ସ୍ତ୍ରୀଙ୍କ ଗର୍ଭ ନଷ୍ଟ ଖବର ଶୁଣି ସ୍ବାମୀଙ୍କ ଆତ୍ମହତ୍ୟା

ସେମିଳିିଗୁଡା, ୧୦।୧୨(ସ୍ବ.ପ୍ର)- ହସ୍‌ପିଟାଲରେ ସ୍ତ୍ରୀଙ୍କ ଗର୍ଭ ନଷ୍ଟ କରାଯାଇଥିବା ଖବର ଶୁଣି ସ୍ବାମୀ ସୋମବାର ଆତ୍ମହତ୍ୟା କରିଛନ୍ତି ା ପୁଅ ଘର ଲୋକ ମୃତଦେହକୁ ଝିଅ ଘର ବାରଣ୍ଡାରେ ରଖି ବସିଛନ୍ତି ା ମୃତକଙ୍କ ସ୍ତ୍ରୀ ନ ଆସିବା ପର୍ଯ୍ୟନ୍ତ ମୃତଦେହ ଉଠାଇବେ ନାହିଁ ବୋଲି ପୁଅ ଘର ଲୋକେ ଅଡ଼ି ବସିଛନ୍ତି ା ଏହିପରି ଏକ ଅଭାବନୀୟ ଘଟଣା କୋରାପୁଟ ଜିଲା ସେମିଳିଗୁଡ଼ା ଗାନ୍ଧୀନଗର ଅଞ୍ଚଳରେ ଘଟିଛି ା
ଗାନ୍ଧୀନଗରର ବାଦଲ ବେହେରା ସେମିଳିଗୁଡ଼ାସ୍ଥିତ ଶ୍ରୀରାମନଗରସ୍ଥିତ ମିନୁ ଜୈନଙ୍କୁ ପ୍ରେମ ବିବାହ କରିଥିଲେ ା ଏହି ବିବାହକୁ ଝିଅ ଘର ଲୋକେ ବିରୋଧ କରି ଆସୁଥିଲେ ା ଏମିତି କି ଝିଅ ବାଦଲଙ୍କ ପାଖରେ ରହିବାକୁ ଇଚ୍ଛା କରୁନାହିଁ ା ସେ ଜବରଦସ୍ତି ରଖି ନିର୍ଯାତନା ଦେଉଥିବା ନେଇ ଝିଅ ଘର ଲୋକେ ଥାନାରେ ଅଭିଯୋଗ କରିଥିଲେ ା ପୋଲିସ ବାଦଲଙ୍କୁ ଡ଼ାକି ବୁଝାଶୁଝା କରିଥିଲା ା ଏହାକୁ ନେଇ ବାଦଲ ଅଶାନ୍ତିରେ ରହୁଥିଲେ ା ପରେ ତାଙ୍କ ସ୍ତ୍ରୀଙ୍କୁ ବାପ ଘର ଲୋକ ନେଇ ଯାଇଥିଲେ ା ତାଙ୍କ ସ୍ତ୍ରୀ ୭ ମାସର ଗର୍ଭବତୀ ଥିଲେ ା ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ତାଙ୍କ ସ୍ତ୍ରୀଙ୍କ ଗର୍ଭ ନଷ୍ଟ କରାଯାଉଥିବା ଖବର ପାଇ ବାଦଲ ସୋମବାର ଆତ୍ମହତ୍ୟା କରିଛନ୍ତି ା ପରେ ମୃତଦେହକୁ ନେଇ ବାଦଲଙ୍କ ପରିବାର ଲୋକେ ଝିଅ ଘର ବାରଣ୍ଡାରେ ବସିଛନ୍ତି ା ଯଦି ଝିଅର ଗର୍ଭ ନଷ୍ଟ କରାଯାଇଥିବ, ତାହାହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ା ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ବୁଝାଶୁଝା କରୁଛି ା


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ଲକ୍ଷ୍ମୀପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପବିତ୍ରଙ୍କ ନାମାଙ୍କନପତ୍ର ଦାଖଲ

କୋରାପୁଟ,୨୨ା୪(ଅମିତାଭ ବେହେରା): ଲକ୍ଷ୍ମୀପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପବିତ୍ର ସାଉଁତା କୋରାପୁଟ ଅତିରିକ୍ତ ଜିଲାପାଳ ଲଗ୍ନଜିତ୍‌ ରାଉତଙ୍କଠାରେ ନାମାଙ୍କନପତ୍ର ଦାଖଲ କରୁଛନ୍ତି। ଏହି ଅବସରରେ...

ଦୀର୍ଘବର୍ଷ ପରେ ପୂଜା ପାଇବେ ପ୍ରଭୁ ରଘୁନାଥଜୀଉ, ମାଳିପୁଟ ଉତ୍ସବମୁଖର

ପଟାଙ୍ଗି,୨୨ା୪(ଶରତ ଧଳ): ଦୀର୍ଘବର୍ଷ ଧରି ଗ୍ରାମବାସୀଙ୍କ ଶ୍ରମଦାନ ଓ ଜଣେ ବ୍ୟକ୍ତିଙ୍କ ସ୍ବେଚ୍ଛାକୃତ ଅର୍ଥଦାନରେ ଗଢ଼ି ଉଠିଥିବା ମନ୍ଦିର ପ୍ରତିଷ୍ଠା କରି ସମସ୍ତଙ୍କ ପାଇଁ ଉଦାହରଣ...

ସପ୍ତଗିରିଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ସ୍ତ୍ରୀ

କୋରାପୁଟ,୨୧।୪(ଅମିତାଭ ବେହେରା): ଚଳିତ ସାଧାରଣ ନିର୍ବାଚନରେ କୋରାପୁଟ ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ସପ୍ତଗିରି ଉଲାକାଙ୍କୁ ପ୍ରାର୍ଥୀଭାବେ ରିପିଟ କରାଯାଇଛି। ବର୍ତ୍ତମାନ ସପ୍ତଗିରି...

ପାହାଡ଼ ଜଙ୍ଗଲରେ ନିଆଁ

ଦାମନଯୋଡ଼ି,୨୧ା୪(ମାନସ ରଞ୍ଜନ କର): ଲୋକ ସଚେତନତା ଅଭାବରୁ ଜଙ୍ଗଲରେ ନିଆଁ ହୁତୁହୁତୁ ହୋଇ ଜଳୁଛି। ଜଙ୍ଗଲ ପାହାଡ଼ ନିଆଁ ଯୋଗୁ ଜଙ୍ଗଲ ଜୀବଜନ୍ତୁ ଭୟଭୀତ ହୋଇପଡ଼ିଥିବା...

ବେସରକାରୀ ଛାତରେ ଲାଗିଛି ସରକାରୀ ହୋର୍ଡିଂ

ସୁନାବେଡା,ସେମିଳିଗୁଡା,୨୧ା୪କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼: ସୁନାବେଡା ପୌର ପରିଷଦ ଅଧୀନ ସେମିଳିଗୁଡା ଗୋପବନ୍ଧୁ ନଗରଠାରେ ମିଶନ୍‌ ଶକ୍ତି ଏବଂ ନୂଆ-ଓ ର ଦୁଇଟି ବଡ ହୋର୍ଡିଂ ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri