Posted inଜାତୀୟ

ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି : ଡେରେକ୍‌ଙ୍କୁ ସିବିଆଇ ସମନ

ନୂଆଦିଲ୍ଲୀ,୨୭ା୭(ପି.ଟି.): ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାର ତଦନ୍ତରେ ସାମିଲ ହେବା ଲାଗି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ଡେରେକ୍‌ ଓ’ବ୍ରିଏନ୍‌ଙ୍କୁ ସିବିଆଇ ସମନ ଜାରି କରିଛି। ଅଗଷ୍ଟ ପ୍ରଥମ ସପ୍ତାହରେ ତାଙ୍କୁ ସିବିଆଇ ଟିମ୍‌ ଆଗରେ ହାଜର ହେବାକୁ କୁହାଯାଇଛି। ଟିଏମ୍‌ସି ମୁଖପାତ୍ର ଥିବା ଡେରେକ୍‌ଙ୍କୁ ଗତ ଜାନୁୟାରୀରେ ସମନ କରାଯାଇଥିବାବେଳେ ପାର୍ଲାମେଣ୍ଟର ଶୀତ ଅଧିବେଶନ ଚାଲୁଥିବା ଦର୍ଶାଇ ସେ ସିବିଆଇକୁ ସମୟ ମାଗିଥିଲେ। ଟିଏମ୍‌ସି ମୁଖପତ୍ର ‘ଜାଗୋ ବାଂଲା’ ବ୍ୟାଙ୍କ ଆକାଉଣ୍ଟରେ କେତେକ ଆର୍ଥତ୍କ କାରବାରକୁ ନେଇ ସିବିଆଇ ସନ୍ଦେହ ପ୍ରକଟ କରିଥିବାବେଳେ ଏହା ଉପରେ ଡେରେକ୍‌ଙ୍କୁ ଜେରା କରିପାରନ୍ତି। ଡେରେକ୍‌ ଉକ୍ତ ଦଳୀୟ ସମ୍ବାଦପତ୍ରର ପ୍ରକାଶକ ଅଛନ୍ତି।
ବେଙ୍ଗଲୀ ଚଳଚ୍ଚିତ୍ର ପ୍ରଯୋଜକ ଶ୍ରୀକାନ୍ତ ମହତା ରୋଜ ଭ୍ୟାଲି ପ୍ରମୋଟରମାନଙ୍କ ସହ ୨୫ କୋଟି ଟଙ୍କାର ଡିଲ୍‌ କରିଥିଲେ। ଉକ୍ତ ଅର୍ଥର କିଛି ଭାଗ ଜାଗୋ ବାଂଲା ଆକାଉଣ୍ଟକୁ ଆସିଥିବା ସିବିଆଇ ସନ୍ଦେହ କରୁଛି। ଏହା ବ୍ୟତୀତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କେତେକ ପେଣ୍ଟିଂକୁ ଚିଟ୍‌ଫଣ୍ଡ କମ୍ପାନୀ ମାଲିକମାନେ ଅତ୍ୟଧିକ ଦାମ୍‌ ଦେଇ କିଣିବା ଘଟଣାରେ ମଧ୍ୟ ସିବିଆଇ ଡେରେକ୍‌ଙ୍କୁ ଜେରା କରିପାରେ। ପୂର୍ବରୁ ଏହି ମାମଲାରେ ଟିଏମ୍‌ସି ସାଧାରଣ ସମ୍ପାଦକ ସୁବ୍ରତ ବକ୍ସିଙ୍କୁ ସିବିଆଇ ଜେରା କରିଥିଲା। ଅନ୍ୟପକ୍ଷରେ ଟିଏମ୍‌ସି ସୂଚନା ଅଧିକାର ସଂଶୋଧନ ବିଲ୍‌କୁ ବିରୋଧ କରିବାରୁ ସିବିଆଇ ନୋଟିସ ଜାରି କରିଥିବା ଡେରେକ୍‌ ଅଭିଯୋଗ କରିଛନ୍ତି। ସାରଦା ଚିଟ୍‌ଫଣ୍ଡ ସଂସ୍ଥାରେ ଟଙ୍କା ରଖି ହଜାର ହଜାର ଜମାକାରୀ ଠକାମିର ଶିକାର ହୋଇଥିବାବେଳେ ଏନେଇ ଟିଏମ୍‌ସିର କେତେଜଣ ନେତା ଓ ମନ୍ତ୍ରୀଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେଠିରୁ ଟିକେଟ୍‌ ନ ମିଳିବାରୁ ଏମିତି ପୋଷ୍ଟ କଲେ ରର୍ବଟ ଭଦ୍ରା, କହିଲେ ରାଜନୀତିର କୌଣସି ଶକ୍ତି…

ନୂଆଦିଲ୍ଲୀ,୫।୫: କଂଗ୍ରେସ ଆମେଠି ଓ ରାଏବରେଲିରୁ ପ୍ରାର୍ଥୀ ଘୋଷଣା କରିଛି। ରାହୁଲ ଗାନ୍ଧୀ ରାଏବରେଲିରୁ ନାମାଙ୍କନ ଦାଖଲ କରିଥିବାବେଳେ କେ.ଏଲ ଶର୍ମା ଆମେଠି ଲୋକ ସଭା...

ହଳଦୀ ଏବଂ ଲଙ୍କାଗୁଣ୍ଡରେ ମିଶୁଛି ପୋଷାକ ରଙ୍ଗ

ନୂଆଦିଲ୍ଲୀ,୫।୫: ବଜାରରେ ଏବେ ପ୍ରାୟ ସବୁ କିଛି ଭେଜାଲ। ମସଲା ହେଉ କିମ୍ବା ଅନ୍ୟ କୌଣସି ଖାଦ୍ୟପଦାର୍ଥ ସବୁ ଥିରେ ମାତ୍ରାଧିକ କେମିକାଲ। ଏସବୁ ଖାଇବା...

ବଲିଉଡ୍‌ ପ୍ରଭାବରେ ଦେଶର ନିର୍ବାଚନ

ନୂଆଦିଲ୍ଲୀ,୫ା୫: ଭାରତୀୟ ହିନ୍ଦୀ ସିନେମା ଶିଳ୍ପ ନିକଟ ଅତୀତରେ ଅନେକ ଚଳଚ୍ଚିତ୍ର ନିର୍ମାଣ କରିଛି, ଯେଉଁଥିରେ ନିର୍ବାଚନକୁ ପ୍ରଭାବିତ କଲା ଭଳି ଜାତୀୟତାବାଦ, ଇସ୍‌ଲାମ ବିରୋଧୀ...

ସ୍ତ୍ରୀଙ୍କ ସହ ଅପ୍ରାକୃତ ଯୌନ ସମ୍ପର୍କ ବଳାତ୍କାର ନୁହେଁ: ହାଇକୋର୍ଟ

ନୂଆଦିଲ୍ଲୀ,୫ା୫: ସ୍ତ୍ରୀଙ୍କ ସହ ଅପ୍ରାକୃତ ଯୌନ ସମ୍ପର୍କକୁ ବଳାତ୍କାର କୁହାଯାଇପାରିବ ନାହିଁ ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ଏକ ରାୟରେ କହିଛନ୍ତି। ଏପରିକି ସ୍ତ୍ରୀଙ୍କର ସହମତି ନ...

ଆଜି ଆସିବେ ମୋଦି, ନଡ୍ଡା

ଭୁବନେଶ୍ୱର, ୫।୫(ସୁନିତ୍‌ ମିଶ୍ର)ନିର୍ବାଚନ ପ୍ରଚାର ପାଇଁ ଭାଜପା କେନ୍ଦ୍ରୀୟ ନେତାମାନଙ୍କ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ନିକଟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଭାଜପା...

ଏପଟେ ଧମକ, ସେପଟେ ଆକ୍ରମଣ

ପାଲାମ୍‌/ଭୁବନେଶ୍ୱର/ପୁଞ୍ଚ,୫ା୫ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାରେ ଶନିବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ବଡ଼ଧରଣର ଆକ୍ରମଣ କରିଛନ୍ତି। ଏଥିରେ ଭାରତୀୟ ବାୟୁସେନା (ଆଇଏଏଫ୍‌)ର ଜଣେ ଯବାନ ଶହୀଦ ଓ ୪ ଆହତ...

ଯୋଗକୁ ଆପଣାଇଲା ପାକିସ୍ତାନ

ଇସ୍‌ଲାମାବାଦ,୫ା୫ପ୍ରାଚୀନ ଭାରତୀୟ ଶାରୀରିକ, ମାନସିକ ତଥା ଆଧ୍ୟାତ୍ମିକ ଅଭ୍ୟାସ ‘ଯୋଗ’ ବିଶ୍ୱର ଅଧିକାଂଶ ଦେଶରେ ଆଦୃତ ହୋଇଥିବାବେଳେ ଏବେ ପଡ଼ୋଶୀ ଦେଶ ପାକିସ୍ତାନରେ ଏହା ଆନୁଷ୍ଠାନିକ...

କଂଗ୍ରେସ ନେତାଙ୍କ ମିଳିଲା ଦଗ୍ଧ ମୃତଦେହ

ଚେନ୍ନାଇ,୫ା୫ତାମିଲନାଡୁର କଂଗ୍ରେସ ନେତା କେ.ପି.କେ. ଜୟକୁମାର ଧନସିଂଙ୍କ ଦଗ୍ଧ ମୃତଦେହ ତିରୁନେଲଭେଲିସ୍ଥିତ ତାଙ୍କ ଫାର୍ମରୁ ଶନିବାର ମିଳିଛି। ତାଙ୍କ ଦୁଇଗୋଡ଼କୁ ତାରରେ ବନ୍ଧାଯାଇଥିବା ଦେଖାଯାଇଛି। ୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri