ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି ଶୁଭାରମ୍ଭ ଫ୍ୟୁଚର ସ୍କିଲର ବିଭିନ୍ନ ବିଭାଗରେ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ସ୍ଥାପନ ଲକ୍ଷ୍ୟ: ସଭାପତି

ଭୁବନେଶ୍ୱର,୪ା୩: ଓଡ଼ିଶା ସରକାରଙ୍କ ଆଦେଶକ୍ରମେ ସି.ଭି.ରମଣ ଇଞ୍ଜିନିୟରିଂ କଲେଜ ବିଶ୍ୱବିଦ୍ୟାଳୟ ମାନ୍ୟତା ଲାଭ କରିଛି। ଫେବୃୟାରୀ ୨୯ଠାରୁ ଏହାର ନୂତନ ନାମ ସି.ଭି.ରମଣ ଗ୍ଲୋବାଲ ୟୁନିଭର୍ସିଟି ହୋଇଛି। ଏଠାରେ ପ୍ରଥମ ୫ ବର୍ଷ ଷ୍ଟାର୍ଟ ଅପ, ଇନୋଭେଷନ ଏବଂ ଗବେଷଣାକୁ ପ୍ରାଥମିକତା ଦିଆଯିବ। ଫ୍ୟୁଚର ଅଫ୍‌ ସ୍କିଲର ସମସ୍ତ ବିଭାଗରେ ଅତ୍ୟାଧୁନିକ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ପ୍ରତିଷ୍ଠା, ବିଶ୍ୱସ୍ତରୀୟ ଶିଳ୍ପ ସଂସ୍ଥା ସହ ମିଳିତ ହୋଇ ପାଠ୍ୟକ୍ରମ ଡିଜାଇନ ଏବଂ ଇଣ୍ଟର୍ନଶିପ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ଖବରଦାତା କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସଭାପତି ସଞ୍ଜୀବ କୁମାର ରାଉତ କହିଛନ୍ତି।
ବିଶ୍ୱବିଦ୍ୟାଳୟ ଶୁଭାରମ୍ଭ ସମ୍ପର୍କରେ ଆନୁଷ୍ଠାନିକ ଭାବେ ସୂଚନା ଦେଇ ରାଉତ କହିଛନ୍ତି ଯେ, ଏମ୍‌ବିଏ ପାଠ୍ୟକ୍ରମରେ ଉଦ୍ୟୋଗ ବିକାଶ, ପରିଚାଳନା ଏବଂ ଉଡାଜାହାଜ ରାଜସ୍ବ ପରିଚାଳନା ବିଭାଗ ରହିବ। ନୂତନ ପାଠ୍ୟକ୍ରମ ଆରମ୍ଭ ଏବଂ ପୁରାତନର ଗୁଣାତ୍ମକ ମାନ ବୃଦ୍ଧି କରାଯିବ। ବିଦେଶର ଶିକ୍ଷାବିତଙ୍କୁ ନିଯୁକ୍ତି କରି ଅନୁଷ୍ଠାନର ଶୈଷିକ ପରିବେଶକୁ ଉନ୍ନତ କରାଯିବାର କାର୍ଯ୍ୟକ୍ରମ ରହିଥିବା ସେ ମତବ୍ୟକ୍ତ କରିଛନ୍ତି। ନୂଆ ପ୍ରତିଷ୍ଠାନରେ ଇଞ୍ଜିନିୟରିଂ, ବିଜ୍ଞାନ ଏବଂ କଳାବ୍ୟତୀତ ରୋବଟିକ୍ସ, ଡ୍ରୋନ ଟେକ୍ନୋଲୋଜି, ଓ୍ବାଟର ଟେକ୍ନୋଲୋଜି, ସାଇବର ସିକ୍ୟୁରିଟି, କ୍ଲାଉଡ କମ୍ପ୍ୟୁଟିଂ, ପ୍ରିଣ୍ଟ ମିଡିଆ ଟେକ୍ନୋଲୋଜି, ଡିଜିଟାଲ ଫାକଟ୍ରି, ରୋବଟିକ୍ସ ଓ୍ବେଲବିଙ୍ଗ ଭଳି ପାଠ୍ୟକ୍ରମ ରହିବ। ଏହା ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଭର୍ଚୁଆଲ ରିୟଲିଟି, ସ୍ପେଶ ଟେକ୍ନୋଲୋଜି, ମେକାଟ୍ରୋନିକ୍ସ, ଇଣ୍ଡଷ୍ଟ୍ରି ୫.୦, ମାନୁଫାକ୍‌ଚରିଂ ୪.୦, ଆଡିଟିଭ୍‌ ମାନୁଫାକଚରିଂ ଟେକ୍ନୋଲୋଜି, ଫୁଡ୍‌ ଟେକ୍ନୋଲୋଜି ଏବଂ ନାନୋ ଟେକ୍ନୋଲୋଜି ଭଳି ଅନ୍ୟ ସମସ୍ତ ବିଷୟରେ ଅଣ୍ଡର ଗ୍ରାଜୁଏଟ ଏବଂ ପୋଷ୍ଟ ଗ୍ରାଜୁଏଟ୍‌ ପାଠ୍ୟକ୍ରମ ପ୍ରଦାନ କରାଯିବ ବୋଲି ରାଉତ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?