ସୋନୁଙ୍କ ସାହାଯ୍ୟ ନ ପାଇ ହାତ କାଟିଲେ ଯୁବକ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ଖୁବ୍‌ ଚର୍ଚ୍ଚାରେ। ବିଶେଷ କରି ବଲିଉଡ୍‌ରେ ଖଳନାୟକ ଚରିତ୍ରରେ ଦେଖାଦେଉଥିବା ଏହି ଅଭିନେତା ଏବେ ଯେମିତି ସମସ୍ତଙ୍କ ହୃଦୟରେ ରିଅଲ ନାୟକର ପରିଚୟ ପାଇଛନ୍ତି। ବିଶେଷ କରି ଦେଶରେ କରୋନା ମହାମାରୀକୁ ନେଇ ଲକ୍‌ଡାଉନ ଚାଲିଥିବା ବେଳେ ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କୁ ନିଜ ନିଜ ରାଜ୍ୟରେ ପହଞ୍ଚାଇବାକୁ ସୋନୁ ବଢାଇଥିଲେ ସହଯୋଗର ହାତ। ହେଲେ ଏବେ ତାଙ୍କର ସାହାଯ୍ୟ ନ ପାଇ ଜଣେ ଯୁବକ ହାତ କାଟିଦେଇଥିବା ଖବର ସାମ୍ନାକୁ ଆସିଛି। ମିଳିିଥିବା ସୂଚନାରୁ ଜଣାପଡିଛି କି ରିତିକ ଯାଦବ ନାମକ ଜଣେ ଯୁବକ ସୋନୁଙ୍କୁ ସାହାଯ୍ୟ ପାଇଁ ଗୁହାରି କରିଥିଲେ ମଧ୍ୟ ତାଙ୍କ ନିକଟରୁ କୌଣସି ଉତ୍ତର ମିଳି ନ ଥିଲା। ଶେଷରେ ସେ ନିଜର ହାତ କାଟି ସୋନୁଙ୍କ ନାଁ ଲେଖି ଦେଇଥିଲେ। ତେବେ ଏହା ଜାଣିବା ପରେ ସୋନୁ ଟୁଇଟ୍‌ କରି କହିଛନ୍ତି, ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଆପଣମାନେ ଏମିତି କାମ କରନ୍ତୁ ନାହିଁ। ଏହାକଲେ ମୋ ହୃଦୟ ଭାଙ୍ଗି ଯାଉଛି। ମୁଁ ବୁଝି ପାରୁଛି ଆପଣମାନେ ମୋତେ ଭଲ ପାଉଛନ୍ତି। ଆପଣଙ୍କୁ କଷ୍ଟ ହେଉଥିବା ସମୟରେ ଆପଣ ମୋ ସହଯୋଗ ଲୋଡୁଛନ୍ତି ସତ। ହେଲେ ଏମିତି କାମ କଲେ ମୋ ମନ ଭାଙ୍ଗି ଯାଉଛି। ତେଣୁ ଦୟାକରି ଆପଣ ଏମିତି କାମ କରନ୍ତୁ ନାହିଁ ବୋଲି ସୋନୁ ଅନୁରୋଧ କରିଛନ୍ତି। ଏହା ଜାଣିବା ପରେ ହାତ କାଟିଥିବା ଯୁବକ ଜଣଙ୍କ ସୋନୁଙ୍କୁ କ୍ଷମା ମାଗିଥିବା ଜଣାପଡିଛି। ସୂଚନାଯୋଗ୍ୟ, ବଲିଉଡ୍‌ ଅଭିନେତା ସୋନୁ ସୁଦ ଏପର୍ଯ୍ୟନ୍ତ ପାଖାପାଖି ୧୫ ହଜାର ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରେ ପହଞ୍ଚାଇବାରେ ସହଯୋଗ କରି ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି।…

ସଇଁତଳାକୁ ଏନଏସି ମାନ୍ୟତା ଦାବି ଜୋର ଧରିଲା:ସାମିଲ ହେଲେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା

ବଲାଙ୍ଗୀର, ୭।୯(ସୁନିଲ କୁମାର ମହାନ୍ତି): ସଇଁତଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ମାନ୍ୟତା ପ୍ରଦାନ ଦାବିରେ ଚାଲିଥିବା ଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏହି ଧାରଣାସ୍ଥଳରେ…

ଇଶାନଙ୍କ ବଡ଼ ଉପଲବ୍ଧି: ସ୍ବତନ୍ତ୍ର କ୍ଲବ୍‌ରେ ହେଲେ ସାମିଲ

ଚେନ୍ନାଇ,୭ା୯: ଭାରତୀୟ ବ୍ୟାଟର ଇଶାନ କିଷନ ସୋମବାର ମହାନ ଭାରତୀୟ ବ୍ୟାଟର କ୍ଲବରେ ସ୍ଥାନ ପାଇଛନ୍ତି। ସେ ଦେଶର ଷଷ୍ଠ ବ୍ୟାଟର ଭାବେ ଦୁଲୀପ ଟ୍ରଫି ଫାଇନାଲରେ…

ଏହି ୩ ରାଶିଙ୍କ ଉପରେ ପଡିଲା କେତୁଙ୍କ ଶୁଭ ଦୃଷ୍ଟି: ୯୦ ଦିନ ଯାଏ ରହିଛି ଗୋଲ୍ଡେନ ଟାଇମ, ପ୍ରତି କାମରେ ମିଳିବ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ କେତୁଙ୍କୁ ମୋକ୍ଷ, ଆଧ୍ୟାତ୍ମିକତା ଓ ଅନ୍ତର୍ଜ୍ଞାନର କାରକ ଗ୍ରହ ବୋଲି ମନେ କରାଯାଏ। ବର୍ତ୍ତମାନ କେତୁ ସିଂହ ରାଶିରେ ମଘା ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି।…

ଭାରତୀୟ କ୍ରିକେଟ ପାଇଁ ଐତିହାସିକ ଦିନ ହେବ ଅକ୍ଟୋବର ୩: ଜାଣନ୍ତୁ କାହିଁକି..

ନୂଆଦିଲ୍ଲୀ,୭।୯: ଭାରତୀୟ କ୍ରିକେଟ ପାଇଁ ଆସନ୍ତା ୩ ଅକ୍ଟୋବର ଏକ ଐତିହାସିକ ଦିନ ହୋଇପାରେ। ଯଦି ଟିମ ଇଣ୍ଡିଆ ୨୦୨୬ ଏସିଆନ ଗେମ୍ସରେ ପୁରୁଷ କ୍ରିକେଟରେ ଗୋଲ୍ଡ…

ଆପତ୍ତିଜନକ ଇଙ୍ଗିତ କରିବା ପାକିସ୍ତାନ ଅଧିନାୟିକାଙ୍କୁ ପଡ଼ିଲା ମହଙ୍ଗା

ଦୁବାଇ, ୭ା୯: ପାକିସ୍ତାନ ଅଧିନାୟିକା ଫାତିମା ସାନାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୧୦ ପ୍ରତିଶତ ଜରିମାନା କରାଯାଇଛି। ଶନିବାର ଚଳିତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ର…

୧୮୬ ଯାତ୍ରୀଙ୍କୁ ନେଇ ଯାଉଥିଲା ବିମାନ, ମଝି ଆକାଶରେ ଘଟିଲା…

ନୂଆଦିଲ୍ଲୀ,୭।୯: ସୋମବାର କୁଆଲାଲମ୍ପୁରରୁ ଜେଦ୍ଦା ଯାଉଥିବା ମାଲେସିଆ ଏୟାରଲାଇନ୍ସର ଏକ ବିମାନର ଇଞ୍ଜିନରେ ବୈଷୟିକ ତ୍ରୁଟି ଦେଖାଦେବାରୁ ଏହାକୁ ଚେନ୍ନାଇ ଅଭିମୁଖେ ଡାଇଭର୍ଟ କରାଯାଇଥିଲା। ବିମାନରେ ୧୮୬…

ଭଉଣୀଙ୍କୁ ଗୁଳି କରି ହତ୍ୟା କରିଥିଲେ ଭାଇ, କୋର୍ଟ ଶୁଣାଇଲେ କଠୋର ଦଣ୍ଡ

କେନ୍ଦୁଝର,୭ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଦୌରାଜଜ୍‌ ଗୋପାଳ ଚନ୍ଦ୍ର ବେହେରା ସୋମବାର ଏକ ହତ୍ୟା ମାମଲାରେ ଶୁଣାଣି କରି ଅଭିଯୁକ୍ତ ପ୍ରସନ୍ନ ବାରିକଙ୍କୁ ଆଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri