ହାତୀ ଆକ୍ରମଣରେ ଗୁରୁତର ଯୁବକଙ୍କ ମୃତ୍ୟୁ: ମୃତଦେହ ରଖି ଗ୍ରାମବାସୀଙ୍କ ଧାରଣା

ସଜନାଗଡ, ୨୭।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ କୁଲଡ଼ିହା ପାଦଦେଶ ଗରଡ଼ିହି ପଞ୍ଚାୟତ ଅଧୀନ ଟିକାକଟା ଚାଇନ୍ଦର ଗ୍ରାମ ୧୨ନମ୍ବର ୱାର୍ଡ଼ର ୱାର୍ଡ଼ମେମ୍ବର ସୁଦାମ ସିଂ (୩୫) ଗତ ୧୫ ତାରିଖରେ ଛେଳି ନେଇ ଜଙ୍ଗଲରୁ ଫେରୁଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନୀଳଗିରି ମେଡ଼ିକାଲ ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ସୁଦାମଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଗତ ୧୯ତାରିଖରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଦୀର୍ଘ ୧୧ଦିନ ଧରି ବିଭିନ୍ନ ମେଡ଼ିକାଲରେ ଚିକିତ୍ସାଧୀନ ସମୟରେ ବନବିଭାଗ ପକ୍ଷରୁ କୌଣସି ସହାୟତା ଦିଆଯାଇ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଗୁରୁବାର ବିଳମ୍ବିତ ରାତିରେ ସୁଦାମଙ୍କ କଟକ ବଡ ମେଡିକାଲରେ ମୃତ୍ୟୁ ହୋଇଛି। ଶୁକ୍ରବାର ଅପରାହ୍ନରେ ଶତାଧିକ ଗ୍ରାମବାସୀ କଟକ ମେଡ଼ିକାଲରୁ ମୃତଦେହକୁ ଆଣି କୁଲଡ଼ିହା ଅଫିସ୍‌ ଆଗରେ ରଖି କ୍ଷତିପୂରଣ ଦାବିରେ ଧାରଣାରେ ବସିଥିଲେ। ରେଞ୍ଜର ଘଟଣାସ୍ଥଳକୁ ଆସି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଗ୍ରାମବାସୀ ଲିଖିତ ପ୍ରତିଶ୍ରୁତି ଦାବିରେ ଅଡ଼ି ବସିଥିଲେ। ଲିଖିତ ପ୍ରତିଶ୍ରୁତି ଦିଆଯିବା ପରେ ଧାରଣା ହଟିଥିଲା। ଧାରଣାରେ ଯୁଗାନନ୍ଦ ଦାସ, ଜ୍ୟୋତିର୍ମୟ ରାଉତ, ଭାଗୀରଥି ସିଂ, ସୁରେଶ ନାୟକ, ଉପେନ୍ଦ୍ର ଦାସ, ରଥ ସିଂ, ବୈଦ୍ୟନାଥ ସିଂ, ସୁରେନ୍ଦ୍ର ଖିଲାର, ରାଜେଶ ନାୟକଙ୍କ ସହ ୧ ଶହରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଧାରଣାରେ ବସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧ୍ୟାପକ ନିଯୁକ୍ତି ଓ ବିଭିନ୍ନ ଦାବିରେ କଲେଜ ଫାଟକରେ ତାଲା: ଧାରଣାରେ ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର

ପାଟଣା, ୯/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ୱାମପାଟଣାରେ ଅଧ୍ୟାପକ ନିଯୁକ୍ତି ସହ କଲେଜର ବିଭିନ୍ନ ସମସ୍ୟାର ସମାଧାନ…

ମଦ ନିଶାରେ ବାପାଙ୍କୁ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

ପାଟଣା, ୯/୯ (ବୀର କିଶୋର ଦାଶ): ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୁଆଖମଣ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି।…

ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ୧୭ ବର୍ଷ ପୂରିଲା: କାରଣ ଏବେବି ଅସ୍ପଷ୍ଟ

ପାରାଦୀପ, ୯।୯(ଶରତ ରାଉତ):ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏମ୍‌ଭି ବ୍ଲାକରୋଜ୍‌ ଜାହାଜ ବୁଡ଼ିବା ଘଟଣାକୁ ଇତିମଧ୍ୟରେ ୧୭ ବର୍ଷ ପୂରିଗଲାଣି। ଉକ୍ତ ବ୍ଲାକରୋଜ୍‌ ବୁଡ଼ି ଘଟଣାକୁ…

ମଦ ବିରୋଧରେ ତାତିଲେ ମହିଳା: ଦୋକାନରେ ପକାଇଲେ ତାଲା

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାଙ୍କୀଛନ୍ଦା ଗ୍ରାମରେ ବେଆଇନ ଦେଶୀ ଓ ବିଦେଶୀ ମଦ ଦୋକାନରେ ମହିଳା ଗୋଷ୍ଠୀ ମଙ୍ଗବଳାର ତାଲା ପକାଇ…

ବ୍ରିଟିଶ ଗଣ୍ଡ ପୋତିବା ପାଇଁ ଗଦା ହୋଇଛି ଆସ୍‌ପଣ୍ଡ: ଜମିରେ ମାଡ଼ୁଛି ବିଷାକ୍ତ ପାଣି

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ – ମାର୍ଶାଘାଇ ମୁଖ୍ୟ କେନାଲ ବ୍ରିଟିଶ ଗଣ୍ଡ ପୋତିବା ପାଇଁ ପାହାଡ଼ ଭଳି…

କଟକରେ ଚାଞ୍ଚଲ୍ୟ: ଘରୋଇ କଲେଜରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

କଟକ,୯।୯(ପ୍ରଭୁ କଲ୍ୟାଣ ପାଲ୍‌): କଟକର ସିଡିଏ ଅଞ୍ଚଳରେ ଚାଞ୍ଚଲ୍ୟ। ଏକ ଘରୋଇ କଲେଜରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରଙ୍କ ମୃତଦେହ। ସିଡିଏ…

ସିକନ୍ଦରାବାଦରୁ ଓଡ଼ିଆ ଶ୍ରମିକ ନିଖୋଜ: ସୁପରଫାଷ୍ଟ ଟ୍ରେନରେ ଗାଁକୁ ଫେରୁଥିବାବେଳେ ବାଟରୁ ଉଭାନ୍‌

ଦିଗପହଣ୍ଡି,୯।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦ ଗାଁ ର ସମୀର ଗୌଡ଼(୨୬) ଦାଦନ ଶ୍ରମିକ ଭାବେ ମହାରାଷ୍ଟ୍ରର ପୁଣେ ନିକଟ…

ଓଭରବ୍ରିଜ ନିର୍ମାଣ ଦାବି: ଗମନାଗମନରେ ଲୋକେ ହେଉଛନ୍ତି ହନ୍ତସନ୍ତ

କେସିଙ୍ଗା,୯।୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଡୁମେରମୁଣ୍ଡା ଗ୍ରାମ ଦେଇ କେସିଙ୍ଗା ସହରକୁ ଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri