ସେମିଳିିଗୁଡା, ୧୦।୧୨(ସ୍ବ.ପ୍ର)- ହସ୍ପିଟାଲରେ ସ୍ତ୍ରୀଙ୍କ ଗର୍ଭ ନଷ୍ଟ କରାଯାଇଥିବା ଖବର ଶୁଣି ସ୍ବାମୀ ସୋମବାର ଆତ୍ମହତ୍ୟା କରିଛନ୍ତି ା ପୁଅ ଘର ଲୋକ ମୃତଦେହକୁ ଝିଅ ଘର ବାରଣ୍ଡାରେ ରଖି ବସିଛନ୍ତି ା ମୃତକଙ୍କ ସ୍ତ୍ରୀ ନ ଆସିବା ପର୍ଯ୍ୟନ୍ତ ମୃତଦେହ ଉଠାଇବେ ନାହିଁ ବୋଲି ପୁଅ ଘର ଲୋକେ ଅଡ଼ି ବସିଛନ୍ତି ା ଏହିପରି ଏକ ଅଭାବନୀୟ ଘଟଣା କୋରାପୁଟ ଜିଲା ସେମିଳିଗୁଡ଼ା ଗାନ୍ଧୀନଗର ଅଞ୍ଚଳରେ ଘଟିଛି ା
ଗାନ୍ଧୀନଗରର ବାଦଲ ବେହେରା ସେମିଳିଗୁଡ଼ାସ୍ଥିତ ଶ୍ରୀରାମନଗରସ୍ଥିତ ମିନୁ ଜୈନଙ୍କୁ ପ୍ରେମ ବିବାହ କରିଥିଲେ ା ଏହି ବିବାହକୁ ଝିଅ ଘର ଲୋକେ ବିରୋଧ କରି ଆସୁଥିଲେ ା ଏମିତି କି ଝିଅ ବାଦଲଙ୍କ ପାଖରେ ରହିବାକୁ ଇଚ୍ଛା କରୁନାହିଁ ା ସେ ଜବରଦସ୍ତି ରଖି ନିର୍ଯାତନା ଦେଉଥିବା ନେଇ ଝିଅ ଘର ଲୋକେ ଥାନାରେ ଅଭିଯୋଗ କରିଥିଲେ ା ପୋଲିସ ବାଦଲଙ୍କୁ ଡ଼ାକି ବୁଝାଶୁଝା କରିଥିଲା ା ଏହାକୁ ନେଇ ବାଦଲ ଅଶାନ୍ତିରେ ରହୁଥିଲେ ା ପରେ ତାଙ୍କ ସ୍ତ୍ରୀଙ୍କୁ ବାପ ଘର ଲୋକ ନେଇ ଯାଇଥିଲେ ା ତାଙ୍କ ସ୍ତ୍ରୀ ୭ ମାସର ଗର୍ଭବତୀ ଥିଲେ ା ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ତାଙ୍କ ସ୍ତ୍ରୀଙ୍କ ଗର୍ଭ ନଷ୍ଟ କରାଯାଉଥିବା ଖବର ପାଇ ବାଦଲ ସୋମବାର ଆତ୍ମହତ୍ୟା କରିଛନ୍ତି ା ପରେ ମୃତଦେହକୁ ନେଇ ବାଦଲଙ୍କ ପରିବାର ଲୋକେ ଝିଅ ଘର ବାରଣ୍ଡାରେ ବସିଛନ୍ତି ା ଯଦି ଝିଅର ଗର୍ଭ ନଷ୍ଟ କରାଯାଇଥିବ, ତାହାହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ା ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ବୁଝାଶୁଝା କରୁଛି ା
କୋରାପୁଟର ୮୮,୨୮୯ ଚାଷୀଙ୍କ ଖାତାକୁ ଗଲା ୧୭.୮୮ କୋଟି ଟଙ୍କା
କୋରାପୁଟ,୪ା୯(ଅମିତାଭ ବେହରା): ରବି ଋତୁରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ସିଏମ୍-କିଷାନ ଯୋଜନାର ୫ମ କିସ୍ତି ଶୁକ୍ରବାର ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି…
କୋରାପୁଟ ଜିଲାର ୮୮,୨୮୯ ଚାଷୀଙ୍କୁ ୧୭.୮୮ କୋଟିର ସିଏମ୍-କିଷାନ ସହାୟତା
କୋରାପୁଟ, ୪।୯ (ଅମିତାଭ ବେହେରା): ରବି ଋତୁରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ସିଏମ୍-କିଷାନ ଯୋଜନାର ୫ମ କିସ୍ତି ଶୁକ୍ରବାର ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ଓୟୁଏଟିର…
୧୦ ଏକର ଜମିରେ ଗଞ୍ଜେଇ ଚାଷ : ୧୨ ହଜାର ଗଛ ନଷ୍ଟ; ୩ ଗିରଫ
କୋରାପୁଟ, ୪/୯ (ଅମିତାଭ ବେହେରା): କୋରାପୁଟ ଜିଲାରେ ଅବୈଧ ନିଶାଦ୍ରବ୍ୟ ଚାଷ ବିରୋଧରେ ପୋଲିସର ଅଭିଯାନ ଜୋରଦାର ଚାଲିଛି। ସୂଚନା ଆଧାରରେ ପାଡ଼ୱା ଥାନା ପୋଲିସ ଡିସାରିଗୁଡ଼ା…
ଆକ୍ସନରେ ଜିଲାପାଳ: ବଦଳିଲେ ସୁନାବେଢା ସିଡିପିଓ
କୋରାପୁଟ ୩l୯(ଅମିତାଭ ବେହେରା): ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ସୁନାବେଢା ସିଡିପିଓ ନଳିନୀ ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସିଡିପିଓ ନଳିନୀଙ୍କୁ ଜୟପୁର ଉପଜିଲାପାଳଙ୍କ…
Archives

