ସ୍ବାସ୍ଥ୍ୟକେନ୍ଦ୍ରର ନାମ ଶହୀଦ ରଘୁଦିବାକର ରଖିବାକୁ ପ୍ରସ୍ତାବ

ରଣପୁର, ୧୭।୮(ସ୍ବ.ପ୍ର.)-ନୟାଗଡ ଜିଲାର ରଣପୁର ସ୍ବାସ୍ଥ୍ୟକେନ୍ଦ୍ରର ନାମ ପରିବତ୍ତର୍ର୍ନ କରାଯାଇ ଶହୀଦ ରଘୁଦିବାକରଙ୍କ ନଁାରେ ରଖିବାକୁ ରଣପୁର ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ ପ୍ରସ୍ତାବ ରଖିଛନ୍ତି । ଏ ନେଇ ବିଧାୟକ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୁରୁବାର ୭୩ତମ ସ୍ବାଧୀନତା ଦିବସରେ ସ୍ମାରକପତ୍ର ଦେଇଛନ୍ତି।
ଥାଉକି, ଇଂରେଜ ଶାସନ ସମୟରେ ପ୍ରଜା ଆନ୍ଦୋଳନ ଚାଲୁ ରହିଥିଲା। ଆନ୍ଦୋଳନକୁ ଦମନ କରିବା ପାଇ ବେଜେଲଟଗେଟଙ୍କ ନେତୃତ୍ୱରେ ଫୋର୍ସ ଆସୁଥିଲେ। ଇଂରେଜ ଓ ରଣପୁରବାସୀଙ୍କ ମଧ୍ୟରେ ବିବାଦ ବଢ଼ିଥିଲା । ଏଭଳିସ୍ଥଳେ ବାଦଭୂଇଁର ରଘୁନାଥ ମହାନ୍ତି ଓ ଗଡବାଣିକିଲୋର ଦିବାକର ପରିଡା ମିଳିତ ଭାବେ ଲାଠିରେ ପିଟି ବେଜେଲଗେଟଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ରଘୁ ଦିବାକରଙ୍କୁ ମିଳିତ ଭାବେ ବିହାରର ଭାଗଲପୁର ଜେଲରେ ଫାଶୀ ଦିଆଯାଇଥିଲା। ଶହୀଦ ଦ୍ୱୟଙ୍କ ସ୍ମୃତି ଉପେକ୍ଷିତ ହୋଇ ରହିଛି। ରଣପୁର ବଜାରରେ କେବଳ ପ୍ରତିମୂର୍ତ୍ତିକୁ ଛାଡିଦେଲେ ସେମାନଙ୍କର ସ୍ମୃତି ରକ୍ଷା ପାଇଁ ନୟାଗଡ ଜିଲାରେ କିଛି ବ୍ୟବସ୍ଥା କରାଯାଇ ନାହିଁ କି ଶହୀଦଙ୍କ ନାମରେ ଆଖିଦୃଶିଆ କୌଣସି କାର୍ଯ୍ୟ କରାଯାଇ ନାହିଁ, ଯାହାକୁ ନେଇ ବିଧାୟକ ଅସନ୍ତୋଷ ପ୍ରକାଶ କରିବା ସହ ରଣପୁର ସ୍ବାସ୍ଥ୍ୟକେନ୍ଦ୍ରର ନାମ ଶହୀଦ ଦ୍ୱୟଙ୍କ ନାମରେ ନାମିତ କରିବାକୁ ଦାବି ଉପସ୍ଥାପନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

୧୩ ବଖରା ଭସ୍ମୀଭୂତ

ନୂଆଗାଁ,୨୧।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମରେ ଶନିବାର ନିଆଁ ଲାଗି ୧୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିବିପନ୍ନମାନେ...

ଚନ୍ଦନ ପୋଖରୀରେ ପଦ୍ମ,କଇଁ ଫୁଟିବ

ଖଣ୍ଡପଡ଼ା,୨୧ା୪(ଅଜୟ କୁମାର ମହାରଣା)ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀର ନବୀକରଣ କାର୍ଯ୍ୟ ସହ ପଙ୍କ ଉଦ୍ଧାର କାମ ସରିଛି। କାମ ସରିବା ପରେ ପାଣି ଭରି ଦିଆଯାଇଛି।...

ଆଚରଣ ବିଧି ସମୟରେ ଚାଲିଛି ନିଯୁକ୍ତି

ନୟାଗଡ଼,୨୧।୪(ଲୋକନାଥ ମିଶ୍ର)ନିର୍ବାଚନ ଆଚରଣ ବିଧି ଲାଗୁ ପରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସରଳୟ(ଡିଏଚ୍‌ଏଚ୍‌)ରେ ନିଯୁକ୍ତି ହେଉଥିବା ଅଭିଯୋଗ ହୋଇଛି। ପୁଣି ଜିଲାପାଳଙ୍କ ଅଧ୍ୟକ୍ଷତାରେ ବଦଳି କମିଟି...

ସରକାରୀ କଟକଣା ମାନୁନାହାନ୍ତି ଅଧିକାରୀ

ଓଡ଼ଗାଁ,୨୧ା୪ (ଆଦର୍ଶ କୁମାର ପଟ୍ଟନାୟକ)ସକାଳ ୮ଟାରୁ ପ୍ରଚଣ୍ତ ଖରାରେ ସିଝୁଛି ସାରା ଓଡ଼ିଶା। ଏଥିରୁ ନୟାଗଡ଼ ଜିଲା ଓଡ଼ଗାଁ ବାଦ ଯାଇନି। ଏପଟେ ରାଜ୍ୟ ସରକାର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପ୍ରାର୍ଥୀ ଚୟନରେ ବିଳମ୍ବ, ଫାଇଦା ଉଠାଉଛି ଭାଜପା

ନୟାଗଡ଼/ଭାପୁର,୧୮।୪(ଲୋକନାଥ ମିଶ୍ର/ଭରତ କୁମାର ବେହେରା)ନୟାଗଡ଼ ଜିଲାର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଜୋର ଧରିନି। ଏଠାରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଦେଉ ନ ଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri