Posted inଫୁରସତ

ସିରିଏଲ୍‌ କିଲର୍‌ ମୁଣ୍ଡ ୧୫୧ ବର୍ଷରୁ ରଖାଯାଇଛି ସଂରକ୍ଷିତ

ପ୍ରାଚୀନ ମିଶର୍‌ରେ ଶବକୁ ସଂରକ୍ଷିତ କରାଯାଉଥିଲା, ଯାହାଙ୍କ ମମ୍ମି ଏବେ ବି ଦେଖିବାକୁ ମିଳୁଛି। କିନ୍ତୁ ଶୁଣି ଆଶ୍ଚର୍ଯ୍ୟ ହେବେ ପୁର୍ତ୍ତୁଗାଲ୍‌ର ୟୁନିଭର୍ସିଟିରେ ଡିଏଗୋ ଏଲ୍ବେସ୍‌ ନାମକ ସିରିଏଲ୍‌ କିଲର୍‌ର ମୁଣ୍ଡ ପ୍ରାୟ ୧୫୦ ବର୍ଷରୁ ସଂରକ୍ଷିତ ହୋଇ ରହିଛି। ଡିଏଗୋ ଚାକିରି ସନ୍ଧାନରେ ଲିସ୍ବନ୍‌ ଆସିଥିଲା; କିନ୍ତୁ ପୁର୍ତ୍ତୁଗାଲ୍‌ର ପରିବେଶରେ ସେ ସାଜିଲା ଏକ ଦୁର୍ଦ୍ଦର୍ଷ ସିରିଏଲ୍‌ କିଲର୍‌। ଚାକିରି ସନ୍ଧାନରେ ବିଫଳ ହେବାରୁ ସେ ଅପରାଧ ଦୁନିଆରେ ପାଦ ଥାପିଲା। ପ୍ରଥମେ ସେ ଲୁଟ୍‌ପାଟ୍‌ କଲା। ଏଥିପାଇଁ ସେ ଏକ ନିଛାଟିଆ ସ୍ଥାନରେ ଥିବା ନଦୀକୂଳ ରାସ୍ତାକୁ ବାଛିଲା। ବିଶେଷକରି ସେ ରାସ୍ତାରେ କୃଷକଙ୍କ ଯିବାଆସିବା ଅଧିକ ଥିଲା। ଯେତେବେଳେ କୌଣସି କୃଷକ ଟଙ୍କା ଦେବାକୁ ମନାକରୁଥିଲେ, ଡିଏଗୋ ସେମାନଙ୍କୁ ହତ୍ୟା କରି ନଦୀକୁ ଫିଙ୍ଗି ଦେଉଥିଲା। ଧୀରେ ଧୀରେ ପୋଲିସ୍‌କୁ ନଦୀରୁ କୃଷକଙ୍କୁ ଶବ ମିଳିଲା। ଋଣ ଯନ୍ତ୍ରଣାରେ ଆମତ୍ହତ୍ୟା କରିଥିବା ଭାବି କେସ୍‌ ବନ୍ଦ ହେଉଥିଲା। କିନ୍ତୁ ପରେ ଏମିତି କିଛି ଶବ ମିଳିଲା, ଯେଉଁମାନଙ୍କ ଶରୀରରେ କ୍ଷତ ଚିହ୍ନ ଥିଲା। ପୋଲିସ୍‌ ସନ୍ଦେହ କଲା, ଏସବୁ ଆମତ୍ହତ୍ୟା ନୁହଁ ହତ୍ୟା। ପୋଲିସ୍‌ର ତନାଘନା ଆରମ୍ଭ ହେବାରୁ ଡିଏଗୋ ୩ ବର୍ଷ ପାଇଁ ଅଣ୍ଡରଗ୍ରାଉଣ୍ଡ୍‌ ହୋଇଗଲା। ପୁଣି ଫେରିବା ପରେ ବାହାରୁ ଅସ୍ତ୍ରଶସ୍ତ୍ର କିଣି ଶହଶହ ଲୋକଙ୍କୁ ହତ୍ୟା କଲା। କେବଳ ୧୯୪୧ରେ ୭୦ ଜଣଙ୍କୁ କ୍ରୂର ହତ୍ୟା କରିଥିବା ଜଣାଯାଏ। ପୋଲିସ୍‌ ହାତରେ ଧରାପଡ଼ିବା ପରେ ତାକୁ ଫାଶୀ ଦଣ୍ଡାଦେଶ ଦିଆଗଲା। ସେତେବେଳେ ପର୍ତ୍ତୁଗାଲ୍‌ ୟୁନିଭର୍ସିଟିରେ ଫ୍ରୋନୋଲଜି(ମସ୍ତିଷ୍କ ବିଜ୍ଞାନ) ଏକ ଲୋକପ୍ରିୟ ବିଷୟବସ୍ତୁ ଥିଲା। ଏଥିରେ ମସ୍ତିଷ୍କର ଏଭଳି କୋଷିକାର ଯାଞ୍ଚ କରାଯାଏ, ଯାହାଦ୍ୱାରା ମଣିଷ ବ୍ୟକ୍ତିତ୍ୱର ସନ୍ଧାନ କରାଯାଏ। ତେଣୁ ଫାଶୀ ପରେ ଡିଏଗୋର ମୁଣ୍ଡ କାଟି ସଂରକ୍ଷିତ ଅବସ୍ଥାରେ ରଖାଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଲିଙ୍କରେ ପୂର୍ବତନ ସରପଞ୍ଚଙ୍କୁ ବାନ୍ଧିଲା ପୋଲିସ

ମୋହନା,୨୨ା୫ (ମନ୍ମଥ ମିଶ୍ର): ଗଞ୍ଜେଇ ଚୋରା ଚାଲାଣ ଓ ପ୍ରୋତ୍ସାହନ ମାମଲାରେ ଅଡ଼ବା ଥାନା ବିରିକୋଟ ପଞ୍ଚାୟତର ପୂର୍ବତନ ସରପଞ୍ଚ ମାଶା ମାଝୀଙ୍କୁ ଗିରଫ କରି କୋର୍ଟ…

ସିଏସ୍‌କେ ଅଧିନାୟକ ଋତୁରାଜଙ୍କୁ ଜରିମାନା, କାହିଁକି ଜାଣନ୍ତୁ…

ଅହମଦାବାଦ,୨୨ା୫: ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ ଓଭର-ରେଟ୍‌ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କୁ ଜରିମାନା କରାଯାଇଛି। ଗୁଜରାଟ ଟାଇଟାନ୍ସ…

କେଏସୟୁବି କଲେଜରେ ନୂତନ ଅଧ୍ୟକ୍ଷ ଭାବେ ଯୋଗଦେଲେ ଡ. ଗଗନ ବିହାରୀ ପୁରୋହିତ

ଭଞ୍ଜନଗର,୨୨।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷଙ୍କ ଭାବେ ଡ. ଗଗନ ବିହାରୀ ପୁରୋହିତ ଶୁକ୍ରବାର ଅପରାହ୍ନରେ ଦାୟିତ୍ୱ…

ଚଳନ୍ତା ଅଟୋ ଉପରେ ପଡ଼ିଲା ଗଛ, ଆଉ ତା‘ପରେ…

ପାରଳାଖେମୁଣ୍ଡି,୨୨ା୫(ଗିରିଧାରୀ ପରିା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ସୀମାନ୍ତ ଆନ୍ଧ୍ର ପ୍ରଦେଶର ପାଟପୁର ଗ୍ରାମ ନିକଟରେ ଶୁକ୍ରବାର ଏକ ଗଛ ପଡ଼ି ଅଟୋ ଚୁର୍‌ମାର୍‌ ହୋଇଯାଇଛି। ହେଲେ…

ପ୍ରକଳ୍ପ ଅଚଳ: ଚୁଆଁ ପାଣି ଭରସାରେ ସାହିବାସୀ

ଖଜୁରିପଡ଼ା,୨୨ା୫ (ବିଦୁର ବେହେରା): କନ୍ଦମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଗୁଦାରୀ ପାୟତ ୪ ନମ୍ବର ୱାର୍ଡ ଅନ୍ତର୍ଗତ ମଲିକ ସାହିରେ ପାନୀୟ ଜଳ ସମସ୍ୟା ଉଟ ରୂପ…

ଟୋପି, ଚଷମା ଏବଂ ମାସ୍କ… ମୁହଁ ଲୁଚାଇ ଆତ୍ମସମର୍ପଣ କରିବାକୁ କୋର୍ଟରେ ପହଞ୍ଚିଲେ ଟ୍ବିଶାଙ୍କ ସ୍ବାମୀ ସମର୍ଥ

ଜବଲପୁର,୨୨।୫: ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ଦୀର୍ଘ ଦିନ ଧରି ଫେରାର ଥିବା ସ୍ୱାମୀ ସମର୍ଥ ସିଂହ ଶୁକ୍ରବାର ଦିନ ମୁହଁ ଲୁଚାଇ ଜବଲପୁର ଜିଲା କୋର୍ଟରେ…

ଲ୍ୟାମ୍ପ MDଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: କୋଟି ଟଙ୍କାର ଅର୍ଥ ହେରଫେର କରି ଗଲେ ଜେଲ୍

କଲ୍ୟାଣସିଂହପୁର, ୨୨।୫ (ଦୀପକ କୁମାର ପରିଡା): ରାୟଗଡ଼ା ଜିଲାର କଲ୍ୟାଣସିଂହପୁର ସମବାୟ ସମିତି (ଲ୍ୟାମ୍ପ)ରେ ଘଟିଥିବା କୋଟି କୋଟି ଟଙ୍କାର ଅର୍ଥ ହେରଫେର ଘଟଣାରେ ନୂଆ ମୋଡ଼…

ପାରାଦୀପରେ ମାଟି ତଳ ପାଇପ୍ ଲାଇନ୍‌ରୁ ତେଲ ଲିକ୍, ବିପୁଳ ପରିମାଣର ପେଟ୍ରୋଲ ନଷ୍ଟ

ପାରାଦୀପ,୨୨।୫ (ଶରତ ରାଉତ): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳର ୧ ନଂ ଗେଟ୍ ନିକଟରେ ଶୁକ୍ରବାର ଏକ ଅଘଟଣ ଘଟିଛି। ସାଉଥ୍ ଅଏଲ ବର୍ଥ ଜେଟିରୁ ଆଇଓସିଏଲ ଟର୍ମିନାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri