ସୁଶାନ୍ତଙ୍କ ନିଆରା ପ୍ରୟାସ: ସିଡ୍‌ବଲ୍‌ରୁ ସବୁଜିମା

ପୁରୁଣା ଭୁବନେଶ୍ୱର, ୪ା୬(ଡି.ଏନ୍‌.ଏ.): ଶୁକ୍ରବାର ବିଶ୍ୱ ପରିବେଶ ଦିବସ। ଚଳିତବର୍ଷର ଥିମ୍‌ ରହିଛି ‘ପ୍ରକୃତି ପାଇଁ ସମୟ ଦେବା’। ଏଭଳି ଏକ ଦିବସରେ ପ୍ରକୃତି ପାଇଁ ସମୟ ଦେଉଥିବା ପ୍ରକୃତ ହିରୋଙ୍କ ଅବଦାନ ସାମ୍ନାକୁ ଆସୁଛି। ଏମିତି ଜଣେ ହିରୋ ହେଉଛନ୍ତି ଯୁବ ସାମାଜିକ କର୍ମୀ ସୁଶାନ୍ତ ସାହୁ। ତାଙ୍କର ସିଡ୍‌ବଲ୍‌ରୁ ସବୁଜିମା ସ୍ବପ୍ନ ଏବେ ବାସ୍ତବତାର ରୂପ ନେବାକୁ ଯାଉଛି। ଗତବର୍ଷ ସୁଶାନ୍ତ ରାଜଧାନୀ ଉପକଣ୍ଠ ଚନ୍ଦକା ଅଭୟାରଣ୍ୟ ପ୍ରକଳ୍ପ, ଭରତପୁର ସଂରକ୍ଷିତ ଜଙ୍ଗଲର ଖାଲି ସ୍ଥାନ ଓ ଘଙ୍ଗାପାଟଣା ସଂରକ୍ଷିତ ଜଙ୍ଗଲର ଉଜୁଡ଼ା ଅଞ୍ଚଳରେ ପକାଇଥିବା ୫ହଜାରରୁ ଊର୍ଦ୍ଧ୍ୱ ସିଡ୍‌ବଲ୍‌ରୁ ବୀଜ ଅଙ୍କୁରୋଦ୍‌ଗମ ହୋଇଛି। ବର୍ଷା ପାଣି ସ୍ପର୍ଶରେ ହଜାର ହଜାର ତେନ୍ତୁଳି, ପଣସ ଚାରା ଧୀରେ ଉପରକୁ ମୁଣ୍ଡଟେକି ଛିଡ଼ା ହେବାକୁ ଆରମ୍ଭ କରିଛି। ଫିଙ୍ଗାଯାଇଥିବା ସିଡ୍‌ବଲ୍‌ର ୯୦ ପ୍ରତିଶତରୁ ଅଧିକ ଗଜା ବାହାରିଥିବାବେଳେ ଆବଶ୍ୟକ ଯତ୍ନ ଓ ସୁରକ୍ଷା ମିଳିଲେ ଆଗାମୀ ଦିନରେ ସେସବୁ ସ୍ଥାନ ସବୁଜିମାମୟ ହୋଇଯିବ ବୋଲି ସୁଶାନ୍ତ କହିଛନ୍ତି। ତାଙ୍କର ଏହି ନିଆରା ପ୍ରୟାସ ବିଶ୍ୱ ପରିବେଶ ଦିବସ ପାଇଁ ବଡ଼ ମହତ୍ୱ ରଖିଛି।
ତାଙ୍କ କହିବାନୁସାରେ, ମାଟି, ବାଲି, ଖତରେ ବିଭିନ୍ନ ପ୍ରକାର ବିହନ ମଞ୍ଜି ମିଶାଇ ପିଣ୍ଡୁଳା ତିଆରି କରନ୍ତି। ଏହାକୁ ସିଡ୍‌ବଲ୍‌ ବୋଲି କୁହାଯାଏ। ଯେଉଁ ସ୍ଥାନକୁ ଲୋକ ଯିବା ସମ୍ଭବ ହୁଏନି ବା ସେଠାରେ ମାଟି ଖୋଳି ମଞ୍ଜି ପୋତିବା କଷ୍ଟକର ହୁଏ, ସେସବୁ ସ୍ଥାନରେ ସବୁଜିମା ସୃଷ୍ଟି କରିବା ପାଇଁ ସିଡ୍‌ବଲ ବେଶ୍‌ ସହାୟକ ହୋଇଥାଏ। ତେଣୁ ପ୍ରତିବର୍ଷ ସୁଶାନ୍ତ ଏପରି ବହୁ ସ୍ଥାନରେ ହଜାର ହଜାର ସିଡ୍‌ବଲ୍‌ ତିଆରି କରି ଫିଙ୍ଗିଥାନ୍ତି। ସେଥିରୁ ୯୦ ପ୍ରତିଶତ ଗଜା ହେଉଛି। ଏହି ମହତ କାର୍ଯ୍ୟରେ ସ୍ଥାନୀୟ ଲୋକ, ଛାତ୍ରୀଛାତ୍ର ଏବଂ ଅନ୍ୟମାନଙ୍କୁ ସାମିଲ କରୁଥିବା ସୁଶାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

୨୧ରେ ଅବପାତ, ୨୨ରେ ଗଭୀର ଅବପାତ ସମ୍ଭାବନା: ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୯ ।୯: ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ସନ୍ଧ୍ୟା ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଏମିତି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯/୯: ରାଜ୍ୟର କେତେକ ଅଞ୍ଚଳରେ ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଚିନ୍ତା ପ୍ରକାଶ ପାଉଥିବା ବେଳେ ଲୋକଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡା.…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?