ସୁରଟରୁ ଗଞ୍ଜାମ ଆସିଛି ୨୯୮ ବସ୍‌ : ଫେରିଛନ୍ତି ୧୬,୫୭୬ ପ୍ରବାସୀ

ଭଞ୍ଜନଗର,୧୨।୫(ଡି.ଏନ.)-ସୁରଟରୁ ଏପ୍ରିଲ ୨୯ ତାରିଖରୁ ଗତ ୮ ତାରିଖ ମଧ୍ୟରେ ମୋଟ ୨୯୮ଟି ବସରେ ପ୍ରବାସୀ ଓଡ଼ିଆମାନେ ଗଞ୍ଜାମ ଜିଲାକୁ ଫେରିଛନ୍ତି। ଅନ୍ୟପକ୍ଷରେ ସୋମବାର ପୂର୍ବାହ୍ନ ସୁଦ୍ଧା ସୁରଟରୁ ଜିଲାକୁ ୧୦ଟି କାର୍‌, ୩ ବାଇକ୍‌ ଓ ଗୋଟିଏ ସାଇକେଲରେ ବି ଲୋକ ଆସିଛନ୍ତି। ଭଞ୍ଜନଗର ବ୍ଲକର ଦୁର୍ଗାପ୍ରସାଦ ଓ ଜଗନ୍ନାଥପ୍ରସାଦ ବ୍ଲକର ତାରସିଂ ରାସ୍ତା ଦେଇ ଆସିଥିବା ଏସବୁ ବସ୍‌, କାର୍‌ ଓ ବାଇକ୍‌ ଯୋଗେ ମୋଟ ୧୬, ୫୭୬ ଜଣ ସୁରଟରୁ ଗଞ୍ଜାମ ଜିଲାକୁ ଆସିଥିବା ସୂଚନା ମିଳିଛି। ଏହାପରେ ବି ପଞ୍ଜୀକରଣ ନ କରି ଆଉ କେତେଟି କାର ଓ ସାଇକେଲରେ ମଧ୍ୟ ଲୋକେ ଆସିଥିବା କୁହାଯାଉଛି।
ଅନ୍ୟପକ୍ଷରେ ମହାରାଷ୍ଟ୍ରରୁ ଟ୍ରେନ୍‌ରେ ଟିଟିଲାଗଡ଼ ଓ ସେଠାରୁ ବସ୍‌ ଯୋଗେ ୧୬୦ଜଣ ରବିବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲାକୁ ଆସିଛନ୍ତି। ସେହିପରି ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, କେରଳ, କର୍ନାଟକ, ପଶ୍ଚିମବଙ୍ଗରୁ ମଧ୍ୟ କେତେକ ପ୍ରବାସୀ ଓଡ଼ିଆ ଫେରିଛନ୍ତି । ସମସ୍ତ ପ୍ରବାସୀ ଜିଲାର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରେ ଅଛନ୍ତି। ସୋମବାର ପୂର୍ବାହ୍ନ ସୁଦ୍ଧା ଭଞ୍ଜନଗର ଉପଖଣ୍ଡର ୮ ବ୍ଲକ ଓ ୫ ଏନ୍‌ଏସିରେ ହୋଇଥିବା ୩୮୩ କ୍ୱାରାଣ୍ଟାଇନ ସେଣ୍ଟରରେ ୧୪, ୮୮୮ ଜଣ ପ୍ରବାସୀ ଓଡ଼ିଆ ରହୁଛନ୍ତି । ଆଗକୁ ଆହୁରି ଅଧିକ ପ୍ରବାସୀ ଜିଲାକୁ ଫେରିବା ସମ୍ଭାବନା ଥିବାରୁ ଅଧିକରୁ ଅଧିକ କ୍ୱାରାଣ୍ଟାଇନ ସେଣ୍ଟର ପ୍ରସ୍ତୁତ ହେଉଛି। ଜିଲାରେ ଯେଉଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି, ସେମାନେ ପ୍ରାୟ ସମସ୍ତେ କ୍ୱାରାଣ୍ଟାଇନ ସେଣ୍ଟରରେ ଥିବାରୁ ସାଧାରଣ ଲୋକେ ଭୟଭୀତ ନ ହେବା ପାଇଁ ଜିଲା ପ୍ରଶାସନ ଓ ଲୋକ ପ୍ରତିନିଧିମାନେ ନିବେଦନ କରିଛନ୍ତି । ରବିବାର ଭିଡିଓ କନଫେନେନ୍ସିଂ ମାଧ୍ୟମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସ୍ଥିତି ଉପରେ ସମୀକ୍ଷା କରିଛନ୍ତି । ଲୋକେ ସଚେତନ ହେବା, ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ଏବଂ କ୍ୱାରାଣ୍ଟାଇନ ସେଣ୍ଟର ଆଡ଼େ ନଯିବାକୁ ମନ୍ତ୍ରୀ ଆରୁଖ ନିବେଦନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Assam Floods: ବନ୍ୟାର ତାଣ୍ଡବ: ମୃତ୍ୟୁ ସଂଖ୍ୟା ୮୦କୁ ବୃଦ୍ଧି ପାଇଛି

ଗୁଆହାଟି,୩୧।୭: ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା ୮୦ରେ ପହଞ୍ଚିଛି, ଯେତେବେଳେ ଆଠଟି ଜିଲ୍ଲାର ୨.୧୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି; ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।…

ପାକିସ୍ତାନରେ ମାତିଲେ ‘କକ୍ରୋଚ ପାର୍ଟି’, ଗୃହମନ୍ତ୍ରୀଙ୍କୁ ଘାରିଲା ବିଦ୍ରୋହର ଭୟ, କହିଲେ…

ଇସଲାମାବାଦ,୩୧।୭: ଭାରତରେ ହୋଇଥିବା CJP ପ୍ରତିବାଦ ପରେ ବର୍ତ୍ତମାନ ପାକିସ୍ତାନରେ ମଧ୍ୟ ‘କକ୍ରୋଚ ପାର୍ଟି’ ଗଠନ କରାଯାଇଛି। ଏହାକୁ ନିକଟରେ ଲଞ୍ଚ କରାଯାଇଛି। ଏହାର ଇନଷ୍ଟାଗ୍ରାମ ପେଜ୍‌ରେ…

ପାରମ୍ପରିକ ବ୍ରହ୍ମପୁର ପାଟବସ୍ତ୍ର ପ୍ରଦର୍ଶନ ଉତ୍ସବର ସ୍ମରଣିକା ‘ଲାବଣ୍ୟ’ ଉନ୍ମୋଚିତ

ଛତ୍ରପୁର, ୩୧।୭ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଜ୍ୟରେ ପ୍ରଥମ ଥର ପାଇଁ ବ୍ରହ୍ମପୁର ପାଟବୁଣାକାରଙ୍କୁ ସମର୍ପିତ ତଥା ପାରମ୍ପରିକ ପାଟବସ୍ତ୍ରରେ ନିର୍ମିତ ବିଭିନ୍ନ ପୋଷାକର ପ୍ରଦର୍ଶନୀ ଉତ୍ସବ…

ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲାର ରାୟ ପ୍ରକାଶ, ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୩୧।୭: ଫେବୃଆରୀ ୨୦୨୦ରେ ଦିଲ୍ଲୀ ଦଙ୍ଗା ସମୟରେ ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ପାଇଁ କରକାରଡୁମା କୋର୍ଟ ପୂର୍ବତନ ଏଏପି କାଉନସିଲର ତାହିର ହୁସେନଙ୍କ ସମେତ…

Flood Wedding: କନ୍ୟା ଘରକୁ ଡଙ୍ଗାରେ ଗଲେ ବର, ଭିଡିଓ ଭାଇରାଲ

ଯାଜପୁର,୩୧।୭: ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରଭାବ ଯାଜପୁର ଜିଲାରେ ମଧ୍ୟ ଦେଖିବାକୁ ମିଳିଛି। ଜିଲାର ବଭିନ୍ନ…

ବାଜା ବଜାଇ ବିଦାୟୀ ଶିକ୍ଷକଙ୍କୁ ଗ୍ରାମ ପରିକ୍ରମା କଲେ ଗ୍ରାମବାସୀ, ପ୍ରଶଂସାରେ ପୋତି ପକାଇଲେ…

କର୍ଲାମୁଣ୍ଡା,୩୧ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସ.ମାଲପଡ଼ା ପଞ୍ଚାୟତ ସର୍ଗୁଲସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁଦର୍ଶନ ସାହୁ ଶୁକ୍ରବାର ଚାକିରିରୁ…

ଦୁଃଖଦ ଖବର: ଦଳରେ ସ୍ଥାନ ନପାଇବାରୁ ୧୭ ବର୍ଷୀୟ କ୍ରିକେଟର କଲେ ଆତ୍ମହତ୍ୟା

ମୁମ୍ବାଇ,୩୧।୭: ମହାରାଷ୍ଟ୍ରର ନାଗପୁରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ ରିଜିଓନାଲ କ୍ରିକେଟ ଆସୋସିଏଶନରେ ମନୋନୀତ ନହେବାରୁ ଜଣେ ୧୭ ବର୍ଷୀୟା ଝିଅ(କ୍ରିକେଟର) ନିରାଶ ହୋଇ…

ମନରେଗାର କାର୍ଯ୍ୟକାରିତା ବିଭାଗୀୟ ଅଧିକାରୀମାନଙ୍କୁ ପ୍ରଶ୍ନ

ଗଞ୍ଜାମ, ୩୧।୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ କନଫରେନ୍ସ ହଲ୍‌ରେ ଶୁକ୍ରବାର ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri