Posted inଜାତୀୟ

ସୋସିଆଲ ମିଡିଆ ଆପ୍‌ରୁ ବ୍ୟକ୍ତିଗତ ତଥ୍ୟ ହଟାଉଛନ୍ତି ବ୍ୟବହାରକାରୀ

ନୂଆଦିଲ୍ଲୀ, ୩।୫ (ଆଇଏଏନ୍‌ଏସ୍‌): ସୋସିଆଲ ମିଡିଆର ଗତି ସବୁଠାରୁ ଆଗରେ ଥିବାରୁ ଏହାର ଆଦର କାହିଁରେ କ’ଣ ରହିଛି। କିନ୍ତୁ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହେଉଥିବାର ଅନେକ ଅଭିଯୋଗ ଆସିଥାଏ। ସୋସିଆଲ ମିଡିଆର ବିଭିନ୍ନ ଆପ୍‌ରେ ବ୍ୟବହାରକାରୀ ଦେଉଥିବା ବ୍ୟକ୍ତିଗତ ତଥ୍ୟକୁ କାରସାଦି କରାଯାଇ କମ୍ପାନୀ କିମ୍ବା ବିଦେଶକୁ ପ୍ରେରଣ କରାଯାଉଥିବା ବିଷୟ ଅତୀତରେ ବହୁବାର ଆଲୋଚନା ପରିସରକୁ ଆସିଛି। ତେଣୁ ଇଣ୍ଟରନେଟ୍‌ ଉପଭୋକ୍ତାମାନେ ବ୍ୟକ୍ତିଗତ ତଥ୍ୟକୁ କିଭଳି ଅଧିକ ସୁରକ୍ଷିତ ରଖିପାରିବେ, ସେଥିସକାଶେ ପ୍ରୟାସ କରୁଛନ୍ତି। ସାଇବର ସିକ୍ୟୁରିଟି ଫାର୍ମ ‘କାସପର୍ସସ୍କାଏ’ ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ୮୨ ପ୍ରତିଶତ ବ୍ୟବହାରକାରୀ ଓ୍ବେବ୍‌ସାଇଟ୍‌ କିମ୍ବା ସୋସିଆଲ ମିଡିଆ ଚ୍ୟାନେଲରେ ଥିବା ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ହଟାଇ ଦେବାକୁ ପ୍ରୟାସ କରୁଛନ୍ତି। ଅର୍ଥାତ୍‌ ୫ ଜଣରୁ ୪ ଜଣ ନିଜ ସୁରକ୍ଷା ନେଇ ଆଶଙ୍କାରେ ଥିବାରୁ ଏଭଳି ପଦକ୍ଷେପ ନେଉଥିବା ସଦ୍ୟ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି।
୨୩ ଦେଶରେ କରାଯାଇଥିବା ସର୍ଭେ ଅନୁଯାୟୀ ଇଣ୍ଟରନେଟ୍‌ ବ୍ୟବହାରକାରୀମାନେ କେବଳ ଯେ ନିଜର ବ୍ୟକ୍ତିଗତ ତଥ୍ୟ ନେଇ ଚିନ୍ତିତ ଅଛନ୍ତି ତାହା ନୁହେଁ, ସେମାନଙ୍କ ସମ୍ପର୍କୀୟମାନେ ମଧ୍ୟ ଏଭଳି ତଥ୍ୟ ହଡ଼ପର ଶିକାର ହେଉଛନ୍ତି। ୨୪ ପ୍ରତିଶତ ଇଣ୍ଟରନେଟ୍‌ ବ୍ୟବହାରକାରୀ ଦାବି କରିଛନ୍ତି, ସେମାନଙ୍କ ବ୍ୟକ୍ତିଗତ ଡାଟା ଓ ପରିବାର ତଥ୍ୟ ସେମାନଙ୍କ ବିନା ସମ୍ମତିରେ ସାଧାରଣରେ ଉପଲବ୍ଧ ହେଉଛି। ତେଣୁ ବ୍ୟକ୍ତିଗତ ତଥ୍ୟ କିଭଳି ଅନ୍‌ଲାଇନ୍‌ରେ ସୁରକ୍ଷିତ ରଖାଯାଇପାରିବ ସେ ନେଇ ସୁନିଶ୍ଚିତ କରିବା ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ବୋଲି କାସପର୍ସସ୍କାଏର କଞ୍ଜୁମର ପ୍ରଡକ୍ଟ ମାର୍କେଟିଂ ମୁଖ୍ୟ ମାରିନା ଟିଟୋଭା କହିଛନ୍ତି। ସେଥିପାଇଁ ୪୩ ପ୍ରତିଶତ ବ୍ୟବହାରକାରୀ ନିଜର ବ୍ୟକ୍ତିଗତ ତଥ୍ୟ ଲୁଚାଇ ରଖିବା ନିମନ୍ତେ ଇଣ୍ଟରନେଟ୍‌ ବ୍ରାଉଜିଂ ବେଳେ ଅତ୍ୟନ୍ତ ସତର୍କତା ଅବଲମ୍ବନ କଲେଣି। କେତେକ ଉପଭୋକ୍ତା ନିଜ ଉପକରଣ (ଡିଭାଇସ୍‌)ରେ ବ୍ୟକ୍ତିଗତ ତଥ୍ୟ ରଖିବାକୁ ମଧ୍ୟ ଡରିଗଲେଣି। ୨୧ ପ୍ରତିଶତ ବ୍ୟବହାରକାରୀ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରାଯାଉଥିବାରୁ ଚିନ୍ତିତ ହୋଇପଡ଼ିଛନ୍ତି।
କାସପର୍ସସ୍କାଏ ପକ୍ଷରୁ ପରାମର୍ଶ ଦିଆଯାଇଛି, ଇଣ୍ଟରନେଟ୍‌ ବ୍ୟବହାରକାରୀ ନିଜ ତଥ୍ୟକୁ ସୁରକ୍ଷିତ ରଖିବା ଲାଗି ସେମାନେ ସେମାନଙ୍କ ଅନଲାଇନ୍‌ ଆକାଉଣ୍ଟର କେଉଁଥିରେ ବ୍ୟକ୍ତିଗତ ଡାଟା ରଖିବା ଠିକ୍‌ ହେବ ତାହାର ତାଲିକା ନିଜ ପାଖରେ ରଖିବା ଉଚିତ। ସେହି ସମୟରେ ଉପଭୋକ୍ତାମାନେ ‘ପ୍ରାଇଭେଟ୍‌ ଚେକର୍‌’ ବ୍ୟବହାର କରିବା ଦରକାର, ଯଦ୍ଦ୍ବାରା ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ତୃତୀୟ ପକ୍ଷ ଜାଣିବା କଷ୍ଟକର ହୋଇପଡ଼ିବ ବୋଲି ଏହି ସାଇବର ସିକ୍ୟୁରିଟି ଫାର୍ମ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ: ବନ୍ଧୁକ, ଖଣ୍ଡା ସହ ବାଇକ୍‌ ଜବତ କରି…

ପୁରୁଷୋତ୍ତମପୁର,୨୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ଏକ ବଡ଼ସଫଳତା ମିଳିଥିବା ବେଳେ ସହ ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ…

ବିକ୍ଷୋଭ ପ୍ରଦର୍ଶନକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ରାଜନାଥ ସିଂ, ଛାତ୍ରଙ୍କୁ କରାଯାଉଛି…

ନୂଆଦିଲ୍ଲୀ,୨୨।୭: ସୋନମ ୱାଙ୍ଗଚୁକଙ୍କ ଅନଶନ, ସିଜେପିର ପ୍ରତିବାଦ ଏବଂ ବିରୋଧୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ ସରକାର ପଛକୁ ହଟିଥିବା ପରି ମନେ ହେଉଛି। ଏହି ସମୟରେ, ପ୍ରତିରକ୍ଷା…

ଭିଜିଲାନ୍ସ ଜାଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, SHG ମହିଳାଙ୍କଠାରୁ…

ଭବାନୀପାଟଣା,୨୨ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସ୍କୁଲରେ ନିୟୋଜିତ…

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ଗଞ୍ଜେଇ ଚୋରା ଚାଲାଣର ସାମ୍ରାଜ୍ୟ ଚଳାଇଥିଲେ, ୨ ଯୁବକଙ୍କୁ ଧରି..

ଦାରିଙ୍ଗବାଡ଼ି,୨୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଗଞ୍ଜେଇ ପ୍ୟାକିଂ କରି ବାହାରକୁ ଚାଲାଣ କରୁଥିବା ୨ ଜଣିଆ ଟିମ୍‌କୁ…

ରାଜରାସ୍ତାରେ କଂଗ୍ରେସ-ଭାଜପାକର୍ମୀଙ୍କ ମଧ୍ୟରେ ସଂଘର୍ଷ; ମୁଣ୍ଡ ଫାଟିଲା, ଗାଡ଼ିର କାଚ…

ପାଟନା,୨୨।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ନେତାମାନେ ଧାରଣାରେ ବସିଥିଲେ । ଏହାପରେ ବୁଧବାର ଭାଜପା ପକ୍ଷରୁ ପାଟନାରେ ଏକ ପ୍ରତିବାଦ ଶୋଭାଯାତ୍ରା…

ଓମ୍‌ ବିର୍ଲାଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ, କିଛି ବଡ଼ ହେବାକୁ ଯାଉଛି…

ନୂଆଦିଲ୍ଲୀ,୨୨।୭: ନିଟ୍-ୟୁଜି (NEET-UG) ପରୀକ୍ଷା ପେପର୍ ଲିକ୍‌କୁ ନେଇ ସଂସଦରେ ଚାଲିଥିବା ଗତିରୋଧ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲୋକ ସଭାରେ ଏହି ଗୁରୁତ୍ୱପୂର୍ଣ୍ଣ…

ଜମ୍ମୁ-କାଶ୍ମୀରର ବଡ଼ ଆତଙ୍କବାଦୀ ଆକ୍ରମଣ: ଶହୀଦ ହୋଇଗଲେ…

ଶ୍ରୀନଗର,୨୨।୭: ଜମ୍ମୁ ଓ କାଶ୍ମୀରର ଅନନ୍ତନାଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ ଚୌକ ନିକଟରେ ଆତଙ୍କବାଦୀ ଆକ୍ରମଣରେ ଜଣେ କନଷ୍ଟେବଳ ଶହୀଦ ହୋଇଛନ୍ତି। ଆକ୍ରମଣକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri