ସ୍ତ୍ରୀଙ୍କ ଗର୍ଭ ନଷ୍ଟ ଖବର ଶୁଣି ସ୍ବାମୀଙ୍କ ଆତ୍ମହତ୍ୟା

ସେମିଳିିଗୁଡା, ୧୦।୧୨(ସ୍ବ.ପ୍ର)- ହସ୍‌ପିଟାଲରେ ସ୍ତ୍ରୀଙ୍କ ଗର୍ଭ ନଷ୍ଟ କରାଯାଇଥିବା ଖବର ଶୁଣି ସ୍ବାମୀ ସୋମବାର ଆତ୍ମହତ୍ୟା କରିଛନ୍ତି ା ପୁଅ ଘର ଲୋକ ମୃତଦେହକୁ ଝିଅ ଘର ବାରଣ୍ଡାରେ ରଖି ବସିଛନ୍ତି ା ମୃତକଙ୍କ ସ୍ତ୍ରୀ ନ ଆସିବା ପର୍ଯ୍ୟନ୍ତ ମୃତଦେହ ଉଠାଇବେ ନାହିଁ ବୋଲି ପୁଅ ଘର ଲୋକେ ଅଡ଼ି ବସିଛନ୍ତି ା ଏହିପରି ଏକ ଅଭାବନୀୟ ଘଟଣା କୋରାପୁଟ ଜିଲା ସେମିଳିଗୁଡ଼ା ଗାନ୍ଧୀନଗର ଅଞ୍ଚଳରେ ଘଟିଛି ା
ଗାନ୍ଧୀନଗରର ବାଦଲ ବେହେରା ସେମିଳିଗୁଡ଼ାସ୍ଥିତ ଶ୍ରୀରାମନଗରସ୍ଥିତ ମିନୁ ଜୈନଙ୍କୁ ପ୍ରେମ ବିବାହ କରିଥିଲେ ା ଏହି ବିବାହକୁ ଝିଅ ଘର ଲୋକେ ବିରୋଧ କରି ଆସୁଥିଲେ ା ଏମିତି କି ଝିଅ ବାଦଲଙ୍କ ପାଖରେ ରହିବାକୁ ଇଚ୍ଛା କରୁନାହିଁ ା ସେ ଜବରଦସ୍ତି ରଖି ନିର୍ଯାତନା ଦେଉଥିବା ନେଇ ଝିଅ ଘର ଲୋକେ ଥାନାରେ ଅଭିଯୋଗ କରିଥିଲେ ା ପୋଲିସ ବାଦଲଙ୍କୁ ଡ଼ାକି ବୁଝାଶୁଝା କରିଥିଲା ା ଏହାକୁ ନେଇ ବାଦଲ ଅଶାନ୍ତିରେ ରହୁଥିଲେ ା ପରେ ତାଙ୍କ ସ୍ତ୍ରୀଙ୍କୁ ବାପ ଘର ଲୋକ ନେଇ ଯାଇଥିଲେ ା ତାଙ୍କ ସ୍ତ୍ରୀ ୭ ମାସର ଗର୍ଭବତୀ ଥିଲେ ା ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ତାଙ୍କ ସ୍ତ୍ରୀଙ୍କ ଗର୍ଭ ନଷ୍ଟ କରାଯାଉଥିବା ଖବର ପାଇ ବାଦଲ ସୋମବାର ଆତ୍ମହତ୍ୟା କରିଛନ୍ତି ା ପରେ ମୃତଦେହକୁ ନେଇ ବାଦଲଙ୍କ ପରିବାର ଲୋକେ ଝିଅ ଘର ବାରଣ୍ଡାରେ ବସିଛନ୍ତି ା ଯଦି ଝିଅର ଗର୍ଭ ନଷ୍ଟ କରାଯାଇଥିବ, ତାହାହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ା ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ବୁଝାଶୁଝା କରୁଛି ା


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ର ପୋଲିସ ମାଡ଼ରେ ୨ ଓଡ଼ିଆ ଯୁବକ ଗୁରୁତର, ଗଞ୍ଜେଇ ଚାଲାଣକାରୀ କହି ଉଠାଇ ନେଇଥିବା ଅଭିଯୋଗ

ନନ୍ଦପୁର,୩୦।୬(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତ ସୁରୁମି ଗ୍ରାମର ୨ ଯୁବକଙ୍କୁ ଆନ୍ଧ୍ର ମୁଚିମପୁଟ ପୋଲିସ ଗଞ୍ଜେଇ ଚୋରା ଚାଲାଣ କରୁଥିବା…

କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା: ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି, ଭକ୍ତଙ୍କ ପ୍ରବଳ ଭିଡ଼

କୋରାପୁଟ,୨୯ା୬(ଅମିତାଭ ବେହେରା): ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସୋମବାର କୋରାପୁଟସ୍ଥିତ ଶାବର ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି । ପୂର୍ବାହ୍ନ ୧୦ଟା ୩୦ ମିନିଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri