିଧାୟକ କହିଲେ…

ବରଗଡ଼,୨୦।୭(ପ୍ରେମାନନ୍ଦ ଖମାରୀ): ପୁରୀ ଧାମରୁ ଭଟଲି ଦଧିବାମନ ଧାମକୁ ରବିବାର ତିନି ରଥର ଚକ ପହଞ୍ଚିଛି । ଶ୍ରୀକ୍ଷେତ୍ର ପୁରୀର ଏହି ତିନି ରଥର ଚକକୁ ଭବ୍ୟ…

ବସରେ ଗଞ୍ଜେଇ ଚାଲାଣ ପାଇଁ ଯୋଜନା ବେଳେ ମାଡିବସିଲା ଅଡବା ପୋଲିସ, ୪ ଲକ୍ଷ ଟଙ୍କାର ଗଞ୍ଜେଇ ସହ କେରଳର…

ମୋହନା,୧୯ା୭(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଶନିବାର ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ କରିବା ସମୟରେ ୪୦ କିଲୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri