ସ୍ବାମୀ ଚରିତ୍ରକୁ ସନ୍ଦେହ, ସ୍ତ୍ରୀ ସାଜିଲେ ହତ୍ୟାକାରୀ

ମୋହନା,୭ା୧(ଡି.ଏନ୍‌.ଏ.)-ସ୍ବାମୀଙ୍କ ଚରିତ୍ରକୁ ସନ୍ଦେହ କଲେ ସ୍ତ୍ରୀ ା
ରାସ୍ତାରୁ ହଟାଇବା ପାଇଁ ଯୋଜନା ରଚିଲେ ା ଶେଷରେ ୩୦ ହଜାର ଟଙ୍କା ସୁପାରୀ ଦେଇ ହତ୍ୟା କଲେ ା ପ୍ରମାଣ ନଷ୍ଟ ପାଇଁ ୧୦୦ କି.ମି ଦୂରରେ ଫିଙ୍ଗି ଦେଲେ ସ୍ବାମୀଙ୍କ ମୃତଦେହ। ସୋମବାର ପୋଲିସ ଅଭିଯୁକ୍ତ ସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ା ଏହି ଘଟଣାରେ ସମ୍ପୃକ୍ତ ଥିବା ୩ ଜଣ ଫେରାର ଅଛନ୍ତି। ଖୁବ୍‌ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ା ମୃତକ ଜଣକ ହେଲେ କଳାହାଣ୍ଡି ଜିଲା ଗୋଲାମୁଣ୍ଡାର ଯୁବରାଜ ଚଣ୍ଡୀ ା
ସୋମବାର ଗଜପତି ଏଏସ୍‌ପି ସୀତାରାମ ଶତପଥୀ ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ଆହୁରି କହିଛନ୍ତି ଯେ, ରାୟଗଡ଼ା ଜିଲା ମୁନିଗୁଡ଼ା ତହସିଲରେ ବରିଷ୍ଠ କିରାଣି ଥିବା ନିବେଦିତାଙ୍କ ସ୍ବାମୀ ଯୁବରାଜ ମୁନିଗୁଡ଼ା ବିଡିଓଙ୍କ ଡ୍ରାଇଭର ଥିଲେ। ମୁନିଗୁଡ଼ା ଗୁପ୍ତା କଲୋନୀରେ ଉଭୟେ ରହୁଥିଲେ। ସ୍ବାମୀ ଅନ୍ୟ ଜଣକୁ ଭଲ ପାଉଥିବା ନିବେଦିତା ସନ୍ଦେହ କରୁଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିଭିନ୍ନ ସମୟ ଝଗଡ଼ା ହେଉଥିଲା। କିଛିଦିନ ପୂର୍ବରୁ ନିବେଦିତା ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ଯୋଜନା ମୁତାବକ ଡିସେମ୍ବର ୩୧ରେ ଯୁବରାଜ ଜିରୋନାଇଟ୍‌ ପାଇଁ ବାହାରକୁ ଯାଇ ବିଳମ୍ବିତ ରାତିରେ ଘରକୁ ଫେରିଥିଲେ। ସ୍ତ୍ରୀଙ୍କ ସମେତ ଅନ୍ୟ ୩ଜଣ ମିଶି ତାଙ୍କୁ ବେଲଣାକାଠି, ନନ୍‌ଷ୍ଟିକ୍‌ ତାୱା ଓ ଲୁହାରଡ୍‌୍‌ରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ଯୁବରାଜଙ୍କର ମୃତ୍ୟୁ ଘଟିଥିଲା। ପ୍ରମାଣ ଲୁଚାଇବା ପାଇଁ ଅଭିଯୁକ୍ତମାନେ ହତ୍ୟାରେ ବ୍ୟବହୃତ ସମସ୍ତ ଜିନିଷ ସହ ରାତାରାତି ମୃତଦେହ ଏକ କାର ଯୋଗେ ଆଣି ପ୍ରାୟ ୧୦୦ କି.ମି. ଦୂର ଅଡ଼ବା ଥାନା ଶ୍ମଶାନ ନିକଟରେ ଫିଙ୍ଗି ଦେଇଥିଲେ। ନୂଆବର୍ଷ ଦିନ ଅର୍ଥାତ୍‌ ବୁଧବାର ଭୋରୁ ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ଅଡ଼ବା ଥାନାଧିକାରୀ ଆଲୋକ ରଞ୍ଜନ ଜଗଦଳା ଓ ଅନ୍ୟ କର୍ମଚାରୀ ମୃତଦେହ ଜବତ କରିଥିଲେ। ସେଠାରୁ ବେଲଣାକାଠି, ଓଢ଼ଣି, ରୁମାଲ, ୨ଟି ଗ୍ଲୋବ୍‌ସ ଜବତ କରାଯାଇଥିଲା। ପୋଲିସ ମାମଲା( ନଂ. ୧/୨୦) ରୁଜୁ କରି ତଦନ୍ତ ଚଳାଇଥିଲା। ଅଡ଼ବା ଥାନା ପକ୍ଷରୁ ସମସ୍ତ ଥାନାକୁ ମୃତଦେହ ଫଟୋ ପଠାଯାଇଥିଲା। ଯୁବରାଜଙ୍କ ଭାଇ ଦେବରାଜ ଏହା ଜାଣିପାରି ଅଡ଼ବା ଥାନାରେ ମୃତଦେହ ଚିହ୍ନଟ କରିଥିଲେ। ମୁନିଗୁଡ଼ା ଓ ଅଡ଼ବା ପୋଲିସ ତଦନ୍ତ ବେଳେ ସ୍ତ୍ରୀ ନିବେଦିତାଙ୍କ ଉପରେ ସନ୍ଦେହ କରିଥିଲେ। ତାଙ୍କୁ ଅଟକ ରଖି ପଚରାଉଚରା ବେଳେ ସ୍ବାମୀଙ୍କ ମାନସିକ ଓ ଶାରୀରିକ ନିର୍ଯାତନା ସହି ନ ପାରି ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଥିଲେ ବୋଲି ଏଏସ୍‌ପି ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

ପୋଖରୀରୁ ମାଛ ଚୋରି ଉଦ୍ୟମ: ଧରାପଡ଼ିବାରୁ ତେଣ୍ଟାରେ ଭୁଷି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି, ୫/୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ଅନ୍ତର୍ଗତ ସିନ୍ଧୁଖାଳି ଗ୍ରାମ ନିକଟସ୍ଥ ପୋଖରୀରୁ ମାଛ ଚୋରି ଉଦ୍ୟମକୁ କେନ୍ଦ୍ର…

ହୃଦ୍‌ଘାତରେ ଅନିତା ଆରୁଖଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭଞ୍ଜନଗର, ୫।୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର୍‌ ଆସୋସିଏସନର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ ବିଜେଡି ନେତା ଦିବାକର ନାୟକଙ୍କ ଧର୍ମପତ୍ନୀ ଅନିତା ଆରୁଖଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?