ସ୍ବାସ୍ଥ୍ୟକେନ୍ଦ୍ରର ନାମ ଶହୀଦ ରଘୁଦିବାକର ରଖିବାକୁ ପ୍ରସ୍ତାବ

ରଣପୁର, ୧୭।୮(ସ୍ବ.ପ୍ର.)-ନୟାଗଡ ଜିଲାର ରଣପୁର ସ୍ବାସ୍ଥ୍ୟକେନ୍ଦ୍ରର ନାମ ପରିବତ୍ତର୍ର୍ନ କରାଯାଇ ଶହୀଦ ରଘୁଦିବାକରଙ୍କ ନଁାରେ ରଖିବାକୁ ରଣପୁର ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ ପ୍ରସ୍ତାବ ରଖିଛନ୍ତି । ଏ ନେଇ ବିଧାୟକ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୁରୁବାର ୭୩ତମ ସ୍ବାଧୀନତା ଦିବସରେ ସ୍ମାରକପତ୍ର ଦେଇଛନ୍ତି।
ଥାଉକି, ଇଂରେଜ ଶାସନ ସମୟରେ ପ୍ରଜା ଆନ୍ଦୋଳନ ଚାଲୁ ରହିଥିଲା। ଆନ୍ଦୋଳନକୁ ଦମନ କରିବା ପାଇ ବେଜେଲଟଗେଟଙ୍କ ନେତୃତ୍ୱରେ ଫୋର୍ସ ଆସୁଥିଲେ। ଇଂରେଜ ଓ ରଣପୁରବାସୀଙ୍କ ମଧ୍ୟରେ ବିବାଦ ବଢ଼ିଥିଲା । ଏଭଳିସ୍ଥଳେ ବାଦଭୂଇଁର ରଘୁନାଥ ମହାନ୍ତି ଓ ଗଡବାଣିକିଲୋର ଦିବାକର ପରିଡା ମିଳିତ ଭାବେ ଲାଠିରେ ପିଟି ବେଜେଲଗେଟଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ରଘୁ ଦିବାକରଙ୍କୁ ମିଳିତ ଭାବେ ବିହାରର ଭାଗଲପୁର ଜେଲରେ ଫାଶୀ ଦିଆଯାଇଥିଲା। ଶହୀଦ ଦ୍ୱୟଙ୍କ ସ୍ମୃତି ଉପେକ୍ଷିତ ହୋଇ ରହିଛି। ରଣପୁର ବଜାରରେ କେବଳ ପ୍ରତିମୂର୍ତ୍ତିକୁ ଛାଡିଦେଲେ ସେମାନଙ୍କର ସ୍ମୃତି ରକ୍ଷା ପାଇଁ ନୟାଗଡ ଜିଲାରେ କିଛି ବ୍ୟବସ୍ଥା କରାଯାଇ ନାହିଁ କି ଶହୀଦଙ୍କ ନାମରେ ଆଖିଦୃଶିଆ କୌଣସି କାର୍ଯ୍ୟ କରାଯାଇ ନାହିଁ, ଯାହାକୁ ନେଇ ବିଧାୟକ ଅସନ୍ତୋଷ ପ୍ରକାଶ କରିବା ସହ ରଣପୁର ସ୍ବାସ୍ଥ୍ୟକେନ୍ଦ୍ରର ନାମ ଶହୀଦ ଦ୍ୱୟଙ୍କ ନାମରେ ନାମିତ କରିବାକୁ ଦାବି ଉପସ୍ଥାପନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଏସ୍‌ଡିପିଓଙ୍କୁ ପଡ଼ିଲା ମହଙ୍ଗା: ରାତି ୧୨ଟାରେ ଫୋନ୍‌ କରି କହୁଥିଲେ ଏମିତି…

ନୟାଗଡ଼,୨୧ା୪(ଲୋକନାଥ ମିଶ୍ର): ମହିଳାଙ୍କୁ ଯୌନ ନିର୍ଯାତନା ଦେବା ମହଙ୍ଗା ପଡ଼ିଛି। ନୟାଗଡ଼ ଜିଲା ଖଣ୍ଡପଡ଼ା ସବ୍‌ଡିଭିଜନାଲ ପୋଲିସ ଅଫିସର (ଏସ୍‌ଡିପିଓ) ମଦନ ମୋହନ ପ୍ରଧାନଙ୍କ ମଙ୍ଗଳବାର ମୁଖ୍ୟାଳୟକୁ…

ସମାଲୋଚନା ପରେ ବଦଳିଲା ନିଷ୍ପତ୍ତି, ନୟାଗଡ଼ରେ ୨୦ ରୁ ୨୩ ସମସ୍ତ ବିଦ୍ୟାଳୟ ଛୁଟି

ନୟାଗଡ଼, ୧୯।୪(ଲୋକନାଥ ମିଶ୍ର): ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲା ପ୍ରଶାସନ ଜିଲାର ସମସ୍ତ ପ୍ରକାର ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡ଼ିକୁ ଚଳିତ…

ଚିତାବାଘ ଛାଲ-ବଜ୍ରକାପ୍ତା କାତି ଚୋରା ଚାଲାଣ କରୁଥିଲେ ମା’-ପୁଅ; ମାଡିବସିଲା ବନ ବିଭାଗ, ବଜ୍ରକାପ୍ତାକୁ ୧୬୪ ଖଣ୍ଡ…

ନୟାଗଡ଼,୧୬।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଦଶପଲ୍ଲା ରେଞ୍ଜ କୁଜାମେଣ୍ଡି ବିଟ ହାଉସ ଅଞ୍ଚଳରୁ ଚିତାବାଘର ଛାଲ ଓ ୧୬୪ ଖଣ୍ଡ ବଜ୍ରକାପ୍ତା କାତି ଜବତ ହୋଇଛି ।…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri