ହଦଗଡ ଜବାହର ନବୋଦୟ ବିଦ୍ୟାଳୟ: ହେଉନି ଭିତ୍ତିଭୂମିର ବିକାଶ

ହାଟଡିହୀ,୧୬ା୧୨(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହଦଗଡ ପଞ୍ଚାୟତ ବଣପାହାଡ ଘେରାରେ ଜବାହର ନବୋଦୟ ବିଦ୍ୟାଳୟ ୧୯୮୬ରେ ଆରମ୍ଭ ହେବାପରଠାରୁ ବିଭିନ୍ନ ସମସ୍ୟା ନେଇ ଗତି କରିଚାଲିଛି। ଏହି ବିଦ୍ୟାଳୟ ହଦଗଡ ହସ୍ତୀ ଅଭୟାରଣ୍ୟ ଓ ହଦଗଡ ଡ୍ୟାମକୁ ଲାଗିରହିଛି। ବିଦ୍ୟାଳୟ ମଝିରେ ସର୍ବସାଧାରଣଙ୍କ ଯାତାୟାତ ରାସ୍ତା ରହିଛି। ଏହି ରାସ୍ତା ହଦଗଡ ଡ୍ୟାମକୁ ସଂଯୋଗ କରୁଛି ଏଣୁ ଡ୍ୟାମକୁ ଯାଉଥିବା ପର୍ଯ୍ୟଟକ ଓ ଅନ୍ୟମାନେ ଶିକ୍ଷାନୁଷ୍ଠାନ ଦେଇ ବେପରୁଆ ଗାଡିଚାଳନା କରିଯିବାସହ ବିଦ୍ୟାଳୟ ପରିସରରେ ଗାଡି ପାର୍କିଙ୍ଗ କରୁଛନ୍ତି। ଫଳରେ ଛାତ୍ରୀଛାତ୍ର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଏଠାରେ ନିର୍ମିତ ବାଳିକା ହଷ୍ଟେଲ ହଦଗଡ ଜଙ୍ଗଲ ପାହାଡ଼ ପାଦଦେଶକୁ ସଂଲଗ୍ନ କରୁଛି। ବିଦ୍ୟାଳୟର ସୁରକ୍ଷା ପାଚେରି ନଥିବାରୁ ବନ୍ୟ ଜନ୍ତୁମାନେ ବିଭିନ୍ନ ସମୟରେ ପଶିଆସୁଛନ୍ତି। ଏପରକି ବହୁଥର ହାତୀ ବିଦ୍ୟାଳୟ ପରିସର ଭିତରକୁ ଆସି ଡ୍ରେନ ଓ ଗଛ ଭାଙ୍ଗିଥିବା କାରଣରୁ ଅଭିଭାବକ, ଛାତ୍ରୀଛାତ୍ର ଓ ଶିକ୍ଷକମାନେ ଚିନ୍ତା ପ୍ରକଟ କରିଛନ୍ତି।
ଉଲ୍ଲେଖନୀୟ ଯେ, ଏଠାରୁ ବହୁ ଛାତ୍ରୀଛାତ୍ର ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ରେକର୍ଡ କରିଥିବା ବେଳେ ଭିତ୍ତିଭୂମିର ବିକାଶ ପ୍ରତି କୌଣସି ଗୁରୁତ୍ୱ ଦିଆଯାଉନାହିଁ। ବିଦ୍ୟାଳୟ ପରିସରରେ ୨ଟି ପରିତ୍ୟକ୍ତ ଭଙ୍ଗା ଘର ବିପଦସଙ୍କୁଳ ସ୍ଥିତିରେ ରହିଛି। ପାଚେରି ନ ଥିବା ଏବଂ ବିଦ୍ୟାଳୟ ମଝିରେ ରାସ୍ତା ଯାଇଥିବା କାରଣରୁ ଛାତ୍ରୀଛାତ୍ରଙ୍କ ସୁରକ୍ଷାପ୍ରତି ବିପଦ ଥିବା ଅଭିଭାବକମାନେ କହିଛନ୍ତି। ଏଠାରେ ଛାତ୍ରୀଛାତ୍ର ଅସୁସ୍ଥ ହେଲେ ୪୦ କି.ମି. ଦୂର ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ହେବାକୁ ଯାଇଥାନ୍ତି। ାଏପରିକି ଡାକ୍ତରଖାନାକୁ ଯିବାପାଇଁ ଆମ୍ବୁଲାନ୍ସ କି ଅନ୍ୟ କୌଣସି ଗାଡି ସୁବିଧା ନାହିଁ। ବିଦ୍ୟାଳୟରେ ଏବେ ୫୬୦ ଛାତ୍ରୀଛାତ୍ର ପଢୁଛନ୍ତି। ସେମାନଙ୍କ ମଧ୍ୟରୁ ୨୨୦ ଛାତ୍ରୀ ଥିବାବେଳେ ୩୪୦ଜଣ ଛାତ୍ର ଅଛନ୍ତି। ୫୬୦ ଛାତ୍ରୀଛାତ୍ରଙ୍କ ପାଇଁ ହଷ୍ଟେଲ ସୁବିଧା ନ ଥିବାବେଳେ ଏବେ ପ୍ରାୟ ୫.୫୦କୋଟି ଟଙ୍କା ବ୍ୟୟରେ ହଷ୍ଟେଲର ଉନ୍ନତୀକରଣ କାମ କରାଯାଇଛି। ଏହି ଉନ୍ନତୀକରଣ କାର୍ଯ୍ୟରେ ୧୨୮ ଛାତ୍ରୀଙ୍କ ପାଇଁ ଏବଂ ୨୦୮ ଜଣ ଛାତ୍ରଙ୍କ ପାଇଁ ହଷ୍ଟେଲ ସୁବିଧା ମିଳିବ। ଫଳରେ ଅବଶିଷ୍ଟ ୯୨ ଛାତ୍ରୀ ଓ ୧୩୨ ଛାତ୍ର କେଉଁଠି ରହିବେ ତାହା ଶିକ୍ଷକ ଓ ଅଭିଭାବକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ବିଦ୍ୟାଳୟ ଖେଳ ପଡିଆର ଉନ୍ନତୀକରଣ ପାଇଁ ଘଟଗଁା ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଗତ ତା ୧ା୧୧ା୨୦୧୯ରିଖରେ ଜିଲା ଖଣିଜ ପାଣ୍ଠିରୁ ୧୩୨.୫୭ଲକ୍ଷ ଟଙ୍କା ଏଷ୍ଟିମେଟ୍‌ କରାଯାଇ ଜିଲାପାଳଙ୍କୁ ମେମୋ ନଂ.୩୦୦୭,ପିଡି ଡିଆରଡିଏଙ୍କୁ ମେମୋ ନଂ. ୩୦୦୮ ଏବଂ କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ବିଭାଗ ସୁପରିଟେଣ୍ଡିଙ୍ଗ ଇଞ୍ଜିନିୟରଙ୍କୁ ଚିଠି (ନଂ. ୩୦୦୬)ରେ ପ୍ରସ୍ତାବ ଦିଆଯାଇଥିଲା ା ଏଯାଏ ତାହା ପ୍ରସ୍ତାବରେ। ଏହି ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ଅଭିଭାବକମାନେ ଗତ ସେପ୍ଟେମ୍ବର ୩୦ ତାରିଖରେ ବିଦ୍ୟାଳୟରେ ଆୟୋଜିତ ବୈଠକରେ ନିଷ୍ପତ୍ତି ନେଇ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଜିଲାପାଳ ବର୍ତ୍ତମାନ ଏହି ବିଦ୍ୟାଳୟର ଚେୟାରମ୍ୟାନ ଅଛନ୍ତି। ଅଭିଭାବକମାନେ ବିଦ୍ୟାଳୟ ସମସ୍ୟା ନେଇ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରି କୌଣସି ସୁଫଳ ନ ପାଇବାରୁ ନବୋଦୟ ବିଦ୍ୟାଳୟ କମିଶନରଙ୍କୁ ଭେଟି ଏସମ୍ପର୍କରେ ଅବଗତ କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଅଭିଭାବକଙ୍କ ଅଭିଯୋଗ ସମ୍ପର୍କରେ ପ୍ରିନ୍ସିପାଲ ପି.ମଣିକଣ୍ଡନଙ୍କୁ ପଚାରିବାରୁ କହିଛନ୍ତି, ବିଦ୍ୟାଳୟର ବିଭିନ୍ନ ଅବ୍ୟବସ୍ଥା ଓ ସମସ୍ୟା ରହିଛି। ଏ ବାବଦରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି। ଖୁବ୍‌ଶୀଘ୍ର ଆବଶ୍ୟକ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ଦ୍ୱିତୀୟ ପ୍ରଚେଷ୍ଟାରେ NEETରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri