କୋଟିଆ ପ୍ରସଙ୍ଗ: ଏଇଠି ସରିଲା ନା ଆଗକୁ ଲଢ଼ିବେ

ପଟ୍ଟାଙ୍ଗି,୭ା୧୧(ଶରତ କୁମାର ଧଳ):କୋରାପୁଟ ଜିଲା କୋଟିଆ ପଞ୍ଚାୟତରେ ଆନ୍ଧ୍ର ନିର୍ବାଚନକୁ ନେଇ କିଛିଦିନ ଧରି ଓଡ଼ିଶା-ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଏବଂ ନେତା ମୁହଁାମୁହିଁ ହୋଇଥିଲେ। ସୀମାନ୍ତରେ ପ୍ରତିଦିନ ବିଭିନ୍ନ ଦଳର ନେତା ଓ ପ୍ରଶାସନିକ ଅଧିକାରୀଙ୍କ ଯାତାୟାତ ଲାଗି ରହିଥିଲା। ଲୋକଙ୍କୁ ଆନ୍ଧ୍ର ନିର୍ବାଚନରେ ମତଦାନ ନ କରିବାକୁ ବୁଝାଇବା ସହ ସେମାନଙ୍କୁ ଏଥିରୁ ଦୂରେଇ ରଖିବାକୁ ରାଜ୍ୟର ୩ ପ୍ରମୁଖ ଦଳର ନେତାମାନେ ଗୋଟିଏ ଜାଗାରେ ଏକତ୍ର ହୋଇ ଚେଷ୍ଟା ଜାରି ରଖିଥିଲେ। କିନ୍ତୁ ଯେଉଁ ନିର୍ବାଚନ ପାଇଁ ୨ ରାଜ୍ୟ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା ଗତ ୫ତାରିଖ ଆନ୍ଧ୍ର ନିର୍ବାଚନ ପରେ ଏଥିରେ ଯବନିକା ପଡ଼ିଛି। କୋଟିଆ ପଞ୍ଚାୟତର ସୀମାନ୍ତ ଗଁାଗୁଡ଼ିକର ଲୋକେ ଆନ୍ଧ୍ର ନିର୍ବାଚନରେ ବିନା ଦ୍ୱିଧାରେ ମତଦାନ ସାବ୍ୟସ୍ତ କରିଛନ୍ତି। ୪ ଦିନ ଧରି କୋଟିଆରେ ଡେରା ପକାଇଥିବା ଓଡ଼ିଶା ପ୍ରଶାସନିକ ଅଧିକାରୀ, ନେତା ନିଜ ନିଜ କାର୍ଯ୍ୟରୁ ଫେରିଛନ୍ତି। ସୀମାନ୍ତବାସୀ ପୁଣି ସେମାନଙ୍କ ଦୈନନ୍ଦିନ କାର୍ଯ୍ୟ ପାଇଁ ଆନ୍ଧ୍ର ଉପରେ ନିର୍ଭରଶୀଳ ହୋଇଛନ୍ତି। ଆନ୍ଧ୍ର ପୋଲିସ ନିଜ ଅଞ୍ଚଳକୁ ଫେରିଛି। କେବଳ କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ କୋଟିଆ ପଞ୍ଚାୟତରେ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି। ଲୋକଙ୍କ ମନରେ ଓଡ଼ିଶା ପ୍ରତି ଅଭିମାନ ରହିଛି। ତେବେ ଏତେ ଦିନ ଧରି କୋଟିଆବାସୀଙ୍କୁ ଆନ୍ଧ୍ରକୁ ଭୋଟ ନ ଦେଇ ଓଡ଼ିଶାର ସ୍ବାଭିମାନ ରକ୍ଷା କରିବାକୁ ବୁଝାଉଥିବା ଓଡ଼ିଶାର ନେତା ଓ ପ୍ରଶାସନିକ ଅଧିକାରୀଙ୍କ ଆଗାମୀ ଆଭିମୁଖ୍ୟକୁ ନେଇ ଅନେକେ ନଜର ରଖିଛନ୍ତି। କୋଟିଆ ଓଡ଼ିଶାର, ସମସ୍ତ ସୀମାନ୍ତବାସୀ ଓଡ଼ିଆ ବୋଲି ଦ୍ୱାହି ଦେଉଥିବା ନେତା, ପ୍ରଶାସନିକ ଅଧିକାରୀ ଏହି ଲଢ଼େଇ ଆଗକୁ ଜାରି ରଖିବେ ନା ଆନ୍ଧ୍ର ନିର୍ବାଚନ ପରେ ଏଥିରେ ଯବନିକା ପଡ଼ିବ ଏ ନେଇ ପ୍ରଶ୍ନ ଉଠିଛି।
ସୂଚନାନୁଯାୟୀ, ଆନ୍ଧ୍ରର ନିର୍ବାଚନକୁ ନେଇ ଗତ ୪ଦିନ ଧରି କୋରାପୁଟ ଜିଲା ପ୍ରଶାସନ, ରାଜ୍ୟର ବିଭିନ୍ନ ରାଜନୈତିକ ଦଳ ସମେତ ଅନ୍ୟ ସଙ୍ଗଠନର ସଦସ୍ୟଙ୍କ କୋଟିଆ ପଞ୍ଚାୟତକୁ ଯାତାୟାତ ଲାଗି ରହିଥିଲା। ସୀମାନ୍ତ ଗ୍ରାମଗୁଡ଼ିକ ଚଳଚଞ୍ଚଳ ରହିଥିଲା। କିନ୍ତୁ ଗୁରୁବାର ଆନ୍ଧ୍ର ନିର୍ବାଚନ ସରିବା ପରେ ନେରେଡିବାଲସାଠାରୁ ଆରମ୍ଭ କରି ଧୂଳିପଦର, ଉପରସେମ୍ବି, କୋଟିଆ, ଫାଟୁସିନେରୀ ଓ ଫଗୁଣସିନେରୀ ଆଦି ସୀମାନ୍ତ ଗଁା ଖଁା ଖଁା ହୋଇଛି। ଓଡ଼ିଶା ପୋଲିସ ଫୋର୍ସ ମୁତୟନ ରହିଛି। ସମୟ ଅନୁକ୍ରମେ ଏହି ପଞ୍ଚାୟତର ସଦର ମହକୁମାର ଥାନାଧିକାରୀ ମଧୁସୂଦନ ଭୋଇ ଫାଟୁସିନେରୀ, ଉପରସେମ୍ବି ଓ ନେରେଡିବାଲସା ପ୍ରମୁଖ ସ୍ଥାନରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ମୁତୟନ ଓଡ଼ିଶା ପୋଲିସ ସହ ଗ୍ରାମବାସୀ କୌଣସି କଥାବାର୍ତ୍ତା କରୁ ନ ଥିବା ଦେଖିବାକୁ ମିଳିଛି। ପୋଲିସର ସ୍ଥାପିତ ଅସ୍ଥାୟୀ ଚେକ୍‌ ପୋଷ୍ଟ ଦେଇ ଲୋକେ ଆନ୍ଧ୍ରକୁ ଯାତାୟାତ କରୁଛନ୍ତି। ଆନ୍ଧ୍ର ଏବଂ ଓଡ଼ିଶା ସରକାର ମଧ୍ୟରେ ଯାହା ହେବାର ଅଛି ହେଉ, କିନ୍ତୁ ଏହା ମଝିରେ ଆମକୁ ଏଭଳି ହଇରାଣ କରି ମାନସିକ ନିର୍ଯାତନା କାହିଁକି ଦିଆଯାଉଛି ବୋଲି ନେରେଡ଼ିବାଲସା ଗ୍ରାମବାସୀ ପ୍ରଶ୍ନ କରୁଛନ୍ତି। ଓଡ଼ିଶାର ବ୍ଲକ ପ୍ରଶାସନକୁ ଜଙ୍ଗଲଜମି ପଟ୍ଟା ପାଇଁ ଅନେକ ଥର ଆବେଦନ କରିଥିଲେ ସୁଦ୍ଧା ଏଯାଏ କାହାକୁ ଦିଆଯାଇନାହିଁ। କିନ୍ତୁ ଆନ୍ଧ୍ର ସରକାର ସମସ୍ତ ପରିବାରକୁ ଜମିପଟ୍ଟା ଦେଇଛନ୍ତି। ପ୍ରତିବର୍ଷ ଘର ପିଛା ୨୦ ହଜାର ଟଙ୍କା ଦେଇ ଘର ନ ଥିବା ସୀମାନ୍ତବାସୀଙ୍କୁ ଜଙ୍ଗଲଜମି ପଟ୍ଟା ମଧ୍ୟରେ ଘର ଦେଉଛନ୍ତି, ତେଣୁ ଆନ୍ଧ୍ର ସମର୍ଥନରେ ରହିଛୁ ବୋଲି ସେମାନେ କହିଛନ୍ତି। ଆନ୍ଧ୍ରର ନିର୍ବାଚନ ପୂର୍ବଦିନ ଓଡ଼ିଶା ପ୍ରଶାସନ ସହ କଥା କଟାକଟି ବେଳେ ୩ ଗ୍ରାମର ଗ୍ରାମବାସୀ ଓଡ଼ିଶାର ରାଶନ କାର୍ଡ ଫେରାଇ ଦେଇଥିଲେ। ଏ ସମ୍ପର୍କରେ କୋଟିଆ ପଞ୍ଚାୟତ ନୋଡାଲ ଅଧିକାରୀ ତଥା ଉପଜିଲାପାଳ ଫାବି ରସିଦଙ୍କୁ ପଚାରିବାରୁ ପୂର୍ବରୁ କ’ଣ ହୋଇଛି, ତାହା ମୁଁ ଜାଣିନାହିଁ। ବର୍ତ୍ତମାନ ଯଦି କେହି କିଛି ସହଯୋଗ ଚାହୁଁଛନ୍ତି, ତା’ହେଲେ ସେମାନେ ଦୃଷ୍ଟିକୁ ଆଣିଲେ ସହାୟତା ଦିଆଯିବ ବୋଲି ସେ କହିଛନ୍ତି। ଲୋକେ ଅଭିମାନରେ ଓଡ଼ିଶାର ରାଶନ କାର୍ଡ ଫେରାଇଛନ୍ତି, କିନ୍ତୁ ସେମାନଙ୍କୁ ପୁଣି ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କଳିଙ୍ଗା ଘାଟି ରାସ୍ତା ଖୋଲିଲା: ଯାନବାହନ ଚଳାଚଳ ସ୍ବାଭାବିକ

ଭଞ୍ଜନଗର,୭।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ବାରମ୍ବାର ଭୂସ୍ଖଳନ ଯୋଗୁ ରାସ୍ତା ବନ୍ଦ ରହିଥିବାରୁ ଏହା କେବେ ଖୋଲିବ, ସେନେଇ…

ଦାରିଙ୍ଗବାଡ଼ି-ଗାଜଲବାଡ଼ି ରାସ୍ତାରେ ଗଡ଼ିଲା ୪ ଚକିଆ ଗାଡ଼ି: ଭାରୀଯାନ ଉପରେ କଟକଣା ଜାରି

ଦାରିଙ୍ଗବାଡ଼ି, ୭।୧୧ (ଅରୁଣ ସାହୁ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୂସ୍ଖଳନ ଓ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଦାରିଙ୍ଗବାଡ଼ି-ଗାଜଲବାଡ଼ି ରାସ୍ତାରେ ଯାତାୟାତ ପୁଣି ସୱାଭାବିକ ହେବାକୁ ଯାଉଛି।…

ଅଧିକାରୀଙ୍କୁ ପ୍ରାରମ୍ଭିକ ଶିକ୍ଷା

ନିଜ ରାଜ୍ୟ କ୍ୟାଡରରେ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଯୁବ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର କାର୍ଯ୍ୟଧାରା ଓ ପ୍ରାଥମିକତା ସହ ପରିଚିତ କରାଇବା ପାଇଁ…

ICCର ବଡ଼ ଘୋଷଣା: ନେପାଳରେ ଖେଳାଯିବ ବିଶ୍ୱକପ୍‌…

ନୂଆଦିଲ୍ଲୀ,୭।୧୧: ୨୦୨୭ ଆଇସିସି ପୁରୁଷ ଦିନିକିଆ ବିଶ୍ୱକପକୁ ନେଇ ବଡ଼ ଘୋଷଣା କରିଛି ଆଇସିସି। ଆସନ୍ତା ଡିସେମ୍ବର ୪ରୁ ନେପାଳରେ ଆରମ୍ଭ ହେବ ୱାଲର୍‌ଡ କପ କ୍ୱାଲିଫାୟର…

W, W, W, W…୪ ବଲ୍‌ରେ ୪ ଉଇକେଟ! ଡବଲ ହ୍ୟାଟ୍ରିକ ନେଇ ଇତିହାସ ରଚିଲେ ବୈଷ୍ଣବୀ

ନ୍ୟୁ ଚଣ୍ଡୀଗଡ଼,୭।୧୧: ଭାରତୀୟ ମହିଳା କ୍ରିକେଟ୍‌ରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଷ୍ଟାର ସ୍ପିନର ବୈଷ୍ଣବୀ ଶର୍ମା। ମାତ୍ର ୪ଟି ବଲ୍‌ରେ ଲଗାତାର ୪ଟି ଉଇକେଟ ନେଇ…

ରିଲ୍ସ ପାଇଁ ନାବାଳକଙ୍କ ଆଖିରେ ପଟି ବାନ୍ଧି ନିଆଁ ଲଗାଇଲେ

କୋଲକାତା,୭ା୧୧: ସୋସିଆଲ ମିଡିଆ ପାଇଁ ରିଲ୍ସ କରିବା ନିଶାରେ ଜଣେ ନାବାଳକଙ୍କ ଆଖିରେ ପଟି ବାନ୍ଧି ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗରେ…

ଓବିସି କ୍ରିମି ଲେୟର ମାପଦଣ୍ଡ ଉପରେ ଆଭିମୁଖ୍ୟ ଦୋହରାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୭ା୧୧: ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) କ୍ରିମି ଲେୟର ବା ସ୍ବଚ୍ଛଳ ବର୍ଗ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ତାଙ୍କର ଗତ ମାର୍ଚ୍ଚ ୧୧ର ରାୟକୁ ଦୋହରାଇଛନ୍ତି।…

ସରକାରଙ୍କ ବିରୋଧରେ ଅଭିଯୋଗ ଆଣି ଆଦିବାସୀ ନେତ୍ରୀଙ୍କ ଆତ୍ମହତ୍ୟା

ରାଞ୍ଚତ୍, ୭ା୧୧: ଆଦିବାସୀ ଅଧିକାର କର୍ମୀ ତଥା ନେତ୍ରୀ ନିଶା ଭଗତ ଶୁକ୍ରବାର ଝାଡ଼ଖଣ୍ଡ ସରକାରଙ୍କ ବିରୋଧରେ ଅଭିଯୋଗ ଆଣି ଫେସ୍‌ବୁକ୍‌ରେ ଲାଇଭ ଆସିବା ସମୟରେ ରାଞ୍ଚତ୍ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?