Posted inଜାତୀୟ

ସୋସିଆଲ ମିଡିଆ ଆପ୍‌ରୁ ବ୍ୟକ୍ତିଗତ ତଥ୍ୟ ହଟାଉଛନ୍ତି ବ୍ୟବହାରକାରୀ

ନୂଆଦିଲ୍ଲୀ, ୩।୫ (ଆଇଏଏନ୍‌ଏସ୍‌): ସୋସିଆଲ ମିଡିଆର ଗତି ସବୁଠାରୁ ଆଗରେ ଥିବାରୁ ଏହାର ଆଦର କାହିଁରେ କ’ଣ ରହିଛି। କିନ୍ତୁ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହେଉଥିବାର ଅନେକ ଅଭିଯୋଗ ଆସିଥାଏ। ସୋସିଆଲ ମିଡିଆର ବିଭିନ୍ନ ଆପ୍‌ରେ ବ୍ୟବହାରକାରୀ ଦେଉଥିବା ବ୍ୟକ୍ତିଗତ ତଥ୍ୟକୁ କାରସାଦି କରାଯାଇ କମ୍ପାନୀ କିମ୍ବା ବିଦେଶକୁ ପ୍ରେରଣ କରାଯାଉଥିବା ବିଷୟ ଅତୀତରେ ବହୁବାର ଆଲୋଚନା ପରିସରକୁ ଆସିଛି। ତେଣୁ ଇଣ୍ଟରନେଟ୍‌ ଉପଭୋକ୍ତାମାନେ ବ୍ୟକ୍ତିଗତ ତଥ୍ୟକୁ କିଭଳି ଅଧିକ ସୁରକ୍ଷିତ ରଖିପାରିବେ, ସେଥିସକାଶେ ପ୍ରୟାସ କରୁଛନ୍ତି। ସାଇବର ସିକ୍ୟୁରିଟି ଫାର୍ମ ‘କାସପର୍ସସ୍କାଏ’ ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ୮୨ ପ୍ରତିଶତ ବ୍ୟବହାରକାରୀ ଓ୍ବେବ୍‌ସାଇଟ୍‌ କିମ୍ବା ସୋସିଆଲ ମିଡିଆ ଚ୍ୟାନେଲରେ ଥିବା ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ହଟାଇ ଦେବାକୁ ପ୍ରୟାସ କରୁଛନ୍ତି। ଅର୍ଥାତ୍‌ ୫ ଜଣରୁ ୪ ଜଣ ନିଜ ସୁରକ୍ଷା ନେଇ ଆଶଙ୍କାରେ ଥିବାରୁ ଏଭଳି ପଦକ୍ଷେପ ନେଉଥିବା ସଦ୍ୟ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି।
୨୩ ଦେଶରେ କରାଯାଇଥିବା ସର୍ଭେ ଅନୁଯାୟୀ ଇଣ୍ଟରନେଟ୍‌ ବ୍ୟବହାରକାରୀମାନେ କେବଳ ଯେ ନିଜର ବ୍ୟକ୍ତିଗତ ତଥ୍ୟ ନେଇ ଚିନ୍ତିତ ଅଛନ୍ତି ତାହା ନୁହେଁ, ସେମାନଙ୍କ ସମ୍ପର୍କୀୟମାନେ ମଧ୍ୟ ଏଭଳି ତଥ୍ୟ ହଡ଼ପର ଶିକାର ହେଉଛନ୍ତି। ୨୪ ପ୍ରତିଶତ ଇଣ୍ଟରନେଟ୍‌ ବ୍ୟବହାରକାରୀ ଦାବି କରିଛନ୍ତି, ସେମାନଙ୍କ ବ୍ୟକ୍ତିଗତ ଡାଟା ଓ ପରିବାର ତଥ୍ୟ ସେମାନଙ୍କ ବିନା ସମ୍ମତିରେ ସାଧାରଣରେ ଉପଲବ୍ଧ ହେଉଛି। ତେଣୁ ବ୍ୟକ୍ତିଗତ ତଥ୍ୟ କିଭଳି ଅନ୍‌ଲାଇନ୍‌ରେ ସୁରକ୍ଷିତ ରଖାଯାଇପାରିବ ସେ ନେଇ ସୁନିଶ୍ଚିତ କରିବା ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ବୋଲି କାସପର୍ସସ୍କାଏର କଞ୍ଜୁମର ପ୍ରଡକ୍ଟ ମାର୍କେଟିଂ ମୁଖ୍ୟ ମାରିନା ଟିଟୋଭା କହିଛନ୍ତି। ସେଥିପାଇଁ ୪୩ ପ୍ରତିଶତ ବ୍ୟବହାରକାରୀ ନିଜର ବ୍ୟକ୍ତିଗତ ତଥ୍ୟ ଲୁଚାଇ ରଖିବା ନିମନ୍ତେ ଇଣ୍ଟରନେଟ୍‌ ବ୍ରାଉଜିଂ ବେଳେ ଅତ୍ୟନ୍ତ ସତର୍କତା ଅବଲମ୍ବନ କଲେଣି। କେତେକ ଉପଭୋକ୍ତା ନିଜ ଉପକରଣ (ଡିଭାଇସ୍‌)ରେ ବ୍ୟକ୍ତିଗତ ତଥ୍ୟ ରଖିବାକୁ ମଧ୍ୟ ଡରିଗଲେଣି। ୨୧ ପ୍ରତିଶତ ବ୍ୟବହାରକାରୀ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରାଯାଉଥିବାରୁ ଚିନ୍ତିତ ହୋଇପଡ଼ିଛନ୍ତି।
କାସପର୍ସସ୍କାଏ ପକ୍ଷରୁ ପରାମର୍ଶ ଦିଆଯାଇଛି, ଇଣ୍ଟରନେଟ୍‌ ବ୍ୟବହାରକାରୀ ନିଜ ତଥ୍ୟକୁ ସୁରକ୍ଷିତ ରଖିବା ଲାଗି ସେମାନେ ସେମାନଙ୍କ ଅନଲାଇନ୍‌ ଆକାଉଣ୍ଟର କେଉଁଥିରେ ବ୍ୟକ୍ତିଗତ ଡାଟା ରଖିବା ଠିକ୍‌ ହେବ ତାହାର ତାଲିକା ନିଜ ପାଖରେ ରଖିବା ଉଚିତ। ସେହି ସମୟରେ ଉପଭୋକ୍ତାମାନେ ‘ପ୍ରାଇଭେଟ୍‌ ଚେକର୍‌’ ବ୍ୟବହାର କରିବା ଦରକାର, ଯଦ୍ଦ୍ବାରା ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ତୃତୀୟ ପକ୍ଷ ଜାଣିବା କଷ୍ଟକର ହୋଇପଡ଼ିବ ବୋଲି ଏହି ସାଇବର ସିକ୍ୟୁରିଟି ଫାର୍ମ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri