Posted inଜାତୀୟ

‘ସିନ୍ଧିଆଙ୍କୁ ଅଣଦେଖା କଲେ ଅଡୁଆରେ ପଡ଼ିବେ କମଲନାଥ’

ଭୋପାଳ,୭ା୩(ପି.ଟି.): ମଧ୍ୟପ୍ରଦେଶରେ କଂଗ୍ରେସ ସରକାରରେ ଅସ୍ଥିରତା ସୃଷ୍ଟି ପାଇଁ ଘୋଡ଼ାବେପାର ଉଦ୍ୟମ ଅଭିଯୋଗ ହେଉଥିବାବେଳେ ସଙ୍କଟର ଖିଅ ଦଳ ଭିତରେ ବୋଲି ସୂଚନା ମିଳିଛି। ଦଳର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଅଣଦେଖା ଓ ଅସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ନେତୃତ୍ୱାଧୀନ ସରକାର ସଙ୍କଟରେ ପଡିବେ ବୋଲି ଶୁକ୍ରବାର ରାଜ୍ୟର ଜଣେ ମନ୍ତ୍ରୀ କହିଛନ୍ତି। ସିନ୍ଧିଆଙ୍କ ସମର୍ଥକ ଭାବେ ଜଣାଶୁଣା ଶ୍ରମମନ୍ତ୍ରୀ ମହେନ୍ଦ୍ର ସିଂ ସିସୋଡିୟା କହିଛନ୍ତି, ଭାଜପା ରାଜନୈତିକ ଚାପ ପକାଉଛି। ତେବେ ସିନ୍ଧିଆଙ୍କୁ ଅଣଦେଖା କଲେ ସରକାର ନିଶ୍ଚୟ ଅଡୁଆରେ ପଡିବେ। ଲୋକ ସଭା ନିର୍ବାଚନରେ ସିନ୍ଧିଆ ହାରିଯିବା ପରେ ତାଙ୍କୁ ରାଜ୍ୟ କଂଗ୍ରେସ ସଭାପତି କରିବା ଲାଗି ସମର୍ଥକମାନେ ଦାବି କରିଆସୁଛନ୍ତି। ଏମ୍‌ପିରୁ ରାଜ୍ୟ ସଭାରେ ୩ ଆସନ ଖାଲିପଡିବାକୁ ଯାଉଥିବାବେଳେ ସିନ୍ଧିଆଙ୍କୁ ପଠାଇବା ପାଇଁ ଦାବି ହେଉଛି। ଗତ ମାସରେ ସିନ୍ଧିଆ ଶିକ୍ଷକମାନଙ୍କ ଦାବି ନେଇ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇବେ ବୋଲି କହିଥିଲେ।

କଂଗ୍ରେସରେ ମିଶିବେ ସଞ୍ଜୟ ପାଠକ

ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ବିଧାୟକମାନଙ୍କୁ ନିଜ ପକ୍ଷକୁ ନେବା ଲାଗି ଉଭୟ ଶାସକ କଂଗ୍ରେସ ଓ ବିରୋଧୀ ଦଳ ଭାଜପା ପକ୍ଷରୁ ମୂଲଚାଲ ଚାଲିଥିବା ଅଭିଯୋଗ ହେଉଛି। ଭାଜପା ବିଧାୟକ ସଞ୍ଜୟ ପାଠକ କଂଗ୍ରେସରେ ଯୋଗଦେଇପାରନ୍ତି ବୋଲି ଜଣାପଡିଛି। ସଞ୍ଜୟଙ୍କ ବାପା ସତ୍ୟେନ୍ଦ୍ର ପାଠକ କଂଗ୍ରେସ ଜିଲା ସଭାପତି ଏବଂ ଦିଗ୍‌ବିଜୟ ସିଂ ସରକାରରେ ମନ୍ତ୍ରୀ ଥିଲେ। ଭାଜପାର ଘୋଡାବେପାର ଉଦ୍ୟମର ଜବାବ ଦେବାକୁ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ଓ ମୁଖ୍ୟମନ୍ତ୍ରୀ କମଳନାଥ ‘ଯେସାକୁ ତେସା’ ନୀତି ଆପଣାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri