ସେବା, ସମର୍ପଣ ଦ୍ୱାରା ରାଷ୍ଟ୍ରର ଉତ୍‌ଥାନ ସମ୍ଭବ

ବରଗଡ଼ ଅଫିସ୍‌, ୫।୭-ବରଗଡ଼ରେ ଓଡ଼ିଶା ପ୍ରାନ୍ତ ଭାରତ ବିକାଶ ପରିଷଦର ନୂତନ ଶାଖା ଉଦ୍‌ଘାଟିତ ହୋଇଛି। ରାଷ୍ଟ୍ରୀୟ ସଙ୍ଗଠନ ସମ୍ପାଦକ ସୁରେଶ ଜୈନ ଓ ସହ ସାଧାରଣ ସମ୍ପାଦକ ଡଃ ବାଲ୍ମିକୀ କୁମାରଙ୍କ ଉପସ୍ଥିତିରେ ଏହାକୁ ଉଦ୍‌ଘାଟନ କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ହିନ୍ଦୀ ବିଭାଗ ବୌଦ୍ଧିକ ମଣ୍ଡପରେ ଏକ ସମାବେଶ ହୋଇଥିଲା। ଏଥିରେ ଓଡ଼ିଶାପ୍ରାନ୍ତ ଉପସଭାପତି ତଥା ବରଗଡ଼ ମହିଳା କଲେଜର ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ପୂଜାରୀ, ଓଡ଼ିଶାପ୍ରାନ୍ତ ପୃଷ୍ଠପୋଷକ ଡ. ରାଜକୁମାର ବଡ଼ପଣ୍ଡା, ପ୍ରାନ୍ତୀୟ ସଂଯୋଜକ ଶ୍ୟାମସୁନ୍ଦର ଶର୍ମା, ସମ୍ବଲପୁର ଶାଖା ସଭାପତି ବିନୋଦ ବିହାରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଜିଲା ସଞ୍ଚାଳକ ପ୍ରଫେସର ଅମରେନ୍ଦ୍ର ନାରାୟଣ ଯାଦବ ସଭାପତିତ୍ୱ କରିଥିଲେ। ପ୍ରକାଶ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅବସରପ୍ରାପ୍ତ ଅତିରକ୍ତ ତହସିଲଦାର ସୁରେନ୍ଦ୍ର ମୋହନ ଚାନ୍ଦ ସ୍ବାଗତ ଭାଷଣ ଦେଇଥିଲେ। ପ୍ରଫେସର ପୂଜାରୀ ଭାରତ ବିକାଶ ପରିଷଦ ଉପରେ ଅବଗତ କରାଇଥିଲେ। ସମ୍ପର୍କ, ସହଯୋଗ ଏବଂ ସଂସ୍ଥାର ସେବା, ସମର୍ପଣ ଦ୍ୱାରା ସମାଜ ତଥା ରାଷ୍ଟ୍ରର ଉତ୍‌ଥାନ ସମ୍ଭବ ବୋଲି ସେ ମତବ୍ୟକ୍ତ କରିଥିଲେ। ପରେ ରାଷ୍ଟ୍ରୀୟ ସଙ୍ଗଠନ ସମ୍ପାଦକ ଜୈନ ବରଗଡ଼ ଶାଖାର ନୂତନ ଭାବେ ଘୋଷିତ ସଭାପତି ସୁରେନ୍ଦ୍ର ମୋହନ ଚାନ୍ଦ ଓ ସମ୍ପାଦକ ପ୍ରକାଶ କୁମାର ପଟ୍ଟନାୟକଙ୍କୁ ପରିଷଦର ଚାର୍ଟର ପ୍ରଦାନ ପୂର୍ବକ ବରଗଡ଼ ଶାଖା ଉଦଘାଟନ କରି ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଶାଖା ସଭାପତି ଚାନ୍ଦ, ସମ୍ପାଦକ ପଟ୍ଟନାୟକ ଏବଂ କୋଷାଧ୍ୟକ୍ଷ ବିଷ୍ଣୁପ୍ରସାଦ ଅଗ୍ରୱାଲ ଶପଥ ପାଠ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

ସମ୍ବଲପୁର ଯୁଯୁମୁରା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ମହିଳା ଓଏଏସ୍ ଟ୍ରେନିଙ୍କ ସମେତ ୨ ମୃତ, ୧୨ ଆହତ

ସମ୍ବଲପୁର,୧୫|୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଜାତୀୟ ରାଜପଥ-୫୫ରେ ସମ୍ବଲପୁର ପଟକୁ ଯାଉଥିବା ଓଡ଼ିଶା…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

ଜାମୁମାଳ ଅଞ୍ଚଳରେ ରାସ୍ତା ବିପର୍ଯ୍ୟସ୍ତ: ଶିକ୍ଷା ଓ ଯାତାୟାତ ପାଇଁ ସଂଘର୍ଷ କରୁଛନ୍ତି ଛାତ୍ରୀଛାତ୍ରଙ୍କ ସହ ଗ୍ରାମବାସୀ

ଜମନକିରା,୧୩।୮(ରବୀନ୍ଦ୍ର ପ୍ରସାଦ ଦାନୀ): ଆଧୁନିକ ସମାଜରେ ଉତ୍ତମ ସଡ଼କ ଯୋଗାଯୋଗ ବିକାଶର ଏକ ପ୍ରମୁଖ ମାପକାଠି । କିନ୍ତୁ ଆଜି ବି ଅନେକ ଗ୍ରାମାଞ୍ଚଳ ଏହି ମୌଳିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri