Posted inଜାତୀୟ

ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି : ଡେରେକ୍‌ଙ୍କୁ ସିବିଆଇ ସମନ

ନୂଆଦିଲ୍ଲୀ,୨୭ା୭(ପି.ଟି.): ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାର ତଦନ୍ତରେ ସାମିଲ ହେବା ଲାଗି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ଡେରେକ୍‌ ଓ’ବ୍ରିଏନ୍‌ଙ୍କୁ ସିବିଆଇ ସମନ ଜାରି କରିଛି। ଅଗଷ୍ଟ ପ୍ରଥମ ସପ୍ତାହରେ ତାଙ୍କୁ ସିବିଆଇ ଟିମ୍‌ ଆଗରେ ହାଜର ହେବାକୁ କୁହାଯାଇଛି। ଟିଏମ୍‌ସି ମୁଖପାତ୍ର ଥିବା ଡେରେକ୍‌ଙ୍କୁ ଗତ ଜାନୁୟାରୀରେ ସମନ କରାଯାଇଥିବାବେଳେ ପାର୍ଲାମେଣ୍ଟର ଶୀତ ଅଧିବେଶନ ଚାଲୁଥିବା ଦର୍ଶାଇ ସେ ସିବିଆଇକୁ ସମୟ ମାଗିଥିଲେ। ଟିଏମ୍‌ସି ମୁଖପତ୍ର ‘ଜାଗୋ ବାଂଲା’ ବ୍ୟାଙ୍କ ଆକାଉଣ୍ଟରେ କେତେକ ଆର୍ଥତ୍କ କାରବାରକୁ ନେଇ ସିବିଆଇ ସନ୍ଦେହ ପ୍ରକଟ କରିଥିବାବେଳେ ଏହା ଉପରେ ଡେରେକ୍‌ଙ୍କୁ ଜେରା କରିପାରନ୍ତି। ଡେରେକ୍‌ ଉକ୍ତ ଦଳୀୟ ସମ୍ବାଦପତ୍ରର ପ୍ରକାଶକ ଅଛନ୍ତି।
ବେଙ୍ଗଲୀ ଚଳଚ୍ଚିତ୍ର ପ୍ରଯୋଜକ ଶ୍ରୀକାନ୍ତ ମହତା ରୋଜ ଭ୍ୟାଲି ପ୍ରମୋଟରମାନଙ୍କ ସହ ୨୫ କୋଟି ଟଙ୍କାର ଡିଲ୍‌ କରିଥିଲେ। ଉକ୍ତ ଅର୍ଥର କିଛି ଭାଗ ଜାଗୋ ବାଂଲା ଆକାଉଣ୍ଟକୁ ଆସିଥିବା ସିବିଆଇ ସନ୍ଦେହ କରୁଛି। ଏହା ବ୍ୟତୀତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କେତେକ ପେଣ୍ଟିଂକୁ ଚିଟ୍‌ଫଣ୍ଡ କମ୍ପାନୀ ମାଲିକମାନେ ଅତ୍ୟଧିକ ଦାମ୍‌ ଦେଇ କିଣିବା ଘଟଣାରେ ମଧ୍ୟ ସିବିଆଇ ଡେରେକ୍‌ଙ୍କୁ ଜେରା କରିପାରେ। ପୂର୍ବରୁ ଏହି ମାମଲାରେ ଟିଏମ୍‌ସି ସାଧାରଣ ସମ୍ପାଦକ ସୁବ୍ରତ ବକ୍ସିଙ୍କୁ ସିବିଆଇ ଜେରା କରିଥିଲା। ଅନ୍ୟପକ୍ଷରେ ଟିଏମ୍‌ସି ସୂଚନା ଅଧିକାର ସଂଶୋଧନ ବିଲ୍‌କୁ ବିରୋଧ କରିବାରୁ ସିବିଆଇ ନୋଟିସ ଜାରି କରିଥିବା ଡେରେକ୍‌ ଅଭିଯୋଗ କରିଛନ୍ତି। ସାରଦା ଚିଟ୍‌ଫଣ୍ଡ ସଂସ୍ଥାରେ ଟଙ୍କା ରଖି ହଜାର ହଜାର ଜମାକାରୀ ଠକାମିର ଶିକାର ହୋଇଥିବାବେଳେ ଏନେଇ ଟିଏମ୍‌ସିର କେତେଜଣ ନେତା ଓ ମନ୍ତ୍ରୀଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri