ସାତ୍‌ସପନ ହେଇଛେ ସରକାରୀ ସାହାଯ୍‌: ରୋଗ୍‌ରେ ଯୁଝୁଛନ୍‌ କୁଟୁମବସିଆ

ବିନିକା,୧୫ା୬(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ଏନ୍‌ଏସି ଓ୍ବାର୍ଡ ନଂ.୧ର ବାସିନ୍‌ଦା ବେଣୁଧର ଜାଲ(୮୦)। ପରିବାର କହେଲେ ଛାର୍‌ରି ଝି’ ରାହି(୪୮) ଆର ମାନସିକ୍‌ ରୋଗ୍‌ରେ ପୀଡ଼ିତ ପୁଓ ଫକିର(୫୫)। ୩ ବଛର ଆଗ୍‌ରୁ ବେଣୁଧରକଁର ମାଏକିନା ଅଜନା ରୋଗ୍‌ରେ ପଡ଼ି ଆରପାରକେ ଚାଲିଯାଇଥିଲାବେଲେ ଏହେଦେ ନିଜେ ଅଜନା ରୋଗ୍‌ରେ ଖଟେ ପଡ଼ିଛନ୍‌। ଆଗ୍‌ରୁ ବେଣୁଧର କୁଲିମଜୁରି କରି କୁଟୁମ ପୁଷୁଥିଲେ, ହେଲେ ସେ ରୋଗ୍‌ରେ ପଡ଼ଲା ଦିନୁ ପରିବାରର ବୋଝ୍‌ ଝି’ ରାହି ଉପରେ ରହିଛେ। ଆଏଜ୍‌କେ ୨୦ ବଛର ଆଗ୍‌ରୁ ରହି ବିହା ହେଇଥିଲେ। ହେଲେ କେହେନ୍‌ସି କାରନ୍‌ରୁ ତାକର ଆପନେ ତାହାକୁ ବାପ୍‌ ଘରେ ଛାଡ଼ି ଦେଇଥିଲେ। ସେଦିନ୍‌ଠାନୁ ରାହି ବାପର ଆଶ୍‌ରେ ବଁଚୁଥିଲେ। ହେଲେ ଏହେଦେ ସେ କେହେନ୍‌ସି କାରନ୍‌ରୁ ଭଏଁରି ହେଇଯାଇଛନ୍‌। ସେନ୍‌ତା ଭାଇ ଫକିର ମାଟ୍ରିକ ଫେଲ ହେଲା ଉତାରୁ ମାନସିକ୍‌ ରୋଗ୍‌ରେ ପଡ଼ିଛନ୍‌। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଚିକିସତ୍ା ଅଭାବୁ ସଭେ ନିଜର ନିଜର ଭାଏଗ୍‌କେ ଆଦ୍‌ରି ରୋଗ୍‌ ସଂଗେ ଯୁଝୁଛନ୍‌। ବେଣୁଧରକଁର ସଁପତି କହେଲେ ଝାଟି ମାଟିର କୁରିଆଟେ। ଇଆଡ଼େ ସରକାରୀ ସାହାଯ୍‌ କହେଲେ ପରିବାରକେ ମାସିକ ମିଲୁଥିବାର ୩୫ କେ.ଜି. ଚାଉଲ। ବାକି ସବୁପରକାର ସରକାରୀ ଯୋଜନାରୁ ପରିବାରଟା ବଁଚିତ୍‌ ହେଇ ରହିଛେ। ଇ ପରିବାରର ଦୁଖ୍‌ ଦୁରଦଶା, ସରକାରୀ ସାହାଯ୍‌ ବାବ୍‌ଦେ ବିନିକା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧ୍‌କାରୀ ଦୁଃଖିରାମ ନାଏକକୁଁ ପଚରାଲାରୁ ଯେତେ ଜଲଦି ହେବା ଇ ପରିବାରକେ ଆବାସ ଯୋଜନାରେ ସାମିଲ କରାଯିବା ଆର ବାଦ୍‌ ପଡ଼ିଥିବାର ସବୁ ସରକାରୀ ଯୋଜନାରେ ସାମିଲ କରବାର ଦିଗେ ପଦକ୍ଷେପ ନିଆଯିବା ବଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଜଳଭଣ୍ଡାରରେ ବଢୁଛି ବନ୍ୟାଜଳ ପରିମାଣ, ପୁଣି ଖୋଲିଲା ୫ ଗେଟ୍‌, ଜଳସ୍ତର ରହିଛି…

ସମ୍ବଲପୁର,୧୭ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ଅତ୍ୟଧକ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଫଳରେ ଜଳଭଣ୍ଡାରର…

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

ସମ୍ବଲପୁର ଯୁଯୁମୁରା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ମହିଳା ଓଏଏସ୍ ଟ୍ରେନିଙ୍କ ସମେତ ୨ ମୃତ, ୧୨ ଆହତ

ସମ୍ବଲପୁର,୧୫|୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଜାତୀୟ ରାଜପଥ-୫୫ରେ ସମ୍ବଲପୁର ପଟକୁ ଯାଉଥିବା ଓଡ଼ିଶା…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri