ସଲାସୁତରାରେ ଚାଲିଛି ଦୋକାନ ଘର ଭଡ଼ା ବେପାର: ପ୍ରମାଣ ପାଉନି ପୌରପାଳିକା

ଅନୁଗୋଳ ଅଫିସ, ୨୨।୮ – ଅନୁଗୋଳ ପୌରପାଳିକା ପକ୍ଷରୁ ସହରରେ ଦୋକାନ ଗୃହ ନିର୍ମାଣ କରାଯାଇ ଭଡ଼ାରେ ଲଗାଯାଇଛି। ହେଲେ ଉକ୍ତ ଘର ନେଇଥିବା ବ୍ୟବସାୟୀମାନଙ୍କ ମଧ୍ୟରୁ କେତେଜଣ ସେଠାରେ ବେପାର ନ କରି ଚଢ଼ା ଦରରେ ଅନ୍ୟ ବ୍ୟବସାୟୀଙ୍କୁ ଭଡ଼ା ଲଗାଇ ଭଲ ରୋଜଗାର କରୁଥିବା ସହରରେ ସର୍ବଦା ଚର୍ଚ୍ଚା ହେଉଛି। କିନ୍ତୁ ପୌର ସଂସ୍ଥା ପ୍ରତି ମାସରେ ଧାର୍ଯ୍ୟ ଭଡ଼ା ପାଇଯାଉଥିବାରୁ ଏହି ବେଆଇନ କାରବାର ଦିଗରେ ମୁଣ୍ଡ ଖେଳାଉ ନ ଥିବା ଚଢ଼ା ଦରରେ ସେଠାରେ ବ୍ୟବସାୟ କରୁଥିବା କେତେଜଣ ବ୍ୟବସାୟୀ ଅଭିଯୋଗ କରୁଛନ୍ତି। ଏଥିଯୋଗୁ ବହୁ ଯୋଗ୍ୟ ବ୍ୟକ୍ତି ଘର ପାଇବାରୁ ବଞ୍ଚିତ ହେଉଥିବା ବେଳେ ସମ୍ପୃକ୍ତ ମୁଷ୍ଟିମେୟ ବ୍ୟବସାୟୀମାନେ କେତେଜଣ କର୍ମଚାରୀଙ୍କୁ ହାତ କରି ସଲାସୁତରାରେ ବର୍ଷ ବର୍ଷ ଧରି ଏପରି ବେପାର ଚଳାଇଥିବାରୁ ପୌରସଂସ୍ଥାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନି ଦେଉଥିବା କୁହାଯାଉଛି।
ଅନୁଗୋଳ ସହରର ବିଭିନ୍ନ ଅଞ୍ଚଳରେ ପୌରସଂସ୍ଥାର ୭୨୮ଟି ଦୋକାନ ଘର ରହିଛି। ଏହି ସମସ୍ତ ଦୋକାନ ଘର ଲଟେରି ମାଧ୍ୟମରେ ବହୁ ପୂର୍ବରୁ ବଣ୍ଟାଯାଇଛି। ସ୍କୋୟାରଫୁଟ ପ୍ରତି ୫ରୁ ୭ଟଙ୍କା ଧାର୍ଯ୍ୟ କରାଯାଇଥିବାରୁ କେଉଁ ଦୋକାନର ଭଡ଼ା ମାସିକ ୪୦୦ ଟଙ୍କା ଥିବା ବେଳେ କେତେକରୁ ୭୦୦ ଟଙ୍କା ଆଦାୟ ହେଉଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁ ବ୍ୟବସାୟୀମାନେ ପୌର ସଂସ୍ଥାରୁ ଘର ନେଇଛନ୍ତି ସେମାନଙ୍କ ମଧ୍ୟରୁ କେତେଜଣ ନିଜେ ବ୍ୟବସାୟ ନ କରି ଉକ୍ତ ଦୋକାନ ଗୃହକୁ ଚଢ଼ା ଭଡ଼ାରେ ଅନ୍ୟ ବ୍ୟବସାୟୀଙ୍କୁ ଦେଇଛନ୍ତି। ଫଳରେ ପ୍ରତି ମାସରେ ମିଳୁଥିବା ଭଡ଼ାରୁ ସ୍ବଳ୍ପ ଅର୍ଥ ପୌର ସଂସ୍ଥାକୁ ଦେଇ ବଳକା ଅର୍ଥ ସେମାନେ ପକେଟରେ ପୂରାଉଛନ୍ତି। ଏପରି ବେଆଇନ କାରବାର ଯୋଗୁ ପୌର ସଂସ୍ଥାର ରାଜସ୍ବ ହାନି ହେଉଥିବା ବେଳେ ଚଢ଼ା ଭଢ଼ାରେ ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ଶୋଷଣର ଶିକାର ହେଉଛନ୍ତି। ଦୋକାନ ଘରର ପ୍ରକୃତ ମାଲିକ ପୌର ସଂସ୍ଥା ମାତ୍ର ୪ଶହରୁ ୭ଶହ ଟଙ୍କା ଭଡ଼ା ନେଉଥିବା ବେଳେ ସମ୍ପୃକ୍ତ ମଧ୍ୟସ୍ଥମାନେ କାହିଁକି ମାସିକ ହଜାର ହଜାର ଟଙ୍କା ନେବେ ତାହାକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ନିୟମ ଅନୁସାରେ ଲଟେରି ମାଧ୍ୟମରେ ଘର ନେଇଥିବା ବ୍ୟବସାୟୀମାନେ ସିଧସଳଖ ବା ପୌରସଂସ୍ଥା ଅଜାଣତରେ ଦୋକାନ ଅନ୍ୟ କାହାକୁ ହସ୍ତାନ୍ତର କରିପାରିବେ ନାହିଁ। କିନ୍ତୁ ବହୁ ଦୋକାନ ଗୃହ ଏପରି ବେଆଇନ ଭାବେ ଚଢ଼ା ଭଡ଼ାରେ ଲଗାଯାଇଥିଲେ ବି ପୌରପାଳିକା ପକ୍ଷରୁ କିଛି ବି ପଦକ୍ଷେପ ନିଆଯାଉ ନ ଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ପୌରନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା କହିଛନ୍ତି, ଦୋକାନ ଗୃହ ଚଢ଼ା ଭଡ଼ାରେ ଲଗାଯିବା କଥା ବିଭିନ୍ନ ସମୟରେ ଶୁଣିବାକୁ ପାଉଛୁ। କିନ୍ତୁ କୌଣସି ଉପଯୁକ୍ତ ପ୍ରମାଣ ନ ଥିବାରୁ ବାଧ୍ୟ ହୋଇ ଚୁପ୍‌ ରହିବାକୁ ପଡ଼ୁଛି। ଏପରି କି ଯେଉଁ ବ୍ୟକ୍ତିମାନଙ୍କ ନାମରେ ଦୋକାନ ଗୃହ ଆବଣ୍ଟନ କରାଯାଇଛି, ସେମାନେ ତାଙ୍କର ଭଡ଼ା ଓ ଇଲେକ୍ଟ୍ରି ବିଲ୍‌ ଆଣି ପୌରପାଳିକାରେ ପୈଠ କରୁଛନ୍ତି। ଯଦି କୌଣସି ସ୍ଥାନରେ ଏଭଳି ପ୍ରମାଣ ମିଳେ ତା’ହେଲେ ତୁରନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ଆବଣ୍ଟନ ତାଲିକାରୁ ହଟାଯିବ ବୋଲି ଜେନା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri